Advertisment

ହ୍ୱିଲଚେୟାର ଅଭାବରୁ ୮୦ବର୍ଷୀୟ ଯାତ୍ରୀଙ୍କ ମୃତ୍ୟୁ ଘଟଣା...ଏୟାର ଇଣ୍ଡିଆକୁ ୩୦ଲକ୍ଷର ଫାଇନ୍

ବୃଦ୍ଧ ଯାତ୍ରୀଙ୍କ ପାଇଁ କାହିଁକି ପୂର୍ବରୁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇ ନଥିଲା ଏନେଇ ପ୍ରଶ୍ନ କରିଥିଲା ଡିଜିସିଏ। ତେବେ ଏହାର ସନ୍ତୋଷଜନକ ଉତ୍ତର ଏୟାର ଇଣ୍ଡିଆ ଦେଇ ପାରିନଥିଲା ।

author-image
Sonali Ojha
ଅଦ୍ୟତନ ହୋଇଛି
DGCA fines Air India 30 lakh over passenger death

Air India fined Rs 30 lakh

ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କାର ଜରିମାନା । ନିକଟରେ ଜଣେ ୮୦ ବର୍ଷୀୟ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଡିଜିସିଏ ଏୟାର ଇଣ୍ଡିଆ ଉପରେ ଫାଇନ ଲଗାଇଛି। ହ୍ୱିଲ ଚେୟାର ନମିଳିବାରୁ ୮୦ ବର୍ଷୀୟ ବୃଦ୍ଧଙ୍କୁ ବିମାନବନ୍ଦରରୁ ଇମିଗ୍ରେସନ କାଉଣ୍ଟର୍‌ ପର୍ଯ୍ୟନ୍ତ ପ୍ରାୟ ୧.୫ କିଲୋମିଟର ବାଟ ପାଦରେ ଚାଲିବାକୁ ପଡ଼ିଥିଲା। ଯାହାଫଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି କାରଣ ପାଇଁ ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।

Advertisment

ନିୟମ ଉଲ୍ଲଙ୍ଘନ କରିଥିବାରୁ କାହିଁକି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ଡିଜିସିଏ ପ୍ରଶ୍ନ କରିଥିଲା। ଫେବୃଆରୀ ୨୦ରେ ସଂସ୍ଥା ପକ୍ଷରୁ ଜବାବ ଦାଖଲ କରାଯାଇଥିଲା।ଏୟାର ଲାଇନ କହିଥିଲା ଯେ ବୃଦ୍ଧ ତାଙ୍କ ପତ୍ନୀଙ୍କ ସହ ଚାଲି ଚାଲି ଯାଇଥିଲେ। ତାଙ୍କ ପତ୍ନୀ ମଧ୍ୟ ହ୍ୱିଲ ଚେୟାରରେ ରହିଥିଲେ। ତାଙ୍କୁ ଆଉ ଗୋଟିଏ ହ୍ୱିଲ ଚେୟାର ଆସିବା ଯାଏ ଅପେକ୍ଷା କରିବାକୁ କୁହାଯାଇଥିଲା ମାତ୍ର ସେ କିଛି ବି ଶୁଣି ନଥିଲେ।

ଅଧିକ ପଢ଼ନ୍ତୁ: ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ, ଇଣ୍ଡିଗୋକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍

Advertisment

ବୃଦ୍ଧ ଯାତ୍ରୀଙ୍କ ପାଇଁ କାହିଁକି ପୂର୍ବରୁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇ ନଥିଲା ଏନେଇ ପ୍ରଶ୍ନ କରିଥିଲା ଡିଜିସିଏ। ତେବେ ଏହାର ସନ୍ତୋଷଜନକ ଉତ୍ତର ଏୟାର ଇଣ୍ଡିଆ ଦେଇ ପାରିନଥିଲା । ତ୍ରୁଟି କରିଥିବା କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେନେଇ ଏୟାର ଇଣ୍ଡିଆ କୌଣସି ଉତ୍ତର ଦେଇନି। ତେଣୁ ଡିଜିସିଏ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଜରିମାନା କରାଯାଇଛି।

ସୂଚନା ଅନୁସାରେ, ମୃତକ ଜଣେ ଭାରତୀୟ ବଂଶୋଦ୍ଭବ। ସେ ଦୀର୍ଘଦିନ ଧରି ଆମେରିକାରେ ରହୁଥିଲେ। ନିଜ ପତ୍ନୀଙ୍କ ସହ ସେ ନ୍ୟୁୟର୍କରୁ ମୁମ୍ବାଇ ଆସିଥିଲେ। ୮୦ ବର୍ଷ ବୟସ୍କ ବୃଦ୍ଧ ୨ଟି ହ୍ୱିଲଚେୟାର ପାଇଁ ଆଗୁଆ ବୁକିଂ ମଧ୍ୟ କରିଥିଲେ। ବୃଦ୍ଧ ଦମ୍ପତିଙ୍କୁ କେବଳ ଗୋଟିଏ ହ୍ୱିଲ୍ ଚେୟାର ଆସିଷ୍ଟାଣ୍ଟ ଦିଆଯାଇଥିଲା। ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆଉ ଏକ ହ୍ୱିଲଚେୟାର ମିଳିନଥିଲା।

ସ୍ୱାମୀ ତାଙ୍କ ବୃଦ୍ଧ ପତ୍ନୀଙ୍କୁ ଗୋଟାଏ ହ୍ବିଲ୍‌ ଚେୟାର୍‌ ଉପରେ ବସାଇଥିଲେ ଏବଂ ସେ ନିଜେ ତାଙ୍କ ପଛେ ପଛେ ଯାଇଥିଲେ । ପରେ ସେ ବିମାନମନ୍ଦରରୁ ଇମିଗ୍ରେସନ କାଉଣ୍ଟର୍‌ ପର୍ଯ୍ୟନ୍ତ ୧.୫ କିଲୋମିଟର ବାଟ ପାଦରେ ଚାଲି ଚାଲି ଯାଇଥିଲେ। କାଉଣ୍ଟରରେ ପହଞ୍ଚିବା ପରେ ବୃଦ୍ଧ ଜଣକ ମୁଣ୍ଡ ବୁଲାଇ ହୃଦଘାତର ଶିକାର ହୋଇଥିଲେ। ଏହି ଘଟଣା ପରେ ବୃଦ୍ଧଙ୍କୁ ନାନାବତୀ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଏହାପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଏୟାର ଇଣ୍ଡିଆ ଏହି ପ୍ରସଙ୍ଗରେ ସ୍ପଷ୍ଟ କରିଥିଲା ଯେ ହ୍ୱିଲଚେୟାର ପାଇଁ ଅନେକଗୁଡିଏ ବୁକିଂ କରାଯାଇଥିଲା। ସେଥିପାଇଁ ଆବଶ୍ୟକୀୟ ଆସିଷ୍ଟାଣ୍ଟ ନଥିଲେ। ବୃଦ୍ଧ ଦମ୍ପତିଙ୍କୁ ଟିକିଏ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ମାତ୍ର ସେମାନେ ଅପେକ୍ଷା ନକରି ପାଦରେ ଚାଲିଚାଲି ଯାଇଥିଲେ। ଫଳରେ ପଡିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ଫ୍ଲାଇଟରେ ଥିବା ୩୨ଜଣ ପାସେଞ୍ଜର ହ୍ୱିଲଚେୟାର ପାଇଁ ବୁକିଂ କରିଥିଲେ। କିନ୍ତୁ ସେଠାରେ ମାତ୍ର ୧୫ଟି ହ୍ୱିଲଚେୟାର ଉପଲବ୍ଧ ଥିଲା।

DGCA Air India Oldman Wheelchair
Advertisment
Advertisment