Advertisment

ଆସନ୍ତାକାଲିଠୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍,ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

୧୮ରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଗୁରୁବାରକୁ ଛାଡ଼ି ସପ୍ତାହର ବାକି ଅନ୍ୟ ସବୁ ଦିନ ଚାଲିବ ଟ୍ରେନ୍ । ଭର୍ଚୁଆଲ ମୋଡରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳକୁ ନେଇ ଉତ୍ସାହିତ ରାଜ୍ୟବାସୀ

author-image
Pallipuspa Samal
ଅଦ୍ୟତନ ହୋଇଛି
Vande Bharat Express In Odisha

Vande Bharat Express

ଆସନ୍ତାକାଲି ଠାରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ। ତାପୂର୍ବରୁ ଆସିଛି ଟ୍ରେନର ସମୟ ସାରଣୀ। ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାରକୁ ଛାଡ଼ି ସପ୍ତାହର ବାକି ଅନ୍ୟ ସବୁ ଦିନ ଚାଲିବ।

Advertisment

ପୁରୀରୁ ଏହି ଟ୍ରେନ୍ ଦିନ ଗୋଟାଏ ୫୦ରେ ଛାଡ଼ିବ ଓ ସେହି ଦିନ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ। ପୁରୀରୁ ଟ୍ରେନ୍ ଛାଡ଼ିଲେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ,ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଷ୍ଟେସନରେ ରହିବ। ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମତ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ୧୬ଟି କୋଚ୍। ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଚାଲିବ।

 ସୂଚନା ଅନୁଯାୟୀ ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ୧୬ଟି କୋଚ୍ । ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଗତି କରିପାରିବ। ଫଳରେ ହାୱଡାରୁ ପୁରୀ ଯାତ୍ରା ସମୟ ୨ ଘଣ୍ଟା କମିଯିବ। ଟ୍ରେନ୍ ଚାଲୁଥିବା ଯାଏଁ ଡୋର୍ ଖୋଲିବ ନାହିଁ କିମ୍ବା ବନ୍ଦ ନ ହେବା ଯାଏଁ ଚାଲିବ ନାହିଁ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍। ପ୍ରତି କୋଚ୍‌ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି ।

Advertisment

ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଗତ ଏପ୍ରିଲ ୨୮ ଓ ମେ’ ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇସାରିଛି । ଏବେ ଅପେକ୍ଷା ଆସନ୍ତାକାଲିକୁ ।

Vande Bharat Train Vande Bharat Express
Advertisment
Advertisment