/odishatv-khabar/media/post_attachments/uploadimage/library/16_9/16_9_0/s_1674699515.jpg)
74th Republic Day Today
ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସ। ୧୯୫୦ ମସିହା ଆଜିର ଦିନରେ ଆମ ଦେଶ ମହାନ ଭାରତ ବର୍ଷ ନିଜର ସମ୍ବିଧାନ ପ୍ରଣୟନ କରିଥିଲା। ଏହି ଦିନକୁ ମନେ ପକାଇ ସାରା ଦେଶ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳୁଛି।
ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ସବୁଠୁ ବଡ଼ ଦିନ। ଦିଲ୍ଲୀଠୁ ପଲ୍ଲୀ ସବୁଠି ଖୁସି ଓ ଉତ୍ସାହ। ଦେଶ ମାତୃକା ପାଇଁ ସମସ୍ତଙ୍କ ମନରେ ଗର୍ବ ଓ ଦେଶର ପ୍ରତିଟି ବ୍ୟକ୍ତି କହୁଛନ୍ତି ମୁଁ ଭାରତୀୟ। ଦିଲ୍ଲୀ କର୍ତ୍ତବ୍ୟପଥରେ ଆଜି ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ସାଧାରଣତନ୍ତ୍ର ଦିବସ।
ଅଧିକ ପଢ଼ନ୍ତୁ: ସମ୍ବିଧାନ କାର୍ଯ୍ୟକାରୀ ପାଇଁ ଜାନୁଆରୀ ୨୬କୁ କାହିଁକି ବଛାଗଲା
#ଦେଶ_ପାଳୁଛି_୭୪ତମ_ସାଧାରଣତନ୍ତ୍ର_ଦିବସ
ପଲ୍ଲୀରୁ ଦିଲ୍ଲୀ ସାରାଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟପଥରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି । #RepublicDay2023#India#OTVpic.twitter.com/2nU8Bl803L— ଓଟିଭି (@otvkhabar) January 26, 2023
ଆଜିର ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଡ୍ ଇନ୍ ଇଣ୍ଡିଆ। ଅସ୍ତ୍ରଶସ୍ତ୍ର ଫାଇଟର ଜେଟ୍ରୁ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ, ଶକ୍ତିଶାଳୀ କ୍ଷେପଣାସ୍ତ୍ରରୁ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା, କେବଳ ଭାରତରେ ପ୍ରସ୍ତୁତ। ଆଉ ଭାରତରେ ବିକଶିତ ଯୁଦ୍ଧାସ୍ତ୍ର ହିଁ ସାଜିବ ଏଥର ସାଧାରଣତନ୍ତ୍ର ଦିବସ ପରେଡ୍ର ଆକର୍ଷଣ। ପରେଡରେ ଆତ୍ମନିର୍ଭର ଭାରତ ନାରାକୁ ଆଉ ପାଦେ ଆଗକୁ ନେବାକୁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛି ସେନା।
ବିଦେଶୀ ଅସ୍ତ୍ରଶସ୍ତ୍ର ବିନା କେବଳ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-ନାଇନ୍ ବଜ୍ର ଓ MBT ଅର୍ଜୁନ୍ ଟ୍ୟାଙ୍କ୍ ସାମିଲ ହେବେ। ସେହିପରି ସ୍ଥଳସେନାର ଅନ୍ୟତମ ଶକ୍ତି ନାଗ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଜାଇଲ ଓ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲକୁ ପ୍ରଦର୍ଶନ କରାଯିବ। ସେନାରେ ଏବେ ନୂଆକରି ସାମିଲ ହୋଇଥିବା ଅତ୍ୟାଧୁନିକ ଆକାଶ ଏୟାର ଡିଫେନ୍ସ ମିଜାଇଲ ବି ପରେଡରେ ମୁଖ୍ୟ ଆକର୍ଷଣ ସାଜିବ।
ସେପଟେ ଓଡ଼ିଶା ର ପୁରୀ ସମୁଦ୍ରକୂଳରେ ମାଟିଦୀପ ଓ ପାତ୍ରରେ ପ୍ରସ୍ତୁତ ହୋଇଛି ସୁନ୍ଦର ବାଲୁକା କଳା। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ‘ଆଇ ଲଭ୍ ମାଇଁ ଇଣ୍ଡିଆ’ ଲେଖି ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)