/odishatv-khabar/media/post_attachments/uploadimage/library/16_9/16_9_0/s_1672296857.jpg)
Asked About Life Partner Know What Congress Leader Rahul Gandhi Says
କାହାକୁ ଲାଇଫ୍ ପାର୍ଟନର କରିବେ ରାହୁଲ ଗାନ୍ଧି ? କେମିତି ଝିଅକୁ ସେ ବିବାହ କରିବାକୁ ଚାହୁଁଛନ୍ତି ? କେମିତି ଝିଅ ତାଙ୍କର ପସନ୍ଦ ? ଏକ ୟୁଟ୍ୟୁବ୍ ଚ୍ୟାନେଲରେ ସାକ୍ଷାତକାର ବେଳେ ଏସମ୍ପର୍କରେ ସେ ଏହାର ପ୍ରତିକ୍ରିୟା ରଖିଛନ୍ତି। ଯେଉଁ ଝିଅ ପାଖରେ ତାଙ୍କ ମା’ ସୋନିଆ ଗାନ୍ଧି ଓ ଜେଜେମା’ ଇନ୍ଧିରା ଗାନ୍ଧିଙ୍କ ଭଳି ଗୁଣ ଥିବ, ସେଭଳି ଝିଅକୁ ସେ ବିବାହ କରିବାକୁ ପସନ୍ଦ କରିବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଏହା କହିଛନ୍ତି।
ଜେଜେମା’ ଇନ୍ଦିରା ଗାନ୍ଧିଙ୍କ ସହ ତାଙ୍କର ସମ୍ପର୍କ କେମିତି ଥିଲା, ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି, ‘ସେ ମୋ ଜୀବନର ଭଲ ପାଇବା ଥିଲେ। ଏପରିକି ସେ ମୋର ଦ୍ୱିତୀୟ ମା’ ମଧ୍ୟ ଥିଲେ।’ ଯେତେବେଳେ ରାହୁଲଙ୍କୁ ପଚରାଯାଇଥିଲା ଯେ, ଇନ୍ଦିରା ଗାନ୍ଧିଙ୍କ ଭଳି ଗୁଣ ଥିବା ଝିଅକୁ କ’ଣ ସେ ବିବାହ କରିବାକୁ ଚାହୁଁଛନ୍ତି କି ? ପ୍ରଶ୍ନର ଉତ୍ତରରେ ରାହୁଲ କହିଥିଲେ, ଏହାଏକ ଭଲ ପ୍ରଶ୍ନ। ମୁଁ ଏମିତି ଏକ ଝିଅକୁ ପସନ୍ଦ କରିବି, ଯାହାଙ୍କ ପାଖରେ ମୋ ଜେଜେମା’ ଏବଂ ମା’ଙ୍କ ଗୁଣ ଥିବ।’
ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କୁ କଡ଼ା ସୁରକ୍ଷା ଦେବାକୁ ଦାବି ! ଶାହଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଧାରଣ ସଂପାଦକ
ରାହୁଲ ଆହୁରି କହିଛନ୍ତି ଯେ, ଯେତେବେଳେ ତାଙ୍କୁ କେହି ‘ପପୁ’ ବୋଲି ଡାକନ୍ତି, ତାଙ୍କୁ ଖରାପ ଲାଗେ ନାହିଁ। କାରଣ ଏହା କେବଳ ଜନମତକୁ ପ୍ରଭାବିତ କରିବାର ଏକ ଅଂଶ। ଯେଉଁମାନେ ଏଭଳି କହୁଛନ୍ତି ସେମାନଙ୍କ ମନରେ ଭୟ ରହିଛି। ତାଙ୍କ ଜୀବନରେ କିଛି ନାହିଁ। ଏପରିକି ତାଙ୍କର କାହା ସହ ସମ୍ପର୍କ ମଧ୍ୟ ଭଲ ନାହିଁ। ଯଦି ଏଭଳି ଲୋକ ମୋତେ ଗାଳି କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ମୋତେ ଗାଳି କରନ୍ତୁ, ମୁଁ ଏହାକୁ ସ୍ୱାଗତ କରିବି। ମୁଁ କାହାକୁ ଘୃଣା କରେ ନାହିଁ। ଆପଣ ମୋତେ ଗାଳି କରନ୍ତୁ...ହେଲେ ମୁଁ ଆପଣଙ୍କୁ କେବେ ଘୃଣା କରିବି ନାହିଁ’।
ଏହି ସାକ୍ଷାତକାରରେ ରାହୁଲ ନିଜ ପାଖରେ ଥିବା ଗାଡ଼ି ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ, ‘ମୋ ପାଖରେ ନିଜର ବୋଲି କିଛି କାର୍ ନାହିଁ। ହେଲେ ମା’ଙ୍କ ପାଖରେ ଏକ କାର୍ ଅଛି। ଲଣ୍ଡନରେ ରହୁଥିବା ବେଳେ ‘ଆର୍ଏସ୍ ୨୦’ ବାଇକ୍ ଚଲାଉଥିଲି।’ ରାହୁଲଙ୍କୁ ସାଇକେଲ୍ ଚଲାଇବାକୁ ବହୁତ ଭଲ ଲାଗେ। ବେଳେ ବେଳେ Lambretta(ସ୍କୁଟର) ଚଲାଇବାକୁ ତାଙ୍କୁ ଭଲ ଲାଗେ ବୋଲି ରାହୁଲ ଗାନ୍ଧି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)