Kolkata to Chennai in 3 hours: ୩ ଘଣ୍ଟାରେ କୋଲକାତାରୁ ଚେନ୍ନାଇ, ଆନନ୍ଦ ମହିନ୍ଦ୍ରା ଶେୟାର କଲେ ଭାଇରାଲ ପୋଷ୍ଟ

ୱାଟର ଫ୍ଲାଏ ଟେକ୍ନୋଲୋଜି ନାମକ ଏକ ନୂତନ ବୈଷୟିକ କୌଶଳ ଉପରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ସଫଳ ହେଲେ ଏହି ସ୍ବପ୍ନ ବାସ୍ତବତାର ରୂପ ନେଇପାରେ। ଆଇଆଇଟି ମାଡ୍ରାସ ପକ୍ଷରୁ ଏକ ଷ୍ଟାର୍ଟଅପ ସ୍ଥାପନ  କରାଯାଇଛି।

water fly

ଯଦି କେହି କୁହେ ଚେନ୍ନାଇରୁ କୋଲକାତା ଯାତ୍ରା କରିବାକୁ ମାତ୍ର ୩ ଘଣ୍ଟା ସମୟ ଲାଗିବ ତେବେ ଏହାକୁ ବିଶ୍ବାସ କରିବା କଷ୍ଟକର। ଏହା କୌଣସି ସିନେମାର କାହାଣୀ ଭଳି ଶୁଣିବାକୁ ଲାଗିପାରେ ତେବେ ଯଦି ଆପଣ ଏମିତି କିଛି ସ୍ବପ୍ନ ଦେଖିଥାନ୍ତି ତେବେ ଏହା ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ୱାଟର ଫ୍ଲାଏ ଟେକ୍ନୋଲୋଜି ନାମକ ଏକ ନୂତନ ବୈଷୟିକ କୌଶଳ ଉପରେ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ ସଫଳ ହେଲେ ଏଡ ସ୍ବପ୍ନ ବାସ୍ତବତାର ରୂପ ନେଇପାରେ। ଆଇଆଇଟି ମାଡ୍ରାସ ପକ୍ଷରୁ ଏକ ଷ୍ଟାର୍ଟଅପ ସ୍ଥାପନ  କରାଯାଇଛି।

ଚେନ୍ନାଇରୁ କୋଲକାତା ମଧ୍ୟରେ ଦୂରତା ୧୬୬୮ କିଲୋମିଟର। ଏହି ଦୂରତାକୁ ମାତ୍ର ୩ ଘଣ୍ଟାରେ ଅତିକ୍ରମ କରିହେବ ବୋଲି ୱାଟର ଫ୍ଲାଏ ଟେକ୍ନୋଲୋଜି ଦାବି କରିଛି। ସେହିପରି ଏହାର ମୂଲ୍ୟ ମଧ୍ୟ ବେଶ ଶସ୍ତା ରହିବ। ଜଣେ ଯାତ୍ରୀ ପିଛା ମାତ୍ର ୬୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ୱାଟର ଫ୍ଲାଏ ଟେକ୍ନୋଲୋଜି ଦାବି କରିଛି। ଶିଳ୍ପପତି ତଥା ମହିନ୍ଦ୍ରା ଗ୍ରୁପର ଆନନ୍ଦ ମହିନ୍ଦ୍ରା ଏହି ପୋଷ୍ଟ ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଆଇଆଇଟି ମାଡ୍ରାସ ଏହି ବୈଷୟିକ କୌଶଳ ଦ୍ବାରା ସିଲିକନ ଭ୍ୟାଲିକୁ କଡା ଟକ୍କର ଦେବ ବୋଲି ମହିନ୍ଦ୍ରା ଲେଖିଛନ୍ତି।

ଅଧିକ ପଢ଼ନ୍ତୁ : ନେପାଳର ଆଉଜଣେ ପ୍ରକ୍ରିତିକୁ ନେଇ ବିଶ୍ଵ ସାରା ଚର୍ଚ୍ଚା

ଇଣ୍ଡିଆନ ଟେକ ଆଣ୍ଡ ଇନଫ୍ରା ପକ୍ଷରୁ ଏକ ପୋଷ୍ଟ କରାଯାଇଥିବା ବେଳେ ଏହାକୁ ରିଟୁଇଟ କରିଥିଲେ ମହିନ୍ଦ୍ରା। ସେ ଲେଖିଥିଲେ ଷ୍ଟାର୍ଟଅପ ଗୁଡିକ ବିକଶିତ କରିବା ଦିଗରେ ସିଲିକନ ଭ୍ୟାଲିକୁ କଡା ଟକ୍କର ଦେଉଛି ଆଇଆଇଟି ମାଡ୍ରାସ। ପ୍ରତି ସପ୍ତାହରେ କୌଣସି ନା କୌଣସି ନୂତନ ଆବିଷ୍କାର କରିବା ଦିଗରେ ଏହା କାମ କରୁଛି। ଏହି ଯୋଜନା ତାଙ୍କୁ ଦୁଇଟି କାରଣରୁ ପ୍ରଭାବିତ କରିଥିବା ମହିନ୍ଦ୍ରା କହିଛନ୍ତି। ପ୍ରଥମତଃ ଏହା ଭାରତର ବୀସ୍ତିର୍ଣ୍ଣ ଜଳରାଶିକୁ ଏକ୍ସପ୍ଲୋର କରୁଛି। ଦ୍ବିତୀୟତଃ ଯାନର ଡିଜାଇନ ତାଙ୍କୁ ସବୁଠାରୁ ଅଧିକ ପସନ୍ଦ ଆସିଛି।

୨୦୨୫ ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ଏହି ଯୋଜନା ସମ୍ପର୍କରେ ପ୍ରଥମେ ଆଲୋଚନା ହୋଇଥିଲା। କମ୍ପାନୀର ସହ ପ୍ରତିଷ୍ଠାତା ହର୍ଷ ରାଜେଶ ଦ୍ରୁତ ଯାତ୍ରା ସହିତ ଏହା ଯେପରି ପକେଟକୁ ବାଧୁ ନ ଥିବା ଭଳି ହୋଇଥିବ ତା ଉପରେ ଗୁରୁତ୍ବ ଦେଇଥିଲେ। ଏକ ରିପୋର୍ଟ ଅନୁସାରେ କୋଲକାତାରୁ ଚେନ୍ନାଇ ମଧ୍ୟରେ ଦୂରତା ପାଖାପାଖି ୧୭୦୦ କିମି ହୋଇଥିବା ବେଳେ ଏହି ଯାତ୍ରା ପାଇଁ ଜଣଙ୍କୁ ମାତ୍ର ୬୦୦ ଟଙ୍କା ଦେବାକୁ ପଡିବ। ଏହି ଯାନଟି ସମୁଦ୍ରରୁ ମାତ୍ର ୪ ମିଟର ଉଚ୍ଚରେ ଉଡିବ। ଏହା ଫଳରେ ମାଧ୍ୟାକର୍ଷଣର ପ୍ରଭାବ ମଧ୍ୟ କମ ରହିବ। ତେଣୁ ଯାନରେ ବ୍ୟବହାର ହେବାକୁ ଥିବା ଇନ୍ଧନର ପରିମାଣ କମ ହେବ ଯାହାଦ୍ବାରା ଭଡା ମଧ୍ୟ ହ୍ରାସ ପାଇବ।

ଅଧିକ ପଢ଼ନ୍ତୁ : ବଡଧରଣର ବିମାନ ଦୁର୍ଘଟଣା ; ୪୬ ମୃତ