Advertisment

ନିପାତ ହେବେ ଆତଙ୍କବାଦୀ, ଜୋରଦାର ହେବ ଅପରେସନ୍‌.. ଯବାନଙ୍କୁ ମିଳିବ ଫୁଲ ପାୱାର...

ବୈଠକରେ ଏନଏସଏ ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ମୁଖ୍ୟ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

author-image
Satyendu Shekher Mishra
undefined

Amit Shah

ଜମ୍ମୁ କଶ୍ମୀରରେ ଜୋରଦାର ହେବ ଆତଙ୍କୀ ନିପାତ ଅଭିଯାନ। ଆଗକୁ ଅମରନାଥ ଯାତ୍ରା ବି ରହିଛି। ଜମ୍ମୁ କାଶ୍ମୀରରେ ସୁରକ୍ଷା ଓ ଅମରନାଥ ଯାତ୍ରା ପ୍ରସ୍ତୁତିକୁ ନେଇ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

Advertisment

ବୈଠକରେ ଏନଏସଏ ଅଜିତ ଡୋଭାଲ, ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବଙ୍କ ସମେତ ସେନା ମୁଖ୍ୟ ମନୋଜ ପାଣ୍ଡେ, ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ସିଆରପିଏଫ୍ ଡିଜି ଅନିଶ ଦୟାଲ, ବିଏସଏଫ୍ ଡିଜି ନୀତିନ ଅଗ୍ରୱାଲଙ୍କ ସମେତ ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ସୁରକ୍ଷା ସ୍ଥିତି ଓ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅମିତ ଶାହଙ୍କୁ ଅବଗତ କରାଇଛନ୍ତି ଅଧିକାରୀ। ଗତ ୯ ତାରିଖ ପରଠୁ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କୀ ହମଲାରେ ଯାଇଛି ୯ ତୀର୍ଥଯାତ୍ରୀଙ୍କ ଜୀବନ। ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ମୃତ୍ୟୁ ବି ହୋଇଛି। ଏହି ଆକ୍ରମଣ ପରେ ପରେ ଆତଙ୍କବାଦୀମାନେ କାଠୁଆ ଏବଂ ଡୋଡା ଜିଲ୍ଲାର ଚାରୋଟି ଭିନ୍ନ ଭିନ୍ନ ସ୍ଥାନ ଉପରେ ମଧ୍ୟ ଆକ୍ରମଣ କରିଥିଲେ।

Advertisment

ସେହିପରି ଚଳିତ ମାସ ୨୯ ତାରିଖରୁ ଅମରନାଥ ତୀର୍ଥଯାତ୍ରା ପାଇଁ ପ୍ରସ୍ତୁତି ଏବଂ ଭକ୍ତମାନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ସମୀକ୍ଷା କରିବେ। ଏଥିସହ ଅମରନାଥ ଯାତ୍ରାରେ କଡା ସୁରକ୍ଷା ସହ ଆବଶ୍ୟକ ଯାଞ୍ଚ ବ୍ୟବସ୍ଥା କରାଯିବ। ଅମରନାଥ ଯାତ୍ରାର ରୁଟରେ ଯେପରି କୌଣସି ସମସ୍ୟା ନସୃଷ୍ଟି ହୁଏ ସେଥିପ୍ରତି ମଧ୍ୟ ଏଆଇ କଡ଼ା ନଜର ରଖିବ ବୋଲି ଜଣାପଡିଛି।

ରବିବାର ହେବାକୁ ଥିବା ଏହି ବୈଠକରେ ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଜୋରଦାର କରିବାକୁ ସୁରକ୍ଷା ବାହିନୀ ଏବଂ ସାମରିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ। ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି, ଆନ୍ତର୍ଜାତୀୟ ସୀମା ଏବଂ ସୀମାରେଖାରେ ସୁରକ୍ଷାବଳଙ୍କ ନିଯୁକ୍ତି ତଥା ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବେ।

Amit Shah NSA Ajit Doval
Advertisment
Advertisment