Advertisment

Anti-Maoist Operation Chhattisgarh: ନକ୍ସଲ ବିରୋଧୀ ଲଢ଼େଇରେ ୧୦ ହଜାର ସୁରକ୍ଷାକର୍ମୀ, ଶାନ୍ତି ପ୍ରସ୍ତାବ ଦେଲେ ମାଓବାଦୀ

ମାଓବାଦୀଙ୍କୁ ଆଉ ତ୍ରାହି ନାହିଁ । ରକ୍ତରଂଜିତ ହିଂସାର ଖେଳ ଖେଳୁଥିବା ନକ୍ସଲଙ୍କୁ ଆଉ ରକ୍ଷା ନାହିଁ। ଆରପାର୍ ଲଢ଼େଇ ଚାଲିଛି ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ କୁହାଯାଉଥିବା ତେଲେଙ୍ଗାନା-ଛତିଶଗଡ଼ ସୀମା ବିଜାପୁର ଜିଲ୍ଲାର କସ୍ତୁରବା ଗାଁ କେରଗୁଟ୍ଟା ଜଙ୍ଗଲରେ। ବିତିଲାଣି ୭୨ ଘଣ୍ଟା...ସାମିଲ ହୋଇଛନ୍ତି ୧୦ ହଜାର ସୁରକ୍ଷାକର୍ମୀ।

maoist

maoist

Advertisment

ତେଲେଙ୍ଗାନା-ଛତିଶଗଡ଼ ସୀମାରେ ବଡ଼ଧରଣର ନକ୍ସଲ ଦମନ ଅଭିଯାନ। ନିର୍ଣ୍ଣାୟକ ଲଢ଼େଇରେ ଲାଗି ପଡ଼ିଛନ୍ତି ୧୦ ହଜାର ସୁରକ୍ଷାକର୍ମୀ। ଛତିଶଗଡ଼ ବିଜାପୁର କେରଗୁଟ୍ଟା ଜଙ୍ଗଲରେ ଚାଲିଛି ଦେଶର ସବୁଠୁ ବଡ଼ ମାଓ ବିରୋଧୀ ଅପରେସନ୍। ଏଥିରେ ବର୍ତ୍ତମାନ ସୁଦ୍ଧା ୩ ନକ୍ସଲଙ୍କ ମୃତଦେହ ମିଳିଥିବାବେଳେ ନିଶାନାରେ ରହିଛନ୍ତି ମାଓବାଦୀଙ୍କ ୧ ନମ୍ବର ପ୍ଲାଟୁନର ମୁଖ୍ୟ ହିଡମା ସହ ପ୍ରାୟ ୧୫ ଟପ୍ ନକ୍ସଲ।

Advertisment

ମାଓବାଦୀଙ୍କୁ ଆଉ ତ୍ରାହି ନାହିଁ । ରକ୍ତରଂଜିତ ହିଂସାର ଖେଳ ଖେଳୁଥିବା ନକ୍ସଲଙ୍କୁ ଆଉ ରକ୍ଷା ନାହିଁ। ଆରପାର୍ ଲଢ଼େଇ ଚାଲିଛି ମାଓବାଦୀଙ୍କ ଅଭେଦ୍ୟ ଦୁର୍ଗ କୁହାଯାଉଥିବା ତେଲେଙ୍ଗାନା-ଛତିଶଗଡ଼ ସୀମା ବିଜାପୁର ଜିଲ୍ଲାର କସ୍ତୁରବା ଗାଁ କେରଗୁଟ୍ଟା ଜଙ୍ଗଲରେ। ବିତିଲାଣି ୭୨ ଘଣ୍ଟା...ସାମିଲ ହୋଇଛନ୍ତି ୧୦ ହଜାର ସୁରକ୍ଷାକର୍ମୀ। ଅପରେସନ ଏରିଆ ମହାରାଷ୍ଟ୍ର-ତେଲେଙ୍ଗାନା-ଛତିଶଗଡ଼। ୩ ରାଜ୍ୟର ସୀମାବର୍ତ୍ତି ଜଙ୍ଗଲ ଭିତରେ ଚାଲିଛି ମାଓ ବିରୋଧୀ ଅଭିଯାନ୍ ‘କଗାର୍’। ଘନ ଘନ ପଇଁତରା ମାରୁଛି ହେଲିକପ୍ଟର। ଅର୍ଥାତ ଲାଲବାହିନୀ ବିରୋଧୀ ରଣାଙ୍ଗନ ଭିତରେ ଭୟ ଆତଙ୍କରେ ସ୍ଥାନୀୟ ବାସିନ୍ଦା।

ଅଧିକ ପଢ଼ନ୍ତୁ: ଦାଦାକୁ ହାଣିଲା, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା...

ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମା ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଦେଇଥିଲେ ଶେଷ ସୁଯୋଗ। ନଚେତ ନିପାତ କରାଯିବ ବୋଲ କଡ଼ା ଚେତାବନୀ ଶୁଣାଇଥିଲେ। କିନ୍ତୁ ଏବେ ବି ପ୍ଲାଟୁନ୍ ନମ୍ବର-ୱାନର ମୁଖ୍ୟ ହିଡ଼ମା ଚଳାଇଛି ଲାଲ୍ ସାମ୍ରାଜ୍ୟ। ହଜାରେରୁ ଅଧିକ ମାଓବାଦୀଙ୍କୁ ପାଖରେ ରଖି ମାଓଦମନ ଅପରେସନ୍ ବିରୋଧରେ ଗୋଟି ଚାଳନା କରୁଛି। ଦାମୋଦର, ଆଜାଦ, ପାପ୍ପା ରାଓ, ଚନ୍ଦ୍ରାନ୍ନା, ସୁଜାତା, ମଙ୍ଗୁଡୁ ଭଳି କ୍ୟାଡର୍ ମାଓବାଦୀ ବି ଅଛନ୍ତି ଏହି ମେଳିରେ। ତେଣୁ ଏମାନଙ୍କୁ ନିଶାନା କରି ୩ ରାଜ୍ୟର ୧୦ ହଜାର ଯବାନ ଘେରି ରହିଛନ୍ତି। ଅପରେସନରେ ସାମିଲ୍ ଯବାନଙ୍କୁ ଆକାଶମାର୍ଗରୁ ହେଲିକପଟରରେ ଖାଦ୍ୟ ପାନୀୟ ଯୋଗାଉଛି। କୌଣସି ମୂହୁର୍ତ୍ତରେ ଆସିପାରେ ବଡ଼ ଖବର। ଏଥିପାଇଁ ଓଟିଭି ସମେତ ତେଲେଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରରୁ ଆସି ପହଞ୍ଚିଛନ୍ତି ଗଣମାଧ୍ୟମ ପ୍ରତିନିଧି।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଅପରେସନର ନେତୃତ୍ବ ନେଇଛନ୍ତି ଛତିଶଗଡ ଡିଜିପି, ସିଆରପିଏଫ୍ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ। ଅପରେସନ୍ ଯଦି ସଫଳ ହୁଏ, ତେବେ ସମ୍ପୂର୍ଣ୍ଣ ସଫା ହୋଇଯିବ ମାଓ ସଂଗଠନ। ଏହି ଆଶଙ୍କାରେ ଏବେ ଥରହର ମାଓବାଦୀ। ହିଂସାରେ ବିଶ୍ବାସ କରୁଥିବା ମାଓବାଦୀ ଏବେ ଶାନ୍ତିର କଥା କହୁଛି। ମାଓବାଦୀ ସଂଗଠନର ଉତ୍ତର-ପଶ୍ଚିମ ସବ୍ ଜୋନାଲ୍ ବ୍ୟୁରୋ ପ୍ରଭାରୀ ମାଓବାଦୀ ରୂପେଶ ଚିଠିରେ ଶାନ୍ତି କଥାବାର୍ତ୍ତା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବା ସହ ଅପରେସନକୁ ତୁରନ୍ତ ବନ୍ଦ ପାଇଁ ନିବେଦନ କରିଛି। ଗୋଟିଏ ପଟେ ୨୦୨୬, ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀଙ୍କୁ ମୂଳପୋଛ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ଆହ୍ବାନ, ଅନ୍ୟପଟେ ଶାନ୍ତିପାଇଁ ମାଓବାଦୀଙ୍କ ଅପିଲ୍। ଏଥିରୁ ସ୍ପଷ୍ଟ ହେଉଛି ଶେଷ ନିଶ୍ବାସ ଅପେକ୍ଷାରେ ଲାଲ୍ ବାହିନୀ।

ଅଧିକ ପଢ଼ନ୍ତୁ: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

Maoists Naxal Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ