Advertisment

Earthquake in Delhi: ଭୂମିକମ୍ପରେ ଥରିଲା ନୂଆଦିଲ୍ଲୀ, ଧୌଲାକୁଆଁ କେନ୍ଦ୍ରସ୍ଥଳ

ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମେତ ସମଗ୍ର ଉତ୍ତର ଭାରତରେ ସୋମବାର ସକାଳେ ଅନୁଭୂତ ହୋଇଛି ଭୂମିକମ୍ପ। ଭୋର ୫.୩୬ ମିନିଟ୍‌ରେ ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା।

ଅଦ୍ୟତନ ହୋଇଛି
delhi

delhi

Advertisment

ରାଜଧାନୀ ଦିଲ୍ଲୀର ଏନ୍‌ସିଆର୍‌ ସମତେ ସମଗ୍ର ଉତ୍ତର ଭାରତରେ ସୋମବାର ସକାଳେ ଅନୁଭୂତ ହୋଇଛି ଭୂମିକମ୍ପ। ଭୋର ୫.୩୬ ମିନିଟ୍‌ରେ ରାଜଧାନୀ ଦିଲ୍ଲୀରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଧୌଲାକୁଆଁ ରହିଥିବା ଜଣାପଡିଛି। ଧୌଲାକୁଆଁ ନିକଟସ୍ଥ ଦୁର୍ଗାବାଇ ଦେଶମୁଖ କଲେଜ ଅଫ ସ୍ପେଶାଲ ଏଜୁକେସନ ଏହାର ଏପିସେଣ୍ଟର ରହିଥିଲା। ଟେକ୍ଟୋନିକ ପ୍ଲେଟର ଚଳନ କାରଣରୁ ଏହି ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି। 

Advertisment

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, କୋଠାଗୁଡ଼ିକ ଥରି ଉଠିଲା ଏବଂ ଲୋକମାନେ ଘରୁ ବାହାରକୁ ବାହାରି ଆସିଲେ। ଗଛ ଉପରେ ବସିଥିବା ପକ୍ଷୀମାନେ ମଧ୍ୟ ଜୋରରେ ଶବ୍ଦ କରି ଏଠାକୁ ସେଠାକୁ ଉଡ଼ିବାକୁ ଲାଗିଲେ। ଏହାର କେନ୍ଦ୍ରସ୍ଥଳ ନୂଆଦିଲ୍ଲୀରେ ଭୂମିଠାରୁ ପାଞ୍ଚ କିଲୋମିଟର ତଳେ ଥିଲା। ଏହି ଭୂକମ୍ପର ସର୍ବାଧିକ ପ୍ରଭାବ ଦିଲ୍ଲୀ-ଏନସିଆରରେ ଅଧିକ ଅନୁଭୂତ ହୋଇଥିଲା।

ଦିଲ୍ଲୀ-ଏନସିଆର ସହିତ ଉତ୍ତରପ୍ରଦେଶର ମୁରାଦାବାଦ, ସାହାରନପୁର, ଅଲୱାର, ମଥୁରା ଏବଂ ଆଗ୍ରାରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ହରିୟାଣାର କୁରୁକ୍ଷେତ୍ର, ହିସାର, କେଥଲ ଓ ବିହାରର ସିୱାନରେ ମଧ୍ୟ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଏହି ଭୂକମ୍ପରେ କୌଣସି ପ୍ରକାରର କ୍ଷତିର ଖବର ଆସିନାହିଁ।

Advertisment

ଅଧିକ ପଢନ୍ତୁ: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

 ଦିଲ୍ଲୀ ପୋଲିସ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଦିଲ୍ଲୀ ପୋଲିସ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛି, “ଆଶା କରୁଛି ଆପଣମାନେ ସମସ୍ତେ ସୁରକ୍ଷିତ ଅଛନ୍ତି।” ଯେକୌଣସି ଜରୁରୀକାଳୀନ ସହାୟତା ପାଇଁ ୧୧୨ ଡାଏଲ୍ କରି ଆମ ସହିତ ଯୋଗାଯୋଗ କରନ୍ତୁ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସମସ୍ତେ ସୁସ୍ଥ ଥିବା ନେଇ ଆଶା କରିଥିବା କହିଥିଲେ। ମୋଦି ଲେଖିଥିଲେ, ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି। ସମସ୍ତଙ୍କୁ ସୁରକ୍ଷିତ ରହିବା ସହ ବିଚଳିତ ନ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହିତ ସରକାର ଏହି ଘଟଣା ଉପରେ ନଜର ରଖିଛନ୍ତି ବୋଲି ସେ ଲେଖିଥିଲେ।

Advertisment

ଭୂକମ୍ପ ସମ୍ପର୍କରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ଟ୍ୱିଟରରେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।” ଆପ ନେତା ଆତିଶୀ ମାର୍ଲେନା ମଧ୍ୟ ପୋଷ୍ଟ କରିଛନ୍ତି, “ଦିଲ୍ଲୀରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସମସ୍ତେ ସୁରକ୍ଷିତ ରୁହନ୍ତୁ।

ଅଧିକ ପଢ଼ନ୍ତୁ: ବାଲିଅନ୍ତାରେ ଆପାର୍ଟମେଣ୍ଟ ଲୁଟେରାର ଏନକାଉଣ୍ଟର କଲା ପୋଲିସ, ଏମ୍ସରେ ଭର୍ତ୍ତି

Delhi Ncr Earthquake Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ