• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ । ତାଙ୍କର ଟ୍ୱିଟର ଆକାଉଣ୍ଟ ହିଁ ଏହାର ଏକ ବଡ଼ ପ୍ରମାଣ । ବିଭିନ୍ନ ସମୟରେ ତାଙ୍କର ପୋଷ୍ଟ ସୋସିଆଲ ମିଡଆରେ ଭାଇରାଲ୍ ହୁଏ । ସେ ନିୟମିତ ବ୍ୟବଧାନରେ ଲୋକଙ୍କୁ ଉତ୍ତମ ବାର୍ତ୍ତା ଦେବା ଭଳି ପୋଷ୍ଟ ସେୟାର କରନ୍ତି । ଆଜି ମଧ୍ୟ ସେ ଏପରି ଏକ ରୋଚକ ପୋଷ୍ଟ ସେୟାର କରିଛନ୍ତି । ଆନନ୍ଦ ମହିନ୍ଦ୍ରା ତାଙ୍କ ସିଗନାଲ ୱାଣ୍ଡରବକ୍ସରେ ଏହି ପୋଷ୍ଟ ପାଇଛନ୍ତି । ପୋଷ୍ଟରେ ଜଣେ ଯାଦୁଗର ଏକ ମଞ୍ଜ କଥା କହିଛନ୍ତି, ଯାହା ସମସ୍ତେ ଜାଣିବା ଜରୁରୀ ।

ଭାଇରାଲ ହେଉଥିବା ଏହି ପୋଷ୍ଟକୁ ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ଜଣେ ଯାଦୁକରଙ୍କୁ ଦେଖିବାକୁ ମିଳୁଛି, ଯେଉଁଥିରେ ତାଙ୍କୁ ବିଷର ଅର୍ଥ ପଚରାଯାଇଛି । ଆଉ ସେ ଉତ୍ତରରେ କହିଛନ୍ତି "ଆମକୁ କେବଳ ବିଷ ଦରକାର । ଏଥିରେ ଶକ୍ତି, ଆଳସ୍ୟ, ଖାଦ୍ୟ, ଆତ୍ମାଭିମାନ, ଉଚ୍ଚାଭିଳାଷ, ଗର୍ବ, ଭୟ, କ୍ରୋଧ ସବୁ କିଛି ଅଛି। ଆବଶ୍ୟକତା ଠାରୁ ଅଧିକ ଦରକାର ହେଉଥିବା ଜିନିଷ ସବୁ ହିଁ ବିଷ । ଜୀବନର ମୂଳ ଲକ୍ଷ୍ୟ ସବୁକିଛି ହାସଲ କରିବା ନୁହେଁ ।

ତେବେ ସବୁଥର ପରି ଏଥର ବି ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲୋକମାନେ ମଧ୍ୟ ଏହି ପୋଷ୍ଟରେ ବିଭିନ୍ନ ପ୍ରକାର କମେଣ୍ଟ୍‌ ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଖୁବ ସୁନ୍ଦର ବାର୍ତ୍ତା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, " ନିରାଟ ସତ୍ୟ କଥା ।"