• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏବେ ସୋସିଆଲ ମିଡିଆର ଯୁଗ । ଲୋକମାନେ ମୁଡ୍ ଅନୁସାରେ ସୋସିଆଲ ମିଡିଆରେ ନିଜର ଫିଲିଂସ ସେୟାର କରିଥାନ୍ତି । ଆପଣ ଯଦି ନିୟମିତ ବିଭିନ୍ନ ସୋସିଆଲ ମିଡିଆ ସାଇଟ୍‌ ସହ ଯୋଡ଼ି ହୋଇ ରହୁଥାନ୍ତି, ତେବେ ଆନନ୍ଦ ମହିନ୍ଦ୍ରାଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ଆନନ୍ଦ ମହିନ୍ଦ୍ରା ହେଉଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ମାଲିକ । ସେ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ଗରୀବ ଦୁଃଖୀ ରଙ୍କିକୁ ସାହାଯ୍ୟ ସହଯୋଗ କରି ଚର୍ଚ୍ଚା ସାଉଁଟି ଥାନ୍ତି ତ ପୁଣି କେତେବେଳେ ନିଜର ମଜାଳିଆ ଓ ଭିନ୍ନ ଅନ୍ଦାଜର ପୋଷ୍ଟ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି ।

ଏବେ କିନ୍ତୁ ୬୭ ବର୍ଷିୟ ଆନନ୍ଦ ମହିନ୍ଦ୍ରା, ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆ ରେ ଭାଇରାଲ ହେଉଥିବା ଏକ ଭିଡିଓକୁ ସେ ପୁଣି ଭାଇରାଲ କରି ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ବିଷର ସଜ୍ଞା କ’ଣ ? ସରଳ ଭାଷାରେ ବୁଝାଇଦେଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ସାଧାରଣତଃ ମଣିଷ ଜୀବନରେ ଅନେକ ଛୋଟ ବଡ଼ ସମସ୍ୟା ରହିଥାଏ । ହେଲେ ଆମେ ଛୋଟ ସମସ୍ୟାକୁ ବି ବଡ଼ ବୋଲି ଭାବି ଭାରାକ୍ରାନ୍ତ ହେଉଛନ୍ତି । ଯାହାର ଆଦୌ ଆବଶ୍ୟକତା ନାହିଁ । ସମସ୍ୟାକୁ ଦୂରରୂ ଦେଖିଲେ ଏହା ବହୁତ ବଡ଼ ଲାଗିଥାଏ, ଯେତେବେଳେ ଆମେ ସମସ୍ୟା ପାଖକୁ ଯାଇ ତାକୁ ସମାଧାନ କରିବାକୁ ଚେଷ୍ଟା କରିବା ତାହା ଅତ୍ୟନ୍ତ ଛୋଟ ଓ ସରଳ ହୋଇଯାଏ । ତେଣୁ ମଣିଷ ସମସ୍ୟାକୁ ନଡରି ଏହାର ସମାଧାନ ବାଟ ଖୋଜିବା ଆବଶ୍ୟକ ।

ଶ୍ରୀ ମହିନ୍ଦ୍ରା ସେୟାର କରିଥିବା ଭାଇରାଲ ଭିଡିଓ ରେ, ଏକ ଏରୋପ୍ଲେନ୍‌ ଦେଖାଯାଉଛି । ଯାହାକି ଦୂରରୂ ଦେଖିଲେ ଲାଗୁଛି ଏକ ବଡ଼ ବିମାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବ । ହେଲେ ଭିଡିଓ ଶେଷରେ ଜଣାପଡ଼ୁଛି ସେହି ବିମାନଟି ଏକ ଖେଳଣା । ଆଉ ଏହାକୁ ଜଣେ ବାଳକ ଛାତ ଉପରେ ଛିଡ଼ା ହୋଇ ଦୁଇ ହାତରେ ଧରି ନେଉଛନ୍ତି । ଆଉ ବିମାନକୁ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ସମ୍ଭାଳି ନେଉଛନ୍ତି ।

ତେବେ ଆନନ୍ଦଙ୍କ କହିବା କଥା ପ୍ରତ୍ୟେକ ମଣିଷ ମଧ୍ୟ ଏଭଳି ସାହାସ ରଖିବା ଉଚିତ୍ । ସମସ୍ୟାକୁ ଦୂରରୂ ଦେଖି ବିଚଳିତ ହେବା ଆବଶ୍ୟକ ନାହିଁ । ଏହାର ମୁକାବିଲା କରିବା ସହ ସମାଧାନର ବାଟ ବାହାର କରିବା ପାଇଁ ଚିନ୍ତା କରିବା ଆବଶ୍ୟକ ।