Advertisment

ଜନତାଙ୍କୁ ମିଳିବ ବଡ଼ ଆଶ୍ୱସ୍ତି: ଏଣିକି ଏତିକି ଟଙ୍କା ଶସ୍ତାରେ ମିଳିବ ଅଟା ! ଫେବୃଆରୀ ୬ରୁ ବିକ୍ରି ଆରମ୍ଭ

ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ପ୍ରତି କିଲୋ ଅଟାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରିବା ଲାଗି ସରକାର ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Central Government Will Supply Atta At Rs 29 per Kg

Central Government Will Supply Atta At Rs 29 per Kg

ମହଙ୍ଗା ମାଡ଼ ଭିତରେ ଜନତାଙ୍କୁ ବଡ଼ ଆଶ୍ୱସ୍ତି। ଦେଶରେ ଗହମ ଓ ଅଟା ଦର ନିୟନ୍ତ୍ରଣ ଲାଗି ସରକାର ପଦକ୍ଷେପ ନେଇଛନ୍ତି। ଦେଶରେ ଗହମ ଦର(Wheat Price) କ୍ୱିଣ୍ଟାଲକୁ ୩ ହଜାର ଟଙ୍କା ଉପରେ ଥିବାବେଳେ, ଅଟା ପ୍ରତି କିଲୋକୁ ୪୦ ଟଙ୍କାରେ ପହଞ୍ଚିଛି। ଏସବୁ ଭିତରେ ଜନତାଙ୍କୁ ଆଶ୍ୱସ୍ତି ଦେବା ଲାଗି ପ୍ରତି କିଲୋ ଅଟାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରିବା ଲାଗି ସରକାର ଘୋଷଣା କରିଛନ୍ତି। ଫଳରେ ଅଟା କିଲୋ ପାଖାପାଖି ୧୧ ଟଙ୍କା ଶସ୍ତାରେ ମିଳିବ। ଫେବୃଆରୀ ୬ ତାରିଖରୁ NAFED ଓ NCCF ଶସ୍ତାରେ ଅଟା ବିକ୍ରି କରିବା ଆରମ୍ଭ କରିବ। 

Advertisment

ଅଧିକ ପଢ଼ନ୍ତୁ: ବଢ଼ିଲା କ୍ଷୀର ଦାମ୍‌, ଲିଟର ପ୍ରତି ୩ଟଙ୍କା ବୃଦ୍ଧି କଲା କମ୍ପାନୀ

CNBCTVର ଏକ ରିପୋର୍ଟ ଅନୁସାରେ, DFPD ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି, ସାଧାରଣଲୋକଙ୍କୁ ଅଟା ଯୋଗାଣର ସମୀକ୍ଷା ବେଳେ ଏଭଳି ନିଷ୍ପତ୍ତି ନିଆଯାଇଛି। NAFED ଓ NCCF ଭିନ୍ନ-ଭିନ୍ନ ଆଉଟଲେଟ୍‌ ଜରିଆରେ ପ୍ରତି କିଲୋ ଅଟାକୁ ୨୯ ଟଙ୍କା ୫୦ ପଇସାରେ ବିକ୍ରି କରିବ। ଶସ୍ତା ଦରରେ ଏହି ଅଟାକୁ ବିଭିନ୍ନ ଖୁଚୁରା ଦୋକାନ, ମୋବାଇଲ୍‌ ଭ୍ୟାନ୍‌ ଇତ୍ୟାଦି ମାଧ୍ୟମରେ ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରି କରାଯିବ। ଏହି ସଂସ୍ଥା ଗୁଡ଼ିକ ଏହାକୁ "ଭାରତ ଅଟା" କିମ୍ବା ଅନ୍ୟ ନାମରେ ବିକ୍ରି କରିବେ।

ତେବେ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର କୌଣସି ବି କର୍ପୋରେସନ/କୋ-ଅପରେଟିଭ୍‌ ସୋସାଇଟି/ଫେଡରେସନ/ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତି କିଲୋ ଅଟାକୁ ୨୩ ଟଙ୍କା ୫୦ ପଇସା ହିସାବରେ କିଣିବେ। ଏହାକୁ  ପ୍ରତି କିଲୋ ହିସାବରେ ୨୯ ଟଙ୍କା ୫୦ ପଇସା ହିସାବରେ ଉପଭୋକ୍ତାଙ୍କୁ ବିକ୍ରି କରିପାରିବେ। 

Advertisment
Advertisment
Advertisment