/odishatv-khabar/media/post_attachments/uploadimage/library/16_9/16_9_0/Census_1749058799.jpg)
Census
୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଜନଗଣନା। ଦେଶରେ ଜନଗଣନା ୨ଟି ପର୍ଯ୍ୟାୟରେ ହେବ। ତେବେ ତୁଷାରପାତ ହେଉଥିବା ରାଜ୍ୟ ଗୁଡ଼ିକରେ ୨୦୨୬ ଅକ୍ଟୋବରରେ ଆରମ୍ଭ ହେବ ଜନଗଣନା। ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ତୁଷାରପାତ ହେଉଥିବା ଅଞ୍ଚଳ ଗୁଡ଼ିକରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା ଆରମ୍ଭ ହେବ ।
୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଜନଗଣନା। ଦେଶରେ ଜନଗଣନା ୨ଟି ପର୍ଯ୍ୟାୟରେ ହେବ। ତେବେ ତୁଷାରପାତ ହେଉଥିବା ରାଜ୍ୟ ଗୁଡ଼ିକରେ ୨୦୨୬ ଅକ୍ଟୋବରରେ ଆରମ୍ଭ ହେବ ଜନଗଣନା।#Census#OTVpic.twitter.com/Gg5BUPB2cO
— ଓଟିଭି (@otvkhabar) June 4, 2025
ଏହି ଜନଗଣନାରେ ସାମାଜିକ ଓ ଅର୍ଥନୈତିକ ବିବରଣୀ ସହ ଜାତି ଓ ଉପଜାତି ତଥ୍ୟ ମଧ୍ୟ ସ୍ଥାନ ପାଇବ ବୋଲି ସୂଚନା ମିଳିଛି । ଦେଶରେ ଜନଗଣନା ଶେଷ ଥର ପାଇଁ ୨୦୧୧ରେ ହୋଇଥିବା ବେଳେ, ଦୀର୍ଘ ୧୬ ବର୍ଷ ପରେ ଏହା ପୁଣି ହେବାକୁ ଯାଉଛି । ସୂଚନା ଯୋଗ୍ୟ ଯେ, ୨୦୨୧ରେ ଜନଗଣନା ହେବାକୁ ଥିଲେ ମଧ୍ୟ କୋଭିଡ୍ ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)