/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711100740.jpg)
ED arresting Delhi CM Arvind Kejriwal
ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି । କେଜ୍ରିୱାଲଙ୍କ ଗିରଫ ନେଇ ବଡ଼ ବୟାନ ଦେଇଛନ୍ତି ସମାଜସେବୀ ଆନ୍ନା ହାଜାରେ । ଆନ୍ନା ହାଜାରେ କହିଛନ୍ତି ଯେ, ସେ ମୋ କଥା ଶୁଣି ନ ଥିବାରୁ ମୁଁ ଦୁଃଖିତ। ସେ ତାଙ୍କ କାମ ପାଇଁ ଗିରଫ ହୋଇଛନ୍ତି ।
ଆନ୍ନା ହଜାରେ ଆହୁରି କହିଛନ୍ତି ଯେ, ‘ମଦ ଦୁର୍ନୀତି ବନ୍ଦ କରିବା ପାଇଁ ମୁଁ କେଜ୍ରିୱାଲଙ୍କୁ ଅନେକ ଥର ଚିଠି ଲେଖିଥିଲି, ମଦ ନୀତି ଉପରେ ଚିଠି ଲେଖିବାର ଉଦ୍ଦେଶ୍ୟ ହେଉଛି ଅନ୍ୟାୟ ଦୂର କରିବା । ମଦ୍ୟପାନ ହେତୁ ଲୋକଙ୍କ ହତ୍ୟା ଜନିତ ମାମଲା ବଢୁଛି ଏବଂ ମହିଳାଙ୍କୁ ନିର୍ଯ୍ୟାତନା ଦିଆଯାଉଛି । ଏହି କାରଣରୁ ମୁଁ ମଦ ନୀତି ବନ୍ଦ କରିବା ବିଷୟରେ କହିଥିଲି, କିନ୍ତୁ ମୋ କଥା ଅରବିନ୍ଦଙ୍କ ମନକୁ ପାଇନଥିଲେ ଏବଂ ସେ ମଦ ନୀତି ଆରମ୍ଭ କରିଥିଲେ । ସେହି ମଦ ନୀତି ଯୋଗୁଁ ଶେଷରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଆନ୍ନା ହଜାରେ କହିଛନ୍ତି’ ।
ପଢନ୍ତୁ ଏହି ଖବର: 'ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ'
ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ରାତିରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଜି ସ୍ବତନ୍ତ୍ର PMLA କୋର୍ଟରେ ତାଙ୍କୁ ହାଜର କରାଯିବ। ଆଜି କେଜରିୱାଲଙ୍କର ସମସ୍ତ ମେଡିକାଲ ଟେଷ୍ଟ ମଧ୍ୟ କରାଯିବ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି।
ସେପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଆପ୍ ସୁପ୍ରିମକୋର୍ଟରେ କରିଥିବା ଆବେଦନ ମାମଲାର ଆଜି ଶୁଣାଣି ହେବ। ବିଳମ୍ବିତ ରାତିରେ ତତ୍କାଳ ଶୁଣାଣି ପାଇଁ ଗତକାଲି ଆପ୍ ପକ୍ଷରୁ ନିବେଦନ କରାଯାଇଥିଲା । ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରିବେ। ୯ ଥର ସମନ ସତ୍ତ୍ୱେ କେଜ୍ରିୱାଲ ଇଡିରେ ହାଜର ହେଉନଥିଲେ। ଅନ୍ତରୀଣ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡି ଟିମ୍ ଗତକାଲି କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା। ତାଙ୍କୁ ଦୁଇ ଘଣ୍ଟା ଧରି ଜେରା କରିବା ପରେ ଗିରଫ କରିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)