Advertisment

ଏକାଥରେ ଖରାପ ହେଲା ସମସ୍ତଙ୍କ ଦେହ, ଫୋନ ବି ସ୍ୱିଚ୍ ଅଫ୍ ! ୮୬ ବିମାନ ଉଡ଼ାଣ ବାତିଲ

ଗତକାଲି ହଠାତ୍‌ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇ ଯାଇଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Air India Express cancels 70 flights

Air India

ସମୂହ ଛୁଟି ଯୋଗୁ ଏୟାର ଇଣ୍ଡିଆରେ ଅଚଳାବସ୍ଥା । ସ୍ୱାସ୍ଥ୍ୟଗତ କାରଣରୁ ସମୂହ ଛୁଟିରେ ଏୟାର ଇଣ୍ଡିଆର ସିନିୟର କ୍ରିଉ ମେମ୍ବର। ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତାଧିକ କ୍ରିଉ 
ମେମ୍ବର ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଅଛନ୍ତି । ଏହା ଫଳରେ କାଲି ରାତିରୁ ଆଜି ସକାଳ ଯାଏଁ ୮୬ରୁ ଅଧିକ ଉଡ଼ାଣ ବାତିଲ୍ ହୋଇଛି। ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ୍  କରାଯାଇଛି। 

Advertisment

ଗତକାଲି ହଠାତ୍‌ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇ ଯାଇଛି। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଆପଣ ଫାଷ୍ଟ୍‌ ଟାଇମ୍‌ ଭୋଟର କି ? ଯାଆନ୍ତୁ ଏହି ବିମାନରେ, ପାଇବେ ରିହାତି....

Advertisment

ଏନେଇ ଏୟାର ଇଣ୍ଡିଆ ପ୍ରବକ୍ତା କହିଛନ୍ତି, ଆମର ଶତାଧିକ କ୍ୟାବିନ କ୍ର୍ୟୁ ମେମ୍ବର ଏକସଙ୍ଗେ ଅସୁସ୍ଥ ହୋଇ ଯାଇଛନ୍ତି। ଫଳରେ ଅନିଚ୍ଛା ସତ୍ତ୍ୱେ ଆମକୁ ବହୁ ଫ୍ଲାଇଟକୁ ବାତିଲ କରିବା ସହ ବହୁ ଫ୍ଲାଇଟ୍‌କୁ ବିଳମ୍ବରେ ଛାଡ଼ିବାକୁ ପଡ଼ୁଛି। ଏଥିଯୋଗୁ ଆମ ଯାତ୍ରୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ୍‌ ନିରନ୍ତର ରୂପେ କାମ ଚାଲୁ ରଖିଛି। ଏହାସତ୍ତ୍ୱେ ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବାକୁ ଯଥାସମ୍ଭବ ଆମେ ଚେଷ୍ଟାରତ ଥିବା ବେଳେ ଏଥିନିମନ୍ତେ ସେମାନଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ।

ଏଥିସହ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରାଯିବ । ନଚେତ ସେମାନେ ଚାହିଁଲେ ତାହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଗତ ମାସରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ କ୍ୟାବିନ କ୍ରୁ୍ୟ ମେମ୍ବରଙ୍କ ଏକ ଟିମ୍‌ ଅଭିଯୋଗ କରିଥିଲେ କି ମ୍ୟାନେଜମେଣ୍ଟ ଠିକ୍‌ ଭାବେ କାମ କରୁନି। କର୍ମଚାରୀଙ୍କ ସହ ସମାନ ବ୍ୟବହାର ପ୍ରଦର୍ଶନ କରାଯାଉନି। ପରିଚାଳନାଗତ ତ୍ରୁଟି ହେତୁ କ୍ର୍ୟୁ ମେମ୍ବର ଶକ୍ତ ମାନସିକ ଆଘାତ ପାଉଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

Air India Flight Ticket Viral News
Advertisment
Advertisment