/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725092273.jpg)
chopper crash
ଉତ୍ତରାଖଣ୍ଡର କେଦାରନାଥ ଧାମରେ ​​ଚପର ଦୁର୍ଘଟଣାଗ୍ରସ୍ତ । ଖରାପ ହୋଇଯାଇଥିବା ଚପରକୁ ଭାରତୀୟ ସେନାର MI-17 ହେଲିକପ୍ଟର ଦ୍ୱାରା ସ୍ଥାନାନ୍ତର କରାଯାଉଥିବା ବେଳେ ଏହା ଖସିପଡିଛି। ଏହି ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆଜି ସକାଳେ ଖରାପ ହୋଇଯାଇଥିବା ଏକ ଚପରକୁ ବାୟୁସେନାର MI 17ଚପର ସାହାଯ୍ୟରେ ସ୍ଥାନାନ୍ତର କରାଯାଉଥିଲା। ଏହାକୁ ମରାମତି କରିବା ପାଇଁ ବାୟୁସେନାର ହେଲିକପ୍ଟରରେ ରଶି ସାହାଯ୍ୟରେ ଉତ୍ତରାଖଣ୍ଡର ଗୌଚାର ଏୟାରଷ୍ଟ୍ରିପକୁ ନିଆଯାଉଥିଲା। ହେଲେ ଅତ୍ୟଧିକ ଓଜନ ହେତୁ ଏହା ରଶିରୁ ଛିଡି ତଳେ ଥିବା ପାହାଡରେ କ୍ରାସ୍ ହୋଇଯାଇଛି। ଏହି ଦୁର୍ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
VIDEO | Uttarakhand: A defective helicopter, which was being air lifted from #Kedarnath by another chopper, accidentally fell from mid-air as the towing rope snapped, earlier today.#UttarakhandNews
(Source: Third Party) pic.twitter.com/yYo9nCXRIw
— Press Trust of India (@PTI_News) August 31, 2024
ରୁଦ୍ରପ୍ରୟାଗର ପର୍ଯ୍ୟଟନ ଅଫିସର ରାହୁଲ ଚୌବେଙ୍କ ସୂଚନା ଅନୁସାରେ, ଖରାପ ଚପରଟି ଚଳିତ ବର୍ଷ ମେ ୨୪ରେ ଅବତରଣ କରିବା ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ହେଲିପ୍ୟାଡରେ ପହଞ୍ଚିବାର ୧୦୦ ମିଟର ପୂର୍ବରୁ ଏହା ଜରୁରୀକାଳୀନ ଅବତରଣ କରିଥିଲା ​​ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।
ତ୍ରୁଟିପୂର୍ଣ୍ଣ ଚପରକୁ ଆଜି ସକାଳ ପ୍ରାୟ ୭ଟା ସମୟରେ MI 17 ହେଲିକପ୍ଟର ଯୋଗେ ଗୌଚାର ଏୟାରଷ୍ଟ୍ରିପକୁ ମରାମତି ପାଇଁ ନିଆଯାଉଥିଲା। ତେବେ ବାୟୁସେନା ହେଲିକପ୍ଟର ଭାରସାମ୍ୟ ହରାଇ ବସିଥିଲା। ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ପାଇଲଟ ଏହି ଚପରକୁ ତଳକୁ ପକାଇ ଦେଇଥିଲା। ଏହା ଭିତରେ କୌଣସି ଯାତ୍ରୀ କିମ୍ବା ଲଗେଜ୍ ନଥିବା ବୋଲି ଚୌବେ ସ୍ପଷ୍ଟ କରିଛନ୍ତି।ଏହି ଘଟଣା ବିଷୟରେ କୌଣସି ଗୁଜବ ପ୍ରଚାର ନକରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)