Advertisment

Supreme Court: ଭରଣପୋଷଣ ନେଇ ସୁପ୍ରିମ ରାୟ; ପୂର୍ବ ପତ୍ନୀଙ୍କୁ ସ୍ୱାମୀ ଜୀବନ ସାରା...

ଏକ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀଙ୍କୁ ଭରଣପୋଷଣ ବାବଦକୁ ୫୦୦ କୋଟି ଦେଇଥିବା ବେଳେ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ସମାନ ପରିମାଣର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାମୀଙ୍କ ସଂପତ୍ତି ସହ ସମାନ କରିବା ପାଇଁ ନୁହେଁ ବରଂ ବେସାହାରା ହେବାରୁ ରକ୍ଷା କରିବା ପାଇଁ ଭରଣପୋଷଣ ଦିଆଯାଏ ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
supreme court

supreme court

Advertisment

ଆଜିକାଲି ବିବାହ ବିଚ୍ଛେଦ ସାଧାରଣ ଘଟଣା ପାଲଟି ଗଲାଣି। ଆମେରିକାରେ ରହୁଥିବା ଜଣେ ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ପତ୍ନୀଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡିଛି। ନଭେମ୍ବର ୨୦୨୦ରେ, ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ୫୦୦ କୋଟି ଟଙ୍କା ଭରଣପୋଷଣ ଦେଇଥିଲେ। ଏବେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ୧୨ କୋଟି ଟଙ୍କା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭରଣପୋଷଣ ପାଇଁ ସ୍ତ୍ରୀ ଆଣିଥିବା ଦାବିକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଭରଣପୋଷଣ ସ୍ୱାମୀଙ୍କ ସଂପତ୍ତି ସହ ସମାନ କରିବା ପାଇଁ ନୁହେଁ ବରଂ ବେସାହାରା ହେବାରୁ ରକ୍ଷା କରିବା ପାଇଁ।

Advertisment

ସୂଚନା ଅନୁସାରେ, ବ୍ୟକ୍ତି ଜଣକ ଆମେରିକାରେ ଏକ ସଫଳ ଆଇଟି କନସଲଟାନ୍ସି ସର୍ଭିସ ସଂସ୍ଥା ପରିଚାଳନା କରନ୍ତି । ବ୍ୟକ୍ତିଜଣକ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ୨୦୨୧ ମସିହାରେ ଦ୍ୱିତୀୟ ବିବାହ କରିଥିଲେ। ଯାହାକି କିଛି ମାସ ମଧ୍ୟରେ ଶେଷ ହୋଇଯାଇଥିଲା । ସ୍ୱାମୀ ପୁଣିଥରେ ଛାତ୍ରପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ। ଦ୍ୱିତୀୟ ପତ୍ନୀ ଦାବି କରିଛନ୍ତି ଯେ ତାଙ୍କୁ ମଧ୍ୟ ପ୍ରଥମ ପତ୍ନୀ ଭଳି ସମାନ ଭରଣପୋଷଣ ମିଳିବା ଉଚିତ୍। ଏନେଇ ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି।

ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ପଙ୍କଜ ମିତ୍ତଲଙ୍କ ବେଞ୍ଚ ମହିଳାଙ୍କ ଦାବି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦ୍ୱିତୀୟ ପତ୍ନୀ ପ୍ରଥମ ପତ୍ନୀଙ୍କ ପରି ଭରଣପୋଷଣ ଚାହୁଁଥିଲେ, ଯଦିଓ ପ୍ରଥମ ପତ୍ନୀଙ୍କ ବିବାହ ବହୁ ବର୍ଷ ଧରି ଚାଲିଥିଲା ​​। ମହିଳା ତାଙ୍କ ସ୍ୱାମୀଙ୍କ ସମ୍ପତ୍ତିର ଅଧା ସମ୍ପତ୍ତି ଚାହୁଁଥିଲେ। ଜଷ୍ଟିସ୍ ନାଗରତ୍ନା ମାମଲାର ଶୁଣାଣି କରି କହିଛନ୍ତି, ପତ୍ନୀମାନେ ଭରଣପୋଷଣ ବାବଦରେ ନିଜ ସ୍ୱାମୀଙ୍କ ସଂପତ୍ତି ମୂଲ୍ୟ ସହ ସମାନ ପରିମାଣର ଅର୍ଥ ଦାବି କରୁଛନ୍ତି। ପ୍ରାୟତଃ ଦେଖାଯାଉଛି ଯେ ସେମାନେ ସ୍ୱାମୀଙ୍କ ସମ୍ପତ୍ତି, ସ୍ଥିତି ଏବଂ ଆୟକୁ ସୂଚିତ କରି ତା’ପରେ ସେମାନଙ୍କ ପରି ସମାନ ପରିମାଣର ଦାବି କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ:  ୭ ସେଲିବ୍ରିଟି ଦମ୍ପତିଙ୍କ ପାଇଁ ୨୪ ପାଲଟିଛି ଅଭିଶାପ; ଭାଙ୍ଗିଛି ଘର

ବେଞ୍ଚ କହିଛନ୍ତି ଯେ, ପତ୍ନୀଙ୍କୁ ବେସାହାରା ହେବାରୁ ରକ୍ଷା କରିବା, ସମ୍ମାନ ରକ୍ଷା କରିବା ଏବଂ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ ଭରଣପୋଷଣର ବ୍ୟବସ୍ଥା ରହିଛି। ଆଇନ୍ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଯେତେବେଳେ ଏକାଠି ରହୁଥିଲେ ସେମାନେ ଯେପରି ଚଳୁଥିଲେ ଅଲଗା ହେବା ପରେ ବି ସେହିଭଳି ଚଳିବା ପରି ଅଧିକାର ଅଛି। କିନ୍ତୁ ଥରେ ସ୍ୱାମୀ-ସ୍ତ୍ରୀ ଅଲଗା ହୋଇଗଲେ, ସ୍ୱାମୀ ବର୍ତ୍ତମାନର ଅବସ୍ଥା ଅନୁଯାୟୀ ପତ୍ନୀଙ୍କୁ ଜୀବନସାରା ସେହିପରି ଚଳାଇବେ, ତାହା ଆଶା କରାଯାଏ ନାହିଁ। 

ଅଧିକ ପଢ଼ନ୍ତୁ: ଚଳିତ ବର୍ଷ ଏହି ୭ ଅଭିନେତ୍ରୀଙ୍କ ଶାଢି ଲୁକ୍ ସବୁଠୁ ବେଷ୍ଟ୍; ପାର୍ଟୀରେ ଆପଣ ବି ପିନ୍ଧିପାରିବେ

Advertisment
Supreme Court Divorce
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ