Advertisment

୬ ମାସ ପରେ ତିହାର ଜେଲ୍‌ରୁ ବାହାରିଲେ ଆପ୍‌ ସାଂସଦ ସଞ୍ଜୟ ସିଂହ

ସଞ୍ଜୟଙ୍କୁ ନିର୍ବାଚନ ପ୍ରଚାରରେ ଭାଗ ନେବାକୁ ମିଳିଛି ଅନୁମତି । ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ଚେତାବନୀ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Sanjay Singh Walks Out Of Jail

Sanjay Singh

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶେଷରେ ତିହାର୍ ଜେଲରୁ ମୁକୁଳିଲେ ଆପ୍ ସାଂସଦ ସଞ୍ଜୟ ସିଂ। ତିହାର ଜେଲରୁ ୬ ମାସ ପରେ ସଞ୍ଜୟ ସିଂ ଗତରାତିରେ ଜାମିନରେ ମୁକୁଳିଛନ୍ତି। ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗିରଫ କରିଥିଲା ଇଡି। କିନ୍ତୁ ଇଡି ଆଉ ତାଙ୍କର ରିମାଣ୍ଡ ଚାହେଁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇବା ପରେ, ସଞ୍ଜୟଙ୍କୁ ଜାମିନ ମିଳିଛି।

Advertisment

ଜେଲରୁ ମୁକୁଳିବା ପରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇଥିଲ ସଞ୍ଜୟ ସିଂ। ପୂର୍ବରୁ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ଏହାପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସଞ୍ଜୟ ସିଂଙ୍କୁ ଆଜି ଜାମିନ ମିଳିବା ସହିତ, ସେ ନିର୍ବାଚନ ପ୍ରଚାରରେ ମଧ୍ୟ ଭାଗ ନେଇପାରିବେ ବୋଲି ଅନୁମତି ମିଳିଛି।

ଅଧିକ ପଢ଼ନ୍ତୁ: ହେମା ମାଲିନୀଙ୍କ ବିରୋଧରେ ସୂର୍ଯୋୱାଲା ଦେଲେ ଆପତ୍ତିଜନକ ମନ୍ତବ୍ୟ, କହିଲେ....

Advertisment

ତେବେ ତଦନ୍ତ ଉପରେ କୌଣସି ମନ୍ତବ୍ୟ ନରଖିବା ପାଇଁ ତାଙ୍କୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ତାଙ୍କ ଜାମିନ ସର୍ତ୍ତ ଟ୍ରାଏଲ୍ କୋର୍ଟ ନିର୍ଦ୍ଧାରଣ କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଜେଲରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ BRS ନେତ୍ରୀ କେ. କବିତା ।

Arvind Kejriwal Sanjay Singh AAP
Advertisment
Advertisment