Advertisment

‘ପାଇଲଟ୍‌ କେବେ ମୁଖ୍ୟମନ୍ତ୍ରୀ ହେଇପାରିବେ ନାହିଁ’

ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Rajasthan Politics

Ashok Gehlot, Sachin Pilot

ଅଶୋକ ଗେହଲଟ ଓ ସଚିନ ପାଇଲଟ୍‌ଙ୍କୁ ନେଇ ପୁଣି ସରଗରମ ରାଜସ୍ଥାନ ରାଜନୀତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି, ‘ସଚିନ ପାଇଲଟ ଜଣେ ଗଦ୍ଦାର । ସେ କେବେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ’।

Advertisment

ସାକ୍ଷାତକାର ଅବସରରେ ପାଇଲଟଙ୍କୁ ୬ ଥର ଗଦ୍ଦାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଏହାକୁ ନେଇ କଂଗ୍ରେସ ରାଜନୀତି ସରଗରମ । ଯାହା ସପକ୍ଷରେ ୧୦ ଜଣ ବିଧାୟକ ନାହାନ୍ତି, ସେ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଛନ୍ତି ଗେହଲଟ । ପାଇଲଟଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରାଯିବା ନେଇ କଂଗ୍ରେସ ମହଲରେ ଚର୍ଚ୍ଚା ପରେ ଏଭଳି କହିଛନ୍ତି ଗେହଲଟ୍ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ୍‌-ଗେହଲୋଟ୍ ଗୋଷ୍ଠୀ ମୁହାଁମୁହିଁ

ସେପଟେ ସଚିନ ପାଇଲଟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଲଗାଇଥିବା ଅଭିଯୋଗ ଭିତ୍ତିହୀନ । ବରଂ ସେ କିଛି ଲୋକଙ୍କ ଭୁଲ କଥାରେ୍ ପରିଚାଳିତ ହେଉଛନ୍ତି । ତେବେ ଦୁଇ ବଡ଼ ନେତାଙ୍କ ବିବାଦର ସମାଧାନ ପାଇଁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

Advertisment

କିଛି ଦିନ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ।

ଏହି ସବୁ ପ୍ରସଙ୍ଗକୁ ଯୋଡ଼ି ସଚିନଙ୍କ ଉପରେ ବର୍ଷିଛନ୍ତି ଗେହଲଟ। ଏଥିସହ ସଚିନ ପାଇଲଟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବୋଲି ଗେହଲଟ କହିଛନ୍ତି।

Congress Rajasthan Ashok Gehlot Sachin Pilot
Advertisment
Advertisment