• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାପ କାମୁଡ଼ାରେ ମଣିଷର ଜୀବନ ଯାଉଥିବା କଥା ତ ଆପଣମାନେ ଶୁଣିଥିବେ । ଗତ କିଛିଦିନ ତଳେ ଥାନାରେ ଜଣେ ସାପ ଧରାଳୀର ମୃତ୍ୟୁ ଘଟିଥିବା କଥା ମଧ୍ୟ ଆପଣମାନଙ୍କର ମନେ ଥିବ । ତେବେ ଏକ ଅସ୍ୱାଭାବିକ ଘଟଣାକ୍ରମରେ ମଣିଷ କାମୁଡ଼ାରେ ସାପର ମୃତ୍ୟୁ ଘଟିଛି । କଥାଟି ବିଶ୍ୱାସ ନହେଲେ ମଧ୍ୟ ସତ !

ଜଣେ ରେଳ କର୍ମଚାରୀଙ୍କ କାମୁଡ଼ାରେ ସାପର ମୃତ୍ୟୁ ହୋଇଯାଇଛି । ରେଳ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ନାଁ ସନ୍ତୋଷ ଲୋହର । ସାପ ସହ ଜୀବନ ମରଣର ସଂଗ୍ରାମରେ ଅନ୍ୟ କିଛି ଉପାୟ ନପାଇ ସେ ସାପଟିକୁ କାମୁଡ଼ି ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସାପର ମୃତ୍ୟୁ ଘଟିଛି।

ଅଧିକ ପଢ଼ନ୍ତୁ: ସାପ ଧରୁ ଧରୁ ମାରିଲା ଚୋଟ, ଅକାଳରେ ଚାଲିଗଲା ସାପ ଧରାଳିଙ୍କ ଜୀବନ; ଦେଖନ୍ତୁ ଦୃଶ୍ୟ

ନୱାଦା ରାଜଉଲିର ଘଞ୍ଚ ଜଙ୍ଗଲ ଭିତରେ ସେ ସାପ କାମୁଡ଼ାର ଶିକାର ହୋଇଥିଲେ । ରାତ୍ରି ଭୋଜନ ପରେ ସେ ରେଳ ଟ୍ରାକ୍ ଉପରେ ଶୋଇବାକୁ ଯାଉଥିବା ବେଳେ ଏକ ସାପ କାମୁଡ଼ିଥିଲା । ତେବେ ସନ୍ତୋଷ ସାପଟିକୁ ଧିରେ ଧିରେ ନିଜ ଅକ୍ତିଆରକୁ ଆଣିପାରିଥିଲେ । ଏହା ସହ ନିଜେ ସାପକୁ ଦୁଇଥର କାମୁଡ଼ି ଥିଲେ ।

ସ୍ଥାନୀୟ ଲୋକଙ୍କର ବିଶ୍ୱାସ ଅନୁଯାୟୀ, ସାପଠାରୁ ପ୍ରତିଶୋଧ ନେଲେ କୁଆଡ଼େ ସାପ ବିଷ ଛାଡ଼ି ଯାଇଥାଏ । ଏଣୁ ସନ୍ତୋଷ ସାପକୁ କାମୁଡ଼ି ପକାଇଥିଲେ । ତେବେ ଚମତ୍କାର ଭାବରେ ସନ୍ତୋଷ ସାପ ବିଷର ପ୍ରଭାବରୁ ବଞ୍ଚିଯାଇଥିବା ବେଳେ ସାପଟିର କିନ୍ତୁ ମୃତ୍ୟୁ ଘଟିଛି । ସହକର୍ମୀମାନେ ତାଙ୍କୁ ତତ୍‌କ୍ଷଣାତ୍ ରାଜଉଲିରେ ଥିବା ସବଡିଭିଜନଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ପରଦିନ ସକାଳେ ସନ୍ତୋଷଙ୍କୁ ଡିସଚାର୍ଜ କରିଦିଆଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ପ୍ରଚଳିତ ଥିବା କଥା ଅନୁଯାୟୀ, ସାପ କାମୁଡ଼ିଥିଲେ ଏହାର ପ୍ରଭାବକୁ କମ କରିବା ପାଇଁ ସାପକୁ କାମୁଡ଼ାଯାଏ । ଫଳରେ ନିଜ ଶରୀରରେ ଥିବା ବିଷ ସାପର ଦେହକୁ ପଳାଇଥାଏ । ଫଳରେ ବ୍ୟକ୍ତିଟି ନିଶ୍ଚିତ ମୃତ୍ୟୁ ମୁହଁରୁ ରକ୍ଷା ପାଇ ଯାଇଥାଏ ।

ତେବେ ସନ୍ତୋଷଙ୍କ ଏପରି ପଦକ୍ଷେପ ଓ ବିଶ୍ୱାସ ହୁଏ ତ ତାଙ୍କୁ ନୂଆ ଜୀବନ ପ୍ରଦାନ କରିଥାଇପାରେ, କିନ୍ତୁ ମଣିଷ କାମୁଡ଼ାରେ ଯେ ସାପର ମୃତ୍ୟୁ ହୋଇପାରେ ତାହା ନିଶ୍ଚିତ ଭାବେ ଏକ ଅଦ୍ଭୁତ ଘଟଣା ଅଟେ । ତେବେ ଏହାକୁ ଅନ୍ଧ ବିଶ୍ୱାସ ବୋଲି ମଧ୍ୟ କେତେକ ମହଲରେ କୁହାଯାଉଛି । ସୁତରାଂ ଏଭଳି କରିବା ପରିବର୍ତ୍ତେ ତୁରନ୍ତ ଡାକ୍ତରଖାନା ଯିବା ଜରୁରୀ।

OTV is now on Whatsapp

Join and get latest news update delivered to you via whatsapp

Join Now