• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଛାତ୍ରମାନଙ୍କ ମଧ୍ୟରେ କିଏ ଅତି ଭଲ ପାଠ ପଢ଼ୁଥାଇପାରେ । କିଏ ମଝି ମଝିଆ ବା ଆଭରେଜ୍‌ ରହିଥାଇପାରେ । ଆଉ କିଛି ଛାତ୍ରଙ୍କ ପାଠ ଭଲ ହୋଇନଥାଏ । ତେବେ ସେ ଯେମିତିକା ଛାତ୍ର ହୁଅନ୍ତୁ ନା କାର୍ହିକି, ପରୀକ୍ଷା ସମୟରେ ସମସ୍ତେ ମନ ଦେଇ ପାଠ ପଢ଼ନ୍ତି । ସମସ୍ତେ ପରୀକ୍ଷାରେ ଭଲ ମାର୍କ ରଖିବାକୁ ଚେଷ୍ଟା କରନ୍ତି । ସମସ୍ତେ ଭଲ ମାର୍କ ରଖିବାକୁ ଡବଲ ପରିଶ୍ରମ କରନ୍ତି । ଆଉ ପରିଶ୍ରମ ଅନୁସାରେ ଫଳ ବି ପାଆନ୍ତି ।

ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ଖବର ଦେବୁ ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ଛାତ୍ରଙ୍କୁ ତାଙ୍କ ପରିଶ୍ରମଠାରୁ ଅଧିକ ଫଳ ମିଳିଛି । ଏମିତିକି ତାହା ରେକର୍ଡ ବ୍ରେକିଂ ବୋଲି କୁହାଯାଉଛି । ତେବେ ଆପଣ ଭାବୁଥିବେ ଏହା ତ ଏକ ସାଧାରର କଥା ଆଉ ଭଲ କଥା । କିନ୍ତୁ ନା ଆପଣ ଯାହା ଭାବୁଛନ୍ତି ତାହା ନୁହେଁ । କଥାଟା ପୂରା ଓଲଟା । ନର୍ସିଂ ପରୀକ୍ଷାରେ ମୋଟ ମାର୍କ ଥିଲା ୩୦୦ । ଆଉ ଜଣେ ଛାତ୍ରଙ୍କୁ ମିଳିଛି ୩୦୦ ରୁ ୩୧୦ ମାର୍କ । ତେବେ ଏହା କିପରି ହେଲା ସମ୍ଭବ ? ସେନେଇ ଉଠିଛି ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: ପରୀକ୍ଷା ଖାତାରେ ଛାତ୍ରଙ୍କ ଅଜବ କାହାଣୀ...‘ପାସ୍‌ କରେଇ ଦିଅନ୍ତୁ, ନହେଲେ ବାହା କରିଦେବେ’

କର୍ଣ୍ଣାଟକର ବେଙ୍ଗାଲୁରୁରେ ଅବସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସର ବି.ଏସ୍.ସି ନର୍ସିଂ ଛାତ୍ରମାନଙ୍କ ସହ ଏଭଳି ଘଟଣା ଘଟିଛି ।

ପରୀକ୍ଷା ଶେଷ ହେବା ମାତ୍ରେ ଛାତ୍ରମାନେ ଫଳାଫଳକୁ ଅପେକ୍ଷା କରିଥାନ୍ତି । କିଛି ଛାତ୍ର କମ୍ ମାର୍କ ପାଇଲେ ନିରାଶ ହୁଅନ୍ତି ଏବଂ କିଛି ଜଣ ଆଶା ଠାରୁ ଅଧିକ ମାର୍କ ପାଇଲେ ଖୁସି ହୁଅନ୍ତି । କିନ୍ତୁ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସର ଛାତ୍ରମାନେ ସେମାନଙ୍କର ଫଳାଫଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଏଠାରେ ଛାତ୍ରମାନଙ୍କୁ ଟୋଟାଲ ମାର୍କଠାରୁ ମଧ୍ୟ ଅଧିକ ମାର୍କ ମିଳିଛି ।

୨୦୨୪ର ନର୍ସିଂ ରେଜଲ୍ଟ

ସାଧାରଣତଃ ପରୀକ୍ଷାରେ ଭଲ ମାର୍କ ରହିଲେ, ଛାତ୍ରଛାତ୍ରୀ ଖୁସି ହୁଅନ୍ତି, କିନ୍ତୁ ଏଠାରେ ପିଲାମାନେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ସାଇନ୍ସରେ ୩୦୦ ମାର୍କର ବି.ଏସ୍.ସି ନର୍ସିଂ ପରୀକ୍ଷା ହୋଇଥିଲା । ହେଲେ ଅନେକ ଛାତ୍ର ଏହି ପରୀକ୍ଷାରେ ୩୧୦ ରୁ ୩୧୫ ମାର୍କ ରଖିଛନ୍ତି । ଛାତ୍ରମାନେ ଏହି ରେଜଲ୍ଟ ଦେଖି ସ୍ତବ୍ଧ ହୋଇପଡ଼ିଛନ୍ତି । ସେମାନେ କେବେ ବି ଟୋଟାଲ ମାର୍କଠାରୁ ଅଧିକ ମାର୍କ ରଖିନାହାନ୍ତି କିମ୍ବା ସେ ବିଷୟରେ ଶୁଣିନାହାନ୍ତି ।

ରେଜଲ୍ଟ କିପରି ଭୁଲ୍ ହେଲା ?

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଏହି ଖବର ପହଞ୍ଚିବା ପରେ ଏନେଇ ଯାଞ୍ଚ ଆରମ୍ଭ ହୋଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ କେମିତି ଏତେ ବଡ଼ ଭୁଲ ହୋଇଛି । ପରେ ଏହି ପରୀକ୍ଷା ଫଳାଫଳକୁ ଖାରଜ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ପରେ ପୁଣି ଥରେ ପରୀକ୍ଷା ରେଜଲ୍ଟ ଘୋଷଣା କରିଛନ୍ତି । କିନ୍ତୁ ସେତିକି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଖବର ନିଆଁ ଭଳି ବ୍ୟାପି ସାରିଥିଲା । ବିଶ୍ୱବିଦ୍ୟାଳୟର ମୂଲ୍ୟାଙ୍କନ ବିଭାଗ ଅନୁଯାୟୀ, ଆଭ୍ୟନ୍ତରୀଣ ମୂଲ୍ୟାଙ୍କନର କିଛି ଅଙ୍କ ଭୁଲ୍ ଭାବରେ ଚୂଡ଼ାନ୍ତ ଫଳାଫଳରେ ଯୋଡି ହୋଇଥିବାରୁ ଏହି ଭୁଲ ଘଟିଛି ।

କିଛି ଛାତ୍ର ଫେଲ ହୋଇଥିଲେ

B.Sc ନର୍ସିଂରେ ଏକ ଅତିରିକ୍ତ ବିଷୟ ରହିଥିଲା । ଯାହାର ମାର୍କଗୁଡିକ ଫାଇନାଲ ରେଜଲ୍ଟ ସହ ଯୋଡ଼ି ହେବାର ନଥିଲା । କିନ୍ତୁ କପି ଯାଞ୍ଚ କରିଥିବା ଶିକ୍ଷକ ସେହି ସଂଖ୍ୟାଗୁଡ଼ିକୁ ଯୋଡି ଦେଇଥିଲେ । ଯାହାଫଳରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟରେ ଏଭଳି ତ୍ରୁଟି ପରିଲଖିତ ହୋଇଥିଲା । ତେବେ ଟୋଟାଲ ମାର୍କଠାରୁ ଅଧିକ ମାର୍କ ଦେଖି ଆଶ୍ଚର୍ଯ୍ୟ ହୋଇଥିବା କିଛି ଛାତ୍ର ଏବେ ବାସ୍ତବରେ ଫେଲ୍‌ ହୋଇଥିବା ଜାଣି ନିରାଶ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ‘ମୋ ଦେହ ଭାରି ଖରାପ.. ଠିକ୍‌ରେ ପାଠ ପଢ଼ିନି.. ପ୍ଲିଜ୍‌ ଭଲ ମାର୍କ ଟିକେ ଦେବେ’