/odishatv-khabar/media/post_attachments/uploadimage/library/16_9/16_9_0/Ajodhya__1680152914.jpg)
Ajodhya
ଅଯୋଧ୍ୟାରୁ ଆଜିଠାରୁ ଆରମ୍ଭ ହେଲା ହେଲିକପ୍ଟର ସେବା । ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି । ସକାଳୁ ସକାଳୁ ହେଲିକପ୍ଟରର ପୂଜାର୍ଚ୍ଚନା କରାଯାଇଥିଲା । ଅଯୋଧ୍ୟାର ସରଜୁ ନଦୀ କୂଳରେ ଉଡାଣ ଭରି ସୁନ୍ଦରତା ଉପଭୋଗ କରିପାରିବେ ପର୍ଯ୍ୟଟକ ।
Advertisment
ଅଧିକ ପଢ଼ନ୍ତୁ: ୨୦୨୪ ଜାନୁଆରୀରେ ଅଯୋଧ୍ୟାକୁ ବିଜେ କରିବେ ଶ୍ରୀରାମ
ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ । ଏଥିଲାଗି ପ୍ରତି ପର୍ଯ୍ୟଟକଙ୍କୁ ଲାଗି ୩ ହଜାର ଟଙ୍କା ଟିକେଟ ରହିଛି । ହେଲିକପ୍ଟର ଯାତ୍ରା ୭ରୁ ୮ ମିନିଟ ରହିବ ।
ଏକାଥରକେ ୮ ଜଣ ପର୍ଯ୍ୟଟକ ହେଲିକପ୍ଟରରେ ଯାତ୍ରା କରିପାରିବେ । ରାମ ନବମୀ ଅବସରରେ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)