Advertisment

UP Horror: ଅକଥନୀୟ ନିର୍ଯାତନା; ଯୌତୁକ ପାଇଁ ସ୍ତ୍ରୀକୁ HIV ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ....

ଯୌତୁକ ହେଲା କାଳ । ସ୍ବାମୀ ସାଜିଲା ପିଶାଚ । ଯୌତୁକ ପାଇଁ ସ୍ତ୍ରୀକୁ ବଳପୂର୍ବକ ଏଚ୍‌ଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
 woman injected with HIV-infected needle by in-laws

woman injected with HIV-infected needle by in-laws

ଅଭାବନୀୟ ଘଟଣା...ଅକଥନୀୟ ନିର୍ଯାତନା... ନୃଶଂସ ସ୍ବାମୀ...ଯିଏ ଶୁଣୁଛି ସିଏ ଛି ଛି କହୁଛି...ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଯୌତୁକ ହେଲା କାଳ । ସ୍ବାମୀ ସାଜିଲା ପିଶାଚ । ଯୌତୁକ ପାଇଁ ସ୍ତ୍ରୀକୁ ବଳପୂର୍ବକ ଏଚ୍‌ଆଇଭି ସଂକ୍ରମିତ ଇଞ୍ଜେକ୍ସନ ଦେଲା ସ୍ବାମୀ । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶରେ । ଏନେଇ ମହିଳାଙ୍କ ବାପା ଅଭିଯୋଗ ଆଣିଥିଲେ । ଯାହାଫଳରେ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ କରାଯାଇଛି।

Advertisment

ମହିଳାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କ ଝିଅଙ୍କୁ ୧୫ ଫେବ୍ରୁଆରୀ, ୨୦୨୩ରେ ଉତ୍ତରାଖଣ୍ଡର ହରିଦ୍ୱାରର ନାଥିରାମ ସାଇନିଙ୍କ ପୁଅ ଅଭିଷେକ ଓରଫ ସଚିନଙ୍କ ସହ ବିବାହ କରିଥିଲେ। ବିବାହରେ ବର ପରିବାରକୁ ଯୌତୁକ ଭାବରେ ଏକ କାର ଏବଂ ୧୫ ଲକ୍ଷ ଟଙ୍କା ନଗଦ ଦିଆଯାଇଥିଲା। ଏହା ସତ୍ତ୍ୱେ, ଶ୍ୱଶୁର ଘର ଲୋକେ ଖୁସି ନଥିଲେ ଏବଂ କିଛି ଦିନ ପରେ ସେମାନେ ଏକ ସ୍କୋର୍ପିଓ SUV କାର ଏବଂ ୨୫ ଲକ୍ଷ ଟଙ୍କା ଦାବି କରିବାକୁ ଲାଗିଲେ ବୋଲି ଅଭିଯୋଗରେ କୁହାଯାଇଛି।

ଅଧିକ ପଢ଼ନ୍ତୁ:  ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା; ଜାଣନ୍ତୁ କାହିଁକି ହେଲା...

ପରେ ହରିଦ୍ୱାରର ଜସୱାଲା ଗାଁ ପଞ୍ଚାୟତର ହସ୍ତକ୍ଷେପରେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘରକୁ ପଠାଇ ଦିଆଯାଇଥିଲା। ସେଠାରେ ତାଙ୍କୁ ପୁଣି ଥରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ତାଙ୍କ ବାପା ଅଭିଯୋଗରେ କହିଛନ୍ତି। ଝିଅର ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ HIV ସଂକ୍ରମିତ ଇଞ୍ଜେକ୍ସନ ଦେଇ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ।

Advertisment

କିଛି ଦିନ ପରେ, ଯେତେବେଳେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା, ତାଙ୍କ ବାପା-ମା’ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ଡାକ୍ତରୀ ପରୀକ୍ଷା ପରେ, ଡାକ୍ତରମାନେ କହିଥିଲେ ଯେ ସେ HIV ସଂକ୍ରମିତ ହୋଇଛନ୍ତି। ଝିଅର ପରିବାର ପାଇଁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ଯେତେବେଳେ ତାଙ୍କ ସ୍ୱାମୀ ଅଭିଷେକଙ୍କ ପରୀକ୍ଷା କରାଯାଇଥିଲା, ସେତେବେଳେ ତାଙ୍କର HIV ନେଗେଟିଭ୍ ଥିବା ଜଣାପଡିଥିଲା। 

ଅଧିକ ପଢ଼ନ୍ତୁ: ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର; ଅଧା ପିଲାଙ୍କୁ ମିଳୁନି ଚାକିରି

Uttar Pradesh Dowry HIV
Advertisment
Advertisment