• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି ମଧ୍ୟ ଜାରି ହୋଇଛି । ବରିଷ୍ଠ ନେତା ନୀତୀନ ଗଡ଼କରୀ ୨୦୧୯ ଭଳି ଏଥର ସଡ଼କ ପରିବହନ ମନ୍ତ୍ରଣାଳୟ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛନ୍ତି । ସହଯୋଗୀମାନଙ୍କ ମଧ୍ୟରେ ଜିତନ ରାମ ମାଂଝୀଙ୍କୁ ମାଇକ୍ରୋ ଏବଂ କ୍ଷୁଦ୍ର ଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ଏଥି ସହିତ, ଏଲଜେପି ରାମ ବିଳାସର ଚିରାଗ ପାସୱାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ଟିଡିପି ରାମମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କୁ ହେଭି ଇଣ୍ଡଷ୍ଟ୍ରି ଏବଂ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି । ଜେଡିୟୁ ନେତା ଲଲନ ସିଂଙ୍କୁ ପଞ୍ଚାୟତିରାଜ ସହିତ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଦିଆଯାଇଛି । କିନ୍ତୁ ଆପଣ କେନ୍ଦ୍ରମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା...  

ଅଧିକ ପଢ଼ନ୍ତୁ: କେନ୍ଦ୍ର ମନ୍ତ୍ରୀ ମଣ୍ତଳ ତାଲିକା; ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

ନରେନ୍ଦ୍ର ମୋଦି - ପ୍ରଧାନମନ୍ତ୍ରୀ 

ଶିକ୍ଷାଗତ ଯୋଗ୍ୟତା: ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । 

କ୍ୟାବିନେଟ ମନ୍ତ୍ରୀ

୧- ରାଜନାଥ ସିଂହ(ବିଜେପି)- ପ୍ରତିରକ୍ଷା

ଶିକ୍ଷାଗତ ଯୋଗ୍ୟତା: ୧୯୭୧ରେ ଗୌରଖପୁର ବିଶ୍ୱବିଦ୍ୟାଳୟରୁ ଏମ୍‌.ଏସ୍‌ସି (M.Sc) ଡିଗ୍ରୀ ହାସଲ କରିଛନ୍ତି । 

୨- ଅମିତ ଶାହ(ବିଜେପି)- ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: S.Y. ବି.ଏସ୍‌ରେ ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ( ଅହମ୍ମଦାବାଦ) ଡିଗ୍ରୀ ହାସଲ କରିଛନ୍ତି । 

୩- ନୀତୀନ ଗଡ଼କରୀ(ବିଜେପି) - ସଡ଼କ ଓ ପରିବହନ ମନ୍ତ୍ରଣାଳାୟ

ଶିକ୍ଷାଗତ ଯୋଗ୍ୟତା: ନାଗପୁର ବିଶ୍ୱବିଦ୍ୟାଳୟରୁ ଏମ୍‌.କମ୍‌ ( M.Com ) ଏବଂ ଏଲ୍‌ଏଲ୍‌ବିରେ ଡିଗ୍ରୀ ହାସଲ କରିଛନ୍ତି । 

୪- ଜେପି ନଡ୍ଡା (ବିଜେପି)- ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଏଲ୍‌ଏଲ୍‌ବିରେ ଡିଗ୍ରୀ ହାସଲ କରିଛନ୍ତି । 

୫- ଶିବରାଜ ସିଂହ ଚୌହାନ(ବିଜେପି)- କୃଷି ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓ ପଞ୍ଚାୟତିରାଜ ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ବାରକାଟୁଲ୍ଲା ବିଶ୍ୱବିଦ୍ୟାଳୟରୁ ଦର୍ଶନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । 

୬- ନିର୍ମଳା ସୀତାରମଣ(ବିଜେପି)- ଅର୍ଥ ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ୧୯୮୪ରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ( ଦିଲ୍ଲୀ ) ଅର୍ଥନୀତିରେ ସ୍ନାତକୋତ୍ତର ଓ ଏମ୍‌.ଫିଲ୍‌ ଡିଗ୍ରୀ ହାସଲ କରିଛନ୍ତି । 
 ୭- ଏସ ଜୟଶଙ୍କର(ବିଜେପି)- ବୈଦେଶିକ ବ୍ୟାପାର 

ଶିକ୍ଷାଗତ ଯୋଗ୍ୟତା: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରୁ ( ଦିଲ୍ଲୀ ) ରାଜନୀତି ବିଜ୍ଞାନରେ ଏମ୍‌.ଏ,  ଏମ୍‌.ଫିଲ୍‌ ଓ ଆନ୍ତର୍ଜାତୀୟ ସଂପର୍କରେ ପିଏଚଡି ହାସଲ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମନ୍ତ୍ରିମଣ୍ଡଳରେ ପୁରୁଣା ଓ ନୂଆ ଚେହେରା; ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ରିପିଟ୍

୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)- ଶିକ୍ଷା ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ଉତ୍କଳ ବିଶ୍ୱବିଦ୍ୟାଳୟରୁ (ଭୁବନେଶ୍ୱର) ଆନ୍ଥ୍ରୋପୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

୯- ମନୋହର ଲାଲ ଖଟ୍ଟର (ବିଜେପି)- ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ 

ଶିକ୍ଷାଗତ ଯୋଗ୍ୟତା: ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍‌)- ଇସ୍ପାତ ଓ ଭାରୀ ଶିଳ୍ପ ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ନ୍ୟାସନାଲ କଲେଜ ଜୟନଗର ବାଙ୍ଗାଲୋର ବିଶ୍ବବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

୧୧- ପୀୟୂଷ ଗୋଏଲ(ବିଜେପି)- ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଛନ୍ତି ।

୧୨- ଜିତନ ରାମ ମାଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)- ଏମଏସ୍‌ଏମଇ 

ଶିକ୍ଷାଗତ ଯୋଗ୍ୟତା: ମାଗାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

୧୩- ଲଲନ ସିଂହ (ଜେଡିୟୁ)- ପଞ୍ଚାୟତି ରାଜ, ମତ୍ସ୍ୟ  ଓ ପଶୁ ସମ୍ପଦ 

ଶିକ୍ଷାଗତ ଯୋଗ୍ୟତା: T.N.B କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)- ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ଡିବ୍ରୁଗଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଓ ଏଲ୍‌.ଏଲ୍‌.ବି ଡିଗ୍ରୀ ହାସଲ କରିଛନ୍ତି ।

୧୫- ବୀରେନ୍ଦ୍ର କୁମାର(ବିଜେପି)- ସମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ

ଶିକ୍ଷାଗତ ଯୋଗ୍ୟତା: ଡଃ ହରିସିଂହ ଗୌର ବିଶ୍ୱବିଦ୍ୟାଳୟରୁ ( ମଧ୍ୟପ୍ରଦେଶ ) ଅର୍ଥନୀତିରେ ଏମ୍‌.ଏ ଓ ଶିଶୁ ଶ୍ରମିକରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now