Advertisment

BJP Targets Congress: ଆମେରିକାର ନିଷ୍ପତ୍ତି ପରେ କଂଗ୍ରେସକୁ ଟାର୍ଗେଟ କଲା ବିଜେପି

ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍‌ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ।

ଅଦ୍ୟତନ ହୋଇଛି
BJP Vs Congress: 21 Million For Voter Turnout In India

BJP Vs Congress

Advertisment

ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଦେଶର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ଖର୍ଚ୍ଚ କାଟ ଜାରି ରଖିଛନ୍ତି । ଏହି ଅବସରରେ ଆମେରିକା ଭାରତକୁ ଦେଉଥିବା ୧୮୨କୋଟି ଟଙ୍କାର ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇଛି । ଏଲନ ମସ୍କଙ୍କ ସରକାରୀ ବିଭାଗ (ଡିଓଜିଇ) ରବିବାର ଘୋଷଣା କରି କହିଛି ଆମେରିକା ଭାରତର ମତଦାନ ପ୍ରତିଶତ ବୃଦ୍ଧି କରିବା ପାଇଁ ଦେଉଥିବା ୨୧ନିୟୁତ ଡଲାର କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

Advertisment

ଏହା ସହିତ ବାଂଲାଦେଶକୁ ପ୍ରଦାନ କରୁଥିବା ୨୯ ନିୟୁତ ଡଲାରର ଏକ ପାଣ୍ଠି ଉପରେ ମଧ୍ୟ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ଆମେରିକା । ଆମେରିକା କହିଛି ଏହାଦ୍ୱାରା କରଦାତାଙ୍କ ଟଙ୍କା ସଞ୍ଚୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଟ୍ରମ୍ପ ପ୍ରଶାସନ ଟେସଲା ମାଲିକ ଏଲନ ମସ୍କଙ୍କୁ ଏହି ବିଭାଗର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି ।

ମସ୍କ ଅତି ଗମ୍ଭୀରତାର ସହିତ ବିଶ୍ଵବ୍ୟାପୀ ଆମେରିକା ଦେଉଥିବା ସମସ୍ତ ଅନୁଦାନର ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ଏବଂ ସରକାରୀ ନୀତି ଅନୁସାରେ ନିଷ୍ପତି ନେଉଛନ୍ତି । ତେବେ ଆମେରିକାର ଏଭଳି ନିଷ୍ପତ୍ତି ପରେ ବିଜେପିର ଅମିତ ମାଲବ୍ୟ ନିଜ ସୋସିଆଲ ମିଡ଼ିଆ 'X' ମାଧ୍ୟମରେ ଏହି ସହାୟତା ଟଙ୍କାକୁ ନେଇ ପ୍ରଶ୍ନ କରିବା ସହ  ପୂର୍ବରୁ ବାଇଡେନ ସରକାର ସମୟରେ ଭାରତର ନିର୍ବାଚନୀ ପ୍ରକ୍ରିୟାରେ କିଭଳି ବାହ୍ୟ ହସ୍ତକ୍ଷେପ ହେଉଥିଲା ତାହା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍‌ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି । ପାଣ୍ଠି ରଦ୍ଦ ଘୋଷଣା ହେବାପରେ ଏହି ପାଣ୍ଠି କେଉଁ ଉଦ୍ଦେଶ୍ୟରେ ବ୍ୟୟ ହେଉଥିଲା ଏବଂ କେଉଁମାନେ ଏହାର ନିୟନ୍ତ୍ରଣ କରୁଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

Advertisment

ଭାରତ ପାଇଁ ଧାର୍ଯ୍ୟ କରାଯାଇଥିବା ୨୧ ନିୟୁତ ଡଲାର ଦେଶର ନିର୍ବାଚନରେ ଭୋଟରଙ୍କ ଭାଗୀଦାରି ବୃଦ୍ଧି କରିବା ପାଇଁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଥିଲା ବୋଲି କୁହାଯାଇଥିବା ବେଳେ ପ୍ରକୃତରେ ଏହା ବାହ୍ୟ ହସ୍ତକ୍ଷେପ ଏବଂ ଭାରତକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି  ବିଜେପି କହିଛି । 

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବାର କିଛି ଦିନ ପରେ ଏଭଳି ଘୋଷଣା କରାଯାଇଛି  । ଦୁଇ ନେତା ଆମେରିକା-ଭାରତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା KIIT, ଆସିଲା ସାଂଘାତିକ ଅଭିଯୋଗ

Narendra Modi BJP Congress PM Narendra Modi Trump Officials
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ