Advertisment

‘ସେ ଚିତ୍କାର କରୁଥିଲେ, ଡ୍ରାଇଭର ଏହା ଜାଣିଥିଲେ...’ କାଳରାତିର କାହାଣୀ କହିଲେ ଅଞ୍ଜଳିଙ୍କ ସାଙ୍ଗ

ଦିଲ୍ଲୀ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Kanjhawala Death Case

Anjali's Friend Describes About Delhi Car Horror Case

ଦିଲ୍ଲୀ ସୁଲତାନପୁରୀରେ ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଞ୍ଜଳି ସିଂ ମୃତ୍ୟୁ ମାମଲା ରେ ଆଉ ଏକ ନୂଆ ଖୁଲାସା ହୋଇଛି। ପୋଲିସ୍‌ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ଯେତେବେଳେ କାର୍‌, ସ୍କୁଟିକୁ ଧକ୍କା ଦେଇଥିଲା ସେହି ସମୟରେ ସ୍କୁଟିରେ ଅଞ୍ଜଳି ଏକାକୀ ନଥିଲେ। ତାଙ୍କ ସହ ଆଉ ଜଣେ ଯୁବତୀ ଥିଲେ। ଯିଏକି ତାଙ୍କ ସାଙ୍ଗ। ଏବେ ସମ୍ପୃକ୍ତ ଯୁବତୀଙ୍କ ବୟାନ ସାମ୍ନାକୁ ଆସିଛି। 

Advertisment

ଦୁର୍ଘଟଣା ବେଳେ ଅଞ୍ଜଳିଙ୍କ ସହ ଥିବା ତାଙ୍କ ସାଙ୍ଗ ନିଧି ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,‘ଦୁର୍ଘଟଣା ପରେ ଅଞ୍ଜଳି କାର୍‌ ଚକା ତଳେ ଫସି ଯାଇଥିଲେ, ଏହି କଥା କାର୍‌ରେ ଥିବା ଲୋକଙ୍କୁ ଜଣାଥିଲା। କାର୍‌ ଆମ ମୁଣ୍ଡକୁ ଧକ୍କା ଦେଇଥିଲା। ଏହାପରେ କାର୍‌ ଧକ୍କାରେ ମୁଁ ଛିଟିକି ହୋଇ ପଡ଼ିଥିଲି ଓ ଅଞ୍ଜଳି କାର୍‌ ଚକା ତଳେ ଫସି ଯାଇଥିଲେ।’

ଅଧିକ ପଢ଼ନ୍ତୁ: ଦୁର୍ଘଟଣା ପୂର୍ବରୁ ସାଙ୍ଗ ସହ ଅଞ୍ଜଳିଙ୍କ ଜୋରଦାର ଝଗଡ଼ା: ସାମ୍ନାକୁ ଆସିଲା ନୂଆ ସିସିଟିଭି ଭିଡିଓ

Advertisment

‘କାର୍‌ ଚକା ତଳେ ଫସିଥିବା କଥା ଗାଡ଼ି ଡ୍ରାଇଭରଙ୍କ ସମେତ ଗାଡ଼ି ଭିତରେ ଥିବା ସମସ୍ତଙ୍କୁ ଏହା ଜଣାଥିଲା। ଜୀବନ ବଞ୍ଚାଇବା ପାଇଁ ଅଞ୍ଜଳି ଚିତ୍କାର କରିଥିଲେ। ହେଲେ କେହିବି ତାଙ୍କ କଥା ଶୁଣି ନଥିଲେ।’ ଆଉ ତା’ପରେ କାର୍‌ରେ ଥିବା ଲୋକମାନେ ଅଞ୍ଜଳିଙ୍କୁ ଘୋଷାଡ଼ି ଘୋଷାଡ଼ି ୧୩ କି.ମି. ଯାଏ ନେଇ ଯାଇଥିଲେ। ଆଉ ଘୋଷାଡ଼ି ହୋଇ ତାଙ୍କ ଜୀବନ ଚାଲିଗଲା’ ବୋଲି ନିଧି କହିଛନ୍ତି। ଏହା ଦେଖି ନିଧି ପୁରା ଭୟଭୀତ ହୋଇଯାଇଥିଲେ ଓ ଘରକୁ ଚାଲି ଯାଇଥିଲେ।

ସେପଟେ ଦୁର୍ଘଟଣାର ପ୍ରାୟ ୧୫ ମିନିଟ୍‌ ପୂର୍ବର ଏକ CCTV ଫୁଟେଜ୍‌ ସାମ୍ନାକୁ ଆସିଛି। ରାତି ୧ଟା ୪୫ ମିନିଟ୍‌ରେ ହୋଟେଲ୍‌ରୁ ନୂଆବର୍ଷ ପାର୍ଟି ସାରି ଅଞ୍ଜଳି ଓ ତାଙ୍କ ସାଙ୍ଗ ବାହାରିଥିଲେ। ଅଞ୍ଜଳି ଗୋଲାପୀ ରଙ୍ଗର ଟି-ସାର୍ଟ ପିନ୍ଧି ଥିବାବେଳେ ନିଧି ଲାଲ୍‌ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ନିଧି ସ୍କୁଟି ଚଲାଉ ଥିବାବେଳେ ଅଞ୍ଜଳି ପଛରେ ବସିଥିଲେ। କିଛି ବାଟ ଯିବା ପରେ ଅଞ୍ଜଳି ସ୍କୁଟି ଚଲାଇବା ପାଇଁ କହିଥିଲେ। ଏହାପରେ ଅଞ୍ଜଳି ସ୍କୁଟି ଚଲାଇ ଥିଲେ ଓ ନିଧି ପଛ ପଟେ ବସିଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ବେଳେ ନିଧି ସାମାନ୍ୟ ଆହତ ହୋଇଥିଲେ। ହେଲେ ଘଟଣାସ୍ଥଳରୁ ସେ ଛୁ’ ମାରିଥିଲେ।

Hit And Run Case In Delhi Hit And Run Case Road Accident Accident
Advertisment
Advertisment