Advertisment

Air Ambulance Crash Kedarnath: ରୋଗୀ ନେଇ ଯାଉଥିଲା ଏୟାର ଆମ୍ବୁଲାନ୍ସ, କେଦାରନାଥରେ ହେଲା କ୍ରାସ୍

ରୋଗୀ ନେଇ ଯିବାବେଳେ ଲ୍ୟାଣ୍ଡିଂ କରିପାରିଲାନାହିଁ ଏୟାର ଆମ୍ବୁଲାନ୍ସ । ଯାନ୍ତ୍ରିକ ତ୍ରୁଟି କାରଣରୁ କେଦାରନାଥ ଧାମ ନିକଟରେ କ୍ରାସ ହେଲା ବିମାନ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Air Ambulance Crash

Air Ambulance Crash

କେଦାରନାଥରେ ଏୟାର ଆମ୍ବୁଲାନ୍ସ କ୍ରାସ । କେଦାରନାଥ ହେଲିପ୍ୟାଡରେ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଛି । ବିମାନର ଶେଷ ଭାଗ ପାହାଡରେ ମାଡ଼ ହେବା କାରଣରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିମାନରେ ଥିବା ପାଇଲଟଙ୍କ ସମେତ ଡାକ୍ତର ଓ ନର୍ସିଂ ଷ୍ଟାଫ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଜିଲ୍ଲା ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ରାହୁଲ ଚୌବେ କହିଛନ୍ତି , "ଜଣେ ଶ୍ୱାସରୋଗୀ ହଠାତ୍ ଅସୁସ୍ଥ ହୋଇପଡିବାରୁ ସେ ଏୟାର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଋଷିକେଶ ସ୍ଥିତ ଏମ୍ସକୁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିଆଯାଉଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଆମ୍ବୁଲାନ୍ସଟି ଲ୍ୟାଣ୍ଡ କରିପାରିନଥିଲା । ତେଣୁ ପାଇଲଟ ଜଣକ ନିକଟରେ ଥିବା ଅନ୍ୟ ଏକ ସ୍ଥାନରେ ଲ୍ୟାଣ୍ଡିଂ ପାଇଁ ପ୍ରଚେଷ୍ଟା କରୁଥିଲେ । ସେହି ସମୟରେ ବିମାନର ଶେଷ ଭାଗଟି ପାହାଡରେ ମାଡ଼ ହେବାରୁ ତାହା କ୍ରାସ କରିଥିଲା । ଆଉ ଟେଲ୍ ଭାଙ୍ଗିଯାଇଥିଲା ।"

Advertisment

ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାହୁଲ ଚୌବେ । ଏହାସହ କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ତଦନ୍ତ DGCA କରିବେ ବୋଲି ସୂଚନା ଦେଇଛନ୍ତି ହେଲି-ସର୍ଭିସ ଦାୟିତ୍ୱରେ ଥିବା ରାହୁଲ ଚୌବେ ।

ଅଧିକ ପଢନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ

Uttarakhand Kedarnath Air Ambulance
Advertisment
Advertisment