Advertisment

ହେମା ମାଲିନୀଙ୍କ ବିରୋଧରେ ସୂର୍ଯୋୱାଲା ଦେଲେ ଆପତ୍ତିଜନକ ମନ୍ତବ୍ୟ, କହିଲେ....

ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ ସୂର୍ଯୋୱାଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Randeep Surjewala's Sexist Remarks Against MP Hema Malini

Randeep Surjewala

ପୁଣି ବିବାଦରେ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୂର୍ଯୋୱାଲା । ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରଣଦୀପ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି କି ରଣଦୀପ ସୂର୍ଯୋୱାଲା ଏକ ରାଜନୈତିକ ସଭାରେ ହେମା ମାଲିନୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ନେତା।

Advertisment

ସୂଚନା ଅନୁସାରେ, କଂଗ୍ରେସ ନେତା ରଣଦୀପ ସୂର୍ଯୋୱାଲା ଏପ୍ରିଲ ୧ ତାରିଖରେ ହରିୟାଣାର କୁରୁକ୍ଷେତ୍ର ଲୋକସଭା ନିର୍ବାଚନମଣ୍ଡଳୀ ଅଧିନ କୌଥଲ ସ୍ଥିତ ଏକ ଗାଁରେ ‘INDI’ ମେଣ୍ଟର ପ୍ରାର୍ଥୀ ସୁଶୀଲ ଗୁପ୍ତାଙ୍କ ସମର୍ଥନରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ । ଏହି ସମୟରେ, ବିଜେପି ନେତା ତଥା ମଥୁରା ସାଂସଦ ହେମା ମାଲିନୀଙ୍କ ସମ୍ପର୍କରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଆମେ ଏଥିପାଇଁ ବିଧାୟକ-ସାଂସଦ ବାଛିଥାଉ କି ସେମାନେ ସଂସଦରେ ଜନତାଙ୍କ ପ୍ରସଙ୍ଗ ଉଠାଇ ପାରିବେ। ଏହା ପରେ ସେ ହେମା ମାଲିନୀଙ୍କୁ ନେଇ ଏକ ବିବାଦୀୟ ଟିପଣୀ ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅଧିକ ପଢ଼ନ୍ତୁ: ୬ ମାସ ପରେ ତିହାର ଜେଲ୍‌ରୁ ବାହାରିଲେ ଆପ୍‌ ସାଂସଦ ସଞ୍ଜୟ ସିଂହ

Advertisment

ଅନ୍ୟପକ୍ଷରେ ରଣଦୀପ ସୂର୍ଯୋୱାଲାଙ୍କ ଏହି ବିବୃତ୍ତିକୁ ବିଜେପି ଦୃଢ଼ ଭାବରେ ନିନ୍ଦା କରିଛି। ବିଜେପି ଅଭିଯୋଗ କରିଛି ଯେ ଏହା ଦର୍ଶାଉଛି ଯେ ମୁଖ୍ୟ ବିରୋଧୀ ଦଳ ମହିଳାଙ୍କୁ ଘୃଣା କରନ୍ତି । ବିଜେପିର IT ବିଭାଗର ମୁଖ୍ୟ ଅମିତ ମାଲଭିଆ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି କି କଂଗ୍ରେସ ସାଂସଦ ରଣଦୀପ ସୂର୍ଯୋୱାଲା ହେମା ମାଲିନୀଙ୍କ ଉପରେ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ମନ୍ତବ୍ୟ କେବଳ ହେମା ମାଲିନୀଙ୍କ ପାଇଁ ନୁହେଁ, ବରଂ ଏହା ସମସ୍ତ ମହିଳାଙ୍କ ପାଇଁ ଅପମାନଜନକ । ସେ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଦିନ ପୂର୍ବରୁ ସୂର୍ଯୋୱାଲାଙ୍କ ଦଳର ଜଣେ ନେତା ମଧ୍ୟ ବିଜେପିର ମହିଳା ନେତାଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହା ହେଉଛି ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଯିଏ ମହିଳାମାନଙ୍କୁ ଘୃଣା କରେ।

BJP Congress Hema Malini Randeep Surjewala
Advertisment
Advertisment