Advertisment

୪୮ ଘଣ୍ଟା ଧ୍ୟାନରେ ବସିବେ ମୋଦି; ଭାଇରାଲ ହେଲା ୩୩ ବର୍ଷ ତଳର ପୁରୁଣା ଫଟୋ...

ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି...

author-image
Sujit kumar Swain
ଅଦ୍ୟତନ ହୋଇଛି
PM Modi Heads To Kanyakumari To Meditation

PM Modi

ଜୁନ୍‌ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ପ୍ରଚାର ଶେଷ ହେବା ପରେ ଆଜିଠୁ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରେ ଦୀର୍ଘ ୪୮ ଘଣ୍ଟା ଧରି ଧ୍ୟାନ କରିବେ ମୋଦି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି...

Advertisment

ପ୍ରଧାନମନ୍ତ୍ରୀ ମୋଦି ଧ୍ୟାନରେ ବସିବା ପୂର୍ବରୁ ୩୩ ବର୍ଷ ତଳର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଯାହା ୧୧ ଡିସେମ୍ବର ୧୯୯୧ର ଫଟୋ ‘ଏକତା ଯାତ୍ରା’ରୁ ଆସିଛି । କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହୋଇଥିଲା  ‘ଏକତା ଯାତ୍ରା’ । ଭାଇରାଲ ଫଟୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର

Advertisment

ଉଲ୍ଲେଖଯୋଗ୍ୟ, ‘ଏକତା ଯାତ୍ରା’ ୧୯୯୧ ମସିହା ଡିସେମ୍ବର ମାସରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ୨୬ ଜାନୁୟାରୀ ୧୯୯୨ରେ ଶ୍ରୀନଗରରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ଶେଷ ହୋଇଥିଲା । ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀଙ୍କ ନେତୃତ୍ୱରେ ‘ଏକତା ଯାତ୍ରା’ ଚାଲିଥିବାବେଳେ ତତ୍କାଳୀନ ବିଜେପି କର୍ମୀ ନରେନ୍ଦ୍ର ମୋଦି ଏହି ପଦଯାତ୍ରାର ଆୟୋଜନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବିବେକାନନ୍ଦ ରକ୍‌ ମେମୋରିଆଲ୍‌ରେ ସ୍ବାମୀ ବିବେକାନନ୍ଦ ୧୮୯୨ ମସିହାରେ ଧ୍ୟାନ କରିଥିଲେ । ହିନ୍ଦୁ ଦାର୍ଶନିକ-ସାଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରକ୍ ମେମୋରିଆଲ୍ ସ୍ମାରକୀ ନିର୍ମାଣ କରାଯାଇଥିଲା। କୁହାଯାଏ ଯେ ସ୍ୱାମୀ ବିବେକାନନ୍ଦ ସାରା ଦେଶରେ ବୁଲାବୁଲି କରିବା ପରେ ଏଠାରେ ତିନି ଦିନ ଧ୍ୟାନ କରିଥିଲେ ଏବଂ ଏକ ବିକଶିତ ଭାରତ ପାଇଁ ଦର୍ଶନ ପ୍ରାପ୍ତ କରିଥିଲେ।

ତେବେ ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ ପୁଲିସକର୍ମୀ ଜଗିବେ। ସେହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ସୁରକ୍ଷା ଏଜେନ୍ସି କଡା ନଜର ରଖିବେ। ସୁରକ୍ଷା ଦୃଷ୍ଟିରୁ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସମୁଦ୍ରକୂଳ ବନ୍ଦ ରହିବ। ଏହା ସହିତ ବ୍ୟକ୍ତିଗତ ଡଙ୍ଗାଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ।

Rephrase with Ginger (Ctrl+Alt+E)
Narendra Modi PM Narendra Modi Meditation
Advertisment
Advertisment