Advertisment

ମେଣ୍ଟେନ୍‌ ହେଉନି ହାଇଜିନ୍‌ ! ଫ୍ଲାଇଟ୍‌ ଖାଇବାରେ ବାହାରିଲା ବ୍ଲେଡ୍‌...

ମାଥୁରେସ ପଲ୍‌ଙ୍କୁ ଯାତ୍ରା ସମୟରେ ମିଲ୍‌ ଯୋଗାଇ ଦିଆଯାଇଥିଲା। ସେ ଏହାକୁ ଖାଉଥିବା ବେଳେ ରୋଷ୍ଟେଡ ସ୍ୱିଟ ପୋଟାଟୋ ଭିତରୁ ଗୋଟିଏ ବ୍ଲେଡ ମିଳିଥିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Passenger Find Blade In Meal In Flight

Social Media

ଖାଇବାରୁ ବାହାରିଲା ବ୍ଲେଡ୍ । କେଉଁ ଛୋଟମୋଟ ରେଷ୍ଟୁରାଣ୍ଟ କିମ୍ବା ଦୋକାନ ଖାଇବାରୁ ନୁହେଁ, ବରଂ ଯେଉଁଥିରେ ହାଇଫାଇ ଲୋକ ଯିବା ଆସିବା କରନ୍ତି ସେଇ ଫ୍ଲାଇଟ୍‌ ଖାଇବାରୁ ବାହାରିଲା ବ୍ଳେଡ୍‌ । ସାଧାରଣତଃ ଲୋକଙ୍କ ମନରେ ଧାରଣା ଥାଏ, ଫ୍ଲାଇଟ୍‌ରେ କେବଳ ବଡ଼ ବଡ଼ ଲୋକ ବା ପଇସା ବାଲା ଲୋକ କିମ୍ବା ବିଶିଷ୍ଟ ବ୍ୟକ୍ତିମାନେ ଯାଆ ଆସ କରିଥାନ୍ତି । ତେଣୁ ସେଥିରେ ଦିଆଯାଉଥିବା ଖାଦ୍ୟରେ ଖୁବ୍ ହାଇଜେନିକ ମେଣ୍ଟେନ୍‌ କରାଯାଏ । ହେଲେ ଏଠି କିନ୍ତୁ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ....

Advertisment

ଏୟାର ଇଣ୍ଡିଆ ବିମାନରେ ଦିଆଯାଉଥିବା ସେବାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ଏଆଇ ୧୭୫ ବିମାନରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସକୋ ଯାଉଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଛି ଧାତବ ବ୍ଲେଡ। ବିମାନ କର୍ତ୍ତୃପକ୍ଷ ପକ୍ଷ ଦେଇଥିବା ମିଲରୁ ବ୍ଲେଡ ମିଳିବା ପରେ ଯାତ୍ରୀ ଜଣଙ୍କ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଏକ୍ସରେ ଫଟୋ ପୋଷ୍ଟ କରି ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି।

ପଢନ୍ତୁ ଏହି ଖବର: ଆଇସକ୍ରିମ୍‌ରୁ ବାହାରିଲା କଟା ଆଙ୍ଗୁଠି, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

Advertisment

ମାଥୁରେସ ପଲ୍‌ଙ୍କୁ ଯାତ୍ରା ସମୟରେ ମିଲ୍‌ ଯୋଗାଇ ଦିଆଯାଇଥିଲା। ସେ ଏହାକୁ ଖାଉଥିବା ବେଳେ ରୋଷ୍ଟେଡ ସ୍ୱିଟ ପୋଟାଟୋ ଭିତରୁ ଗୋଟିଏ ବ୍ଲେଡ ମିଳିଥିଲା। ସେ ଏହାକୁ ଚୋବାଇବା ବେଳେ ହିଁ ବ୍ଲେଡ ସର୍ମ୍ପକରେ ଜାଣିବାକୁ ପାଇଥିଲେ। ବ୍ଲେଡ ତାଙ୍କ ପାଟିକୁ ଚାଲି ଯାଇଥିଲେ ହେଁ ସେ ଅଳ୍ପକେ ବିପଦରୁ ରକ୍ଷା ପାଇ ଯାଇଥିଲେ।

ପଲ ଲେଖିଛନ୍ତି, “ଏୟାର ଇଣ୍ଡିଆ ଖାଦ୍ୟ ଛୁରୀ ଭଳି କାଟି ଦେଇପାରେ। ସ୍ୱିଟ ପୋଟାଟା ଓ ଫିଗ ଚାଟ ମଧ୍ୟରେ ଥିବା ମେଟାଲ ଜିନିଷଟି ପୂରା ବ୍ଲେଡ ଭଳି ହୋଇଛି। ମୁଁ କେବଳ ଖାଦ୍ୟକୁ କିଛି ସେକେଣ୍ଡ ଚୋବାଇବା ପରେ ଏ ସମ୍ପର୍କରେ ଜାଣିବାକୁ ପାଇଥିଲି।

ସୌଭାଗ୍ୟବଶତଃ ମୋର କୌଣସି କ୍ଷତି ହୋଇନାହିଁ। ନିଶ୍ଚିତ ଭାବେ ଏୟାର ଇଣ୍ଡିଆ କ୍ୟାଟେରିଂର ସବୁ ଦୋଷ। କିନ୍ତୁ ଏହା ଏୟାର ଇଣ୍ଡିଆ ପ୍ରତି ସୃଷ୍ଟି ହୋଇଥିବା ମୋ ଧାରଣାକୁ ବଦଳାଇ ପାରିବ ନାହିଁ।” ଏୟାର ଇଣ୍ଡିଆ ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଏହି ଖବର: ଅନଲାଇନ୍‌ରେ ମଗାଇଥିଲେ ଆଇସକ୍ରିମ୍‌, ବାହାରିଲା ବିଛା

Viral News
Advertisment
Advertisment