Advertisment

Kedarnath Ropeway Project: ୯ ଘଣ୍ଟାର ଯାତ୍ରା ମାତ୍ର ୩୬ ମିନିଟରେ ହେବ ପୂରଣ; କେଦାରନାଥ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ

୧୨.୯ କିଲୋମିଟରର କେଦାରନାଥ ରୋପ୍ ୱେ ପ୍ରକଳ୍ପ ପାଇଁ ୪ ହଜାର ୮୧ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ରଖାଯାଇଛି। ସେହିପରି  ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ୨ ହଜାର ୭୩୦ କୋଟି ଟଙ୍କା। କେନ୍ଦ୍ର କ୍ୟାବିନେଟରେ ଏନେଇ  ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

author-image
Tapaswini Nayak
ଅଦ୍ୟତନ ହୋଇଛି
kedarnath yatra

kedarnath yatra

ଆଉ ୮-୯ ଘଣ୍ଟା ନୁହେଁ, ୩୬ ମିନିଟରେ କରିହେବ କେଦାରନାଥ ଯାତ୍ରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି। 

Advertisment

୧୨.୯ କିଲୋମିଟରର କେଦାରନାଥ ରୋପ୍ ୱେ ପ୍ରକଳ୍ପ ପାଇଁ ୪ ହଜାର ୮୧ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ରଖାଯାଇଛି। ସେହିପରି  ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨ ହଜାର ୭୩୦ କୋଟି ଟଙ୍କା। କେନ୍ଦ୍ର କ୍ୟାବିନେଟରେ ଏନେଇ  ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଆଶଙ୍କା: କେଦାରନାଥ ଯାତ୍ରା ଉପରେ ରୋକ୍

କେଦାରନାଥ ରୋପ୍ ୱେ ପ୍ରୋଜେକ୍ଟ  ସୋନପ୍ରୟାଗରୁ କେଦାରନାଥକୁ ସଂଯୋଗ କରିବ। ଘଣ୍ଟାକୁ ୧୮ଶହ ଯାତ୍ରୀ ଏବଂ ପ୍ରତିଦିନ ୧୮ ହଜାର ଯାତ୍ରୀ କେଦାରନାଥ ଦର୍ଶନ  କରିପାରିବେ। ପୂର୍ବରୁ ସୋନପ୍ରୟାଗରୁ କେଦାରନାଥ ଯାତ୍ରା ପାଇଁ ୮ରୁ ୯ ଘଣ୍ଟା ସମୟ ଲାଗୁଥିଲା। ରୋପ୍ ୱେ ପ୍ରୋଜେକ୍ଟ  ଆରମ୍ଭ ହେଲେ ତାହା ମାତ୍ର ୩୬ ମିନିଟକୁ ହ୍ରାସ ପାଇବ।

Advertisment

ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ।  

ଅଧିକ ପଢ଼ନ୍ତୁ:  କେଦାରନାଥରେ ହେଲିକପ୍ଟର କ୍ରାସ୍‌; ବାୟୁସେନା ବିମାନରେ ସ୍ଥାନାନ୍ତର ବେଳେ ଦୁର୍ଘଟଣା

Kedarnath Kedarnath Dham Kedarnath Temple
Advertisment
Advertisment