/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740025028.jpg)
Athlete dies after 270 kg weight falls
ଜିମରେ ପାୱାରଲିଫ୍ଟିଂ ପ୍ରାକ୍ଟିସ୍ କରୁଥିଲେ ମହିଳା ଆଥଲେଟ୍ । ଅଚାନକ ବେକରେ ଖସିପଡିଲା ୨୭୦ କେଜିର ରଡ୍ । ସେଇଠି ଚାଲିଗଲା ଆଥଲେଟଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନ ବିକାନେର ଜିଲ୍ଲାରୁ । ମୃତକ ହେଲେ ଜାତୀୟ ସ୍ତରୀୟ ଜୁନିଅର୍ ଗୋଲ୍ଡ ମେଡାଲିଷ୍ଟ ମହିଳା ପାୱାରଲିଫ୍ଟର ୟଷ୍ଟିକା ଆଚାର୍ଯ୍ୟ । ଓଜନିଆ ରଡ୍ ପଡିବା ଯୋଗୁଁ ତାଙ୍କ ବେକ ଭାଙ୍ଗି ଯାଇଥିଲା । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ: ଶ୍ୱଶୁର ଘର ଦେଇଥିଲେ ସାଢେ ୫ ଲକ୍ଷ ଟଙ୍କାର ଯୌତୁକ, ଜ୍ୱାଇଁ କରିଦେଲେ ଏମିତି କାମ
⚠️ Disturbing Visual ⚠️
राजस्थान : बीकानेर में पावरलिफ्टर याष्टिका आचार्य (उम्र 17 साल) की जिम में मौत हो गई। 270 किलो वजन उठाते वक्त रॉड गिरने से गर्दन की हड्डी टूट गई। pic.twitter.com/REt23agjwa
— Sachin Gupta (@SachinGuptaUP) February 19, 2025
ଗତ ମଙ୍ଗଳବାର ଦିନ ୟଷ୍ଟିକା ଜିମରେ ପ୍ରାକ୍ଟିସ କରୁଥିବା ବେଳେ ହାତ ସ୍ଲିପ୍ ହୋଇଯିବାରୁ ସନ୍ତୁଳନ ବିଗିଯାଇଥିଲା । ଫଳରେ ରଡ୍ ତାଙ୍କ ବେକରେ ଖସି ପଡିଥିଲା । ଏହି ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ୟଷ୍ଟିକାଙ୍କୁ ହସ୍ପିଟାଲରେ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ତାଙ୍କର ଟ୍ରେନର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।
ଏହି ଅଘଟଣ ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଉଛି, ଜୁନିଅର ଆଥଲେଟ୍ ଜଣକ ନିଜ କାନ୍ଧରେ ୨୭୦ କେଜି ରଡ୍ ଉଠାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଏହା ତାଙ୍କ ବେକରେ ଖସି ପଡୁଛି ଏବଂ ସେ ସେହିଠାରେ ଟଳି ପଡୁଛନ୍ତି ।
ଏନେଇ ପୋଲିସ କହିଛି ଯେ, ମୃତ ଆଥଲେଟଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଏତଲା ଦିଆଯାଇନି । ମୃତ ଶରୀର ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)