Advertisment

ଅଜିତ ଡୋଭାଲ ଓ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପିକେ ମିଶ୍ରଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଉଭୟଙ୍କ କାର୍ଯ୍ୟକାଳ ଜୁନ ୧୦ରୁ ଆରମ୍ଭ ହୋଇସାରିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Govt approves re-appointment of NSA Ajit Doval

NSA Ajit Doval

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ହୋଇଛନ୍ତି ପିକେ ମିଶ୍ର। କେନ୍ଦ୍ର ସରକାର ପି.କେ. ମିଶ୍ରଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି। ସେହିପରି ଅଜିତ ଡୋଭାଲଙ୍କ କାର୍ଯ୍ୟକାଳକୁ ମଧ୍ୟ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଅଜିତ ଡୋଭାଲଙ୍କୁ ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର ଭାବେ ପୁନଃ ନିଯୁକ୍ତି ମିଳିଛି। କ୍ୟାବିନେଟ ଆପଏଣ୍ଟମେଣ୍ଟସ କମିଟି ଏହି ନିଯୁକ୍ତି ଦେଇଛନ୍ତି। ଗୁଜରାଟ କ୍ୟାଡର ପୂର୍ବତନ ଆଇଏଏସ୍ ଅଧିକାରୀ ଓଡ଼ିଆ ପୁଅ ହେଉଛନ୍ତି ପି.କେ.ମିଶ୍ର।

Advertisment

ସରକାର ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଡୋଭାଲ ଓ ପିକେ ମିଶ୍ର ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନିଜ ନିଜ ପଦବୀରେ କାମ କରିବେ। ଏହାର ଅର୍ଥ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିବା ଯାଏ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଉଭୟ କାମ କରିବେ।

ଅଧିକ ପଢ଼ନ୍ତୁ: ମୋଦି ୩.୦ ସରକାରରେ କୋଟିପତି ମନ୍ତ୍ରୀ; ଜାଣନ୍ତୁ କିଏ ସବୁଠାରୁ ବେଶି ଧନୀ

Advertisment

ଉଭୟଙ୍କୁ ପୂର୍ବ ଭଳି କ୍ୟାବିନେଟ ମନ୍ତ୍ରୀର ପାହ୍ୟା ମିଳିଛି। ପିକେ ମିଶ୍ର ହେଉଛନ୍ତି ଗୁଜରାଟ କ୍ୟାଡରର ପୂର୍ବତନ IAS ଓ ଓଡ଼ିଆ ପୁଅ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ୨୦୧୯ରୁ କାର୍ଯ୍ୟ କରୁଛନ୍ତି। ତାଙ୍କ ପୂର୍ବରୁ ନୃପେନ୍ଦର ମିଶ୍ରା ଏହି ପଦରେ ଥିଲେ। ମୋଦିଙ୍କ ପ୍ରମୁଖ ସଚିବ ହେବା ଆଗରୁ ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପଦରେ ରହିଥିଲେ।

ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ପୁଣିଥରେ ଅମିତ ଖାରେ ଓ ତରୁନ କପୁରଙ୍କୁ ନିଯୁକ୍ତି ଦେଇଛନ୍ତି। ଜୁନ ୧୦ରୁ ଉଭୟ ୨ ବର୍ଷ ପାଇଁ ପୁନଃ ନିଯୁକ୍ତି ପାଇଛନ୍ତି।

ଅଧିକ ପଢ଼ନ୍ତୁ: ମୋଦି ସରକାର ୩.୦: ଜାଣନ୍ତୁ କେନ୍ଦ୍ରମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ...

NSA NSA Ajit Doval
Advertisment
Advertisment