Astrospeak
  • Live TV
  • Read In English

MPs Salary Hike: ବଢ଼ିଲା ସାଂସଦଙ୍କ ଦରମା ଓ ଭତ୍ତା...

ସାଂସଦମାନଙ୍କ ଦରମା ଓ ଭତ୍ତା ୨୪ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । ସାଂସଦଙ୍କ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି । ଦୈନିକ ଭତ୍ତା ୨୦୦୦ରୁ ୨୫୦୦କୁ ବୃଦ୍ଧି ।

MPs Salary Hike
ବଢିଲା ସାଂସଦଙ୍କ ଦରମା

ବଢିଲା ସାଂସଦଙ୍କ ଦରମା ଓ ଭତ୍ତା । କେନ୍ଦ୍ର ସରକାର ସାଂସଦମାନଙ୍କ ଦରମା ଓ ଭତ୍ତା ୨୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପାଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଦୈନିକ ଭତ୍ତା ୨୦୦୦ରୁ ୨୫୦୦କୁ ବଢାଇଛନ୍ତି କେନ୍ଦ୍ର ସରକାର ।  

ଅଧିକ ପଢ଼ନ୍ତୁ:ଅପରିବର୍ତ୍ତିତ ରହିଲା ବିଦ୍ୟୁତ ଦର, ୨ କିଲୋ ୱାଟ୍ ଯାଏ ମିଟର ରେଣ୍ଟ୍‌ ଛାଡ଼

ପୂର୍ବତନ ସାଂସଦଙ୍କ ପେନସନ ୨୫ ହଜାର ଟଙ୍କାରୁ ୩୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ରାଶି ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ସଂସଦରେ ଏହି ଦରମା ବୃଦ୍ଧି ପ୍ରସ୍ତାବଙ୍କୁ ଉଭୟ ଶାସକ ଓ ବିରୋଧୀ ସମର୍ଥନ କରିଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । 

ଆୟକର ଅଧିନିୟମ, ୧୯୬୧ରେ ନିର୍ଦ୍ଧିଷ୍ଟ ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ ସାଂସଦଙ୍କ ଦରମା ଓ ଭତ୍ତା ବୃଦ୍ଧି ହୋଇଛି । କହିରଖୁଛି କି, ସାଂସଦଙ୍କୁ ମିଳୁଥିବା ଦରମା ଉପରେ କୌଣସି ଟିକସ ଲାଗୁ ହୁଏ ନାହିଁ । ତେବେ ସାଂସଦମାନଙ୍କୁ ଦରମା ବ୍ୟତୀତ ଆହୁରି ଅନ୍ୟାନ୍ୟ ସୁଖ-ସୁବିଧା ମିଳିଥାଏ । ସେଥିମଧ୍ୟରୁ ଅନେକ ସୁବିଧା ସେମାନଙ୍କ ପରିବାର ଲୋକଙ୍କ ପାଇଁ ମଧ୍ୟ ରହିଥାଏ । ପତ୍ନୀଙ୍କ ପାଇଁ ଫ୍ରି ବିମାନ ଯାତ୍ରା, ଅନଲିମିଟେଡ ଟ୍ରେନ ଯାତ୍ରା, ସଂସଦ ଅଧିବେଶନ ସମୟରେ ଘରଠୁ ଦିଲ୍ଲୀ ଯାଏଁ ୮ଟି ବିମାନ ଯାତ୍ରା ସାମିଲ । ଜଣେ ସାଂସଦଙ୍କ ପାଇଁ ୫୦ ହଜାର ୟୁନିଟ୍ ଫ୍ରି ବିଜୁଳ ସହ ୧ ଲକ୍ଷ ୭୦ ହଜାର ଫ୍ରି କଲ୍, ରହିବା ପାଇଁ ସରକାରୀ ବଙ୍ଗଳା ଭଳି ସୁବିଧା ଅନ୍ତର୍ଭୁକ୍ତ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା