Advertisment

ଆପଣ ୧୦ ବର୍ଷ ପୂର୍ବେ ଆଧାର କାର୍ଡ ତିଆରି କରିଥିଲେ କି ? ଧ୍ୟାନ ଦିଅନ୍ତୁ…

ସରକାର ଆଧାର ନିୟମରେ ସଂଶୋଧନ କରିଛନ୍ତି। ଏହି ନିୟମ ଅନୁଯାୟୀ ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷ ପୂରିଯାଇଛି ତେବେ ଏଥିରେ ସମ୍ପୃକ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଅନ୍ତତଃପକ୍ଷେ ଥରେ ଅପଡେଟ୍ କରିବା ଆବଶ୍ୟକ।

author-image
Pramod Behera
ଅଦ୍ୟତନ ହୋଇଛି
New Aadhaar rules

Govt advises to update Aadhaar details once in 10 years

ଯଦି ଆପଣ ୧୦ ବର୍ଷ ପୂର୍ବରୁ ଆପଣଙ୍କ ଆଧାର କାର୍ଡ ତିଆରି କରିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ବର୍ତ୍ତମାନ ସରକାର ଆଧାର ନିୟମରେ ସଂଶୋଧନ କରିଛନ୍ତି। ଏହି ନିୟମ ଅନୁଯାୟୀ ଯଦି ଆପଣଙ୍କ ଆଧାର କାର୍ଡକୁ ୧୦ ବର୍ଷ ପୂରିଯାଇଛି ତେବେ ଏଥିରେ ସମ୍ପୃକ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଅନ୍ତତଃପକ୍ଷେ ଥରେ ଅପଡେଟ୍ କରିବା ଆବଶ୍ୟକ।

Advertisment

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଗେଜେଟ୍ ଚିଠିରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆଧାର ଅପଡେଟ୍ କରିବା ଦ୍ୱାରା କେନ୍ଦ୍ରୀୟ ପରିଚୟ ତଥ୍ୟ ସଂଗ୍ରହାଳୟରେ (CIDR) ସମ୍ପୃକ୍ତ ତଥ୍ୟର ସଠିକତା ନିଶ୍ଚିତ ହେବ।

ବିଜ୍ଞପ୍ତିରେ କୁହାଯାଇଛି ଯେ ଆଧାରଧାରୀମାନେ ଆଧାର ନାମଲେଖା ତାରିଖ ଠାରୁ ପ୍ରତି ୧୦ ବର୍ଷରେ ଅନ୍ତତଃପକ୍ଷେ ଥରେ ନିଜର ପରିଚୟ ଏବଂ ବାସସ୍ଥାନ ପ୍ରମାଣପତ୍ର ଡକ୍ୟୁମେଣ୍ଟକୁ ଅପଡେଟ କରିବେ। ଏହାଦ୍ୱାରା CIDR ରେ ଆଧାର ସହିତ ଜଡିତ ତଥ୍ୟର ସଠିକତା ନିଶ୍ଚିତ ହେବ।

Advertisment

ନିୟମାବଳୀ ବ୍ୟବସ୍ଥାରେ ପରିବର୍ତ୍ତନ:

ସୂଚନା ଅପଡେଟ୍ କରିବାଠାରୁ ଆରମ୍ଭ କରି ଆଧାର ନିୟମାବଳୀର ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଆଧାର ନମ୍ବର ପ୍ରଦାନକାରୀ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଗତ ମାସରେ ଲୋକଙ୍କୁ ଅନୁରୋଧ କରିଥିଲା ​​ଯେ ଯଦି ସେମାନେ ଆଧାର ନମ୍ବର ପାଇବାର ୧୦ ବର୍ଷରୁ ଅଧିକ ହୋଇଛି ଏବଂ ସେମାନେ ସମ୍ପୃକ୍ତ ତଥ୍ୟକୁ ଅପଡେଟ୍ କରିନାହାଁନ୍ତି, ତେବେ ସେମାନେ ପରିଚୟ ପତ୍ର ଓ ଆବାସିକ ପ୍ରମାଣ ଦସ୍ତାବିଜ୍‌କୁ ଅପଡେଟ୍ କରିବା ଉଚିତ।

'ଡକ୍ୟୁମେଣ୍ଟ୍ ଅପଡେଟ୍' ଫିଚର୍:

ଆଧାର ଧାରକମାନଙ୍କୁ ସୁବିଧା ଯୋଗାଇବା ପାଇଁ UIDAI 'ଡକ୍ୟୁମେଣ୍ଟ୍ ଅପଡେଟ୍'ର ଫିଚରକୁ ବିକାଶ କରିଛି। ଏହି ସୁବିଧା ଅନ୍‌ଲାଇନ୍‌ରେ 'ମୋ ଆଧାର ପୋର୍ଟାଲ୍(myAadhaar portal)’ ଏବଂ 'ମୋ ଆଧାର ଆପ୍(myAadhaar app)’ ମାଧ୍ୟମରେ ମିଳିପାରିବ। ଏହି ସୁବିଧା ପାଇବା ପାଇଁ ସମ୍ପୃକ୍ତ ବ୍ୟକ୍ତି ଯେ କୌଣସି ଆଧାର ନାମାଙ୍କନ କେନ୍ଦ୍ରକୁ ଯାଇ କରିପାରିବେ।

ନୂଆ ସୁବିଧା ଅନୁସାରେ ଆଧାରଧାରୀମାନେ ପରିଚୟ ପ୍ରମାଣପତ୍ର (ନାମ ଏବଂ ଫଟୋଗ୍ରାଫ୍ ସହିତ) ଏବଂ ବାସସ୍ଥାନ ସାର୍ଟିଫିକେଟ୍ (ନାମ ଏବଂ ଠିକଣା ସହିତ) ପରି ଡକ୍ୟୁମେଣ୍ଟ୍‌ଗୁଡ଼ିକୁ ଅପଡେଟ୍ କରିବା ସହ ବାୟୋମେଟ୍ରିକ୍(ଫିଙ୍ଗର୍ ପ୍ରିଣ୍ଟ, ଫଟୋ ସହିତ) ଅପଡେଟ୍ କରିପାରିବେ। ଏପର୍ଯ୍ୟନ୍ତ ୧୩୪ କୋଟି ଆଧାର ନମ୍ବର ଜାରି କରାଯାଇଛି।

Aadhaar Card Aadhaar Card Update
Advertisment
Advertisment