/odishatv-khabar/media/post_attachments/uploadimage/library/16_9/16_9_0/Air_India_1750129902.jpg)
Air India
ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନଟି ଜରୁରୀ ଅବତରଣ କରିଥିବା ସୂତନା ରହିଛି । ସାନ ଫ୍ରାନ୍ସିକୋରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ବିମାନରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ବିମାନଟି କୋଲକାତାରେ ଅବତରଣ କରିଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।
ଏୟାର ଇଣ୍ଡିଆ ବିମାନର ବାମ ପଟ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଥିବା ଜଣା ପଡିଥିଲା । ଫଳରେ କୋଲକାତା ଏୟାରପୋର୍ଟରେ ଅଟକିଥିଲା ବିମାନ । ଭୋର୍ ୫ଟା ୨୦ ମିନିଟରେ ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ କୁହାଯାଇଥିଲା । ବିମାନ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ହୋଇଥିବା ପାଇଲଟ କହିଛନ୍ତି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବାରମ୍ବାର ସାମନାକୁ ଆସୁଛି ବିମାନରେ ଯାନ୍ତ୍ରିକ ତ୍ରୁଟି ଘଟଣା ।
ଗତ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିଲା ବଡ଼ ଧରଣର ବିମାନ ଦୁର୍ଘଟଣା । ଯେଉଁଥିରେ ୨୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଅନ୍ୟ ମୃତଦେହର ଡିଏନଏ ଟେଷ୍ଟିଂ ଏବେବି ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)