Advertisment

‘ମୋ ଦେହ ଭାରି ଖରାପ.. ଠିକ୍‌ରେ ପାଠ ପଢ଼ିନି.. ପ୍ଲିଜ୍‌ ଭଲ ମାର୍କ ଟିକେ ଦେବେ’

ଜଣେ ଯୁକ୍ତ ୨ ଛାତ୍ରୀଙ୍କ ପରୀକ୍ଷାର ଉତ୍ତର ଖାତା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ପଢ଼ି ସବୁ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Plus Two Answer Sheet Evaluation Viral Photo

Plus Two Answer Sheet

ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖିବା ନୂଆ ତରିକା ଆପଣେଇଲେ ଜଣେ ଛାତ୍ରୀ। ପରୀକ୍ଷାରେ ପାସ୍‌ କରିବା ପାଇଁ ଉତ୍ତର ଖାତାରେ ଲେଖିଲେ ଇମୋସନାଲ୍‌(ଭାବବିହ୍ୱଳ) ନୋଟ୍‌। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଛାତ୍ରୀ ଜଣକ ଏମିତି ଏକ ନୋଟ୍ ଲେଖିଛନ୍ତି, ଯାହାକୁ ଦେଖିଲେ ସମସ୍ତେ ଭାବବିହ୍ୱଳ ହୋଇପଡ଼ିବେ। ଏହାଛଡ଼ା ଗୋଟେ ପ୍ରଶ୍ନର ଉତ୍ତରରେ ସେ ଭଲ ପାଇବା କଥା ବି ଲେଖିଛନ୍ତି।

Advertisment

ଜଣେ ଯୁକ୍ତ ୨ ଛାତ୍ରୀଙ୍କ ପରୀକ୍ଷାର ଉତ୍ତର ଖାତା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ପଢ଼ି ସବୁ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି। ବିହାର ବୋର୍ଡ ପରୀକ୍ଷାର ଖାତା ଦେଖାସରିଛି। ଖାତା ଦେଖା ସମୟରେ ଜଣେ ଛାତ୍ରୀଙ୍କ ଉତ୍ତର ଖାତାକୁ ଦେଖି ଶିକ୍ଷକ ତାଜୁବ ହୋଇଯାଇଛନ୍ତି। ସେ ନିଜ ଖାତାରେ ଉତ୍ତର ବଦଳରେ ଲେଖିଛି ଯେ, ‘ମୁଁ ଜାଣିଛି ମୋ କଥାକୁ ଆପଣମାନେ କଦାପି ବିଶ୍ୱାସ କରିବେନି। ସାର୍‌ ମୋ ବାପାଙ୍କ ଦେହାନ୍ତ ହୋଇଯାଇଛି। ସେଥିପାଇଁ ମୁଁ ଠିକ୍‌ ଭାବେ ପଢ଼ାପଢ଼ି କରିପାରିନାହିଁ। ତା’ଉପରେ ମୋ ଦେହ ବି ଖରାପ, ସେଥିରେ ବି ମୁଁ ପରୀକ୍ଷା ଦେବାକୁ ଆସିଛି। ସାର୍‌ ପ୍ଲିଜ୍‌ ଭଲ ନଂ ଦେବେ। ମୋ ପରିସ୍ଥିତ ଭାରି ଖରାପ୍‌। ମୁଁ ଆଶା କରୁଛି ଆପଣ ମୋ କଥା ବୁଝିବେ’।

Answer Sheet(Answer Sheet)

ଏହାଛଡ଼ା ଛାତ୍ରଙ୍କ ଉତ୍ତର ଖାତାର ଆଉ ଏକ ପେଜ୍‌ରେ ଭଲ ପାଇବା କଥା ବି ଲେଖାଯାଇଛି। ଯାହାକୁ ଦେଖି ଶିକ୍ଷକ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ବିଜ୍ଞାନ ପରୀକ୍ଷାର ପ୍ରଶ୍ନର ଉତ୍ତର ବଦଳରେ ପ୍ରେମ କଥା ଲେଖିଛନ୍ତି। ପରୀକ୍ଷା ପ୍ରଶ୍ନରେ ପଡ଼ିଛି ଓମିୟ ଏବଂ ଅନ୍‌ଓମିୟ ମଧ୍ୟରେ ତଫାତ କ’ଣ? ଯାହାର ଉତ୍ତରରେ ଛାତ୍ରୀ ଜଣକ ଲେଖିଛନ୍ତି, ଯେମିତିକି ଆମେ ଜାଣିଛୁ ଭଲ ପାଇବା ଏତେ ଜଲଦି ହୁଏନାହିଁ। ଯେବେ ହୁଏ ଜବରଦସ୍ତ ହୁଏ। ତେବେ ଏହାକୁ ଅନ୍‌ଓମିୟ କୁହାଯାଏ। ଏହାଛଡ଼ା ସେ ଆହୁରି ଲେଖିଛନ୍ତି, ଆଗାମୀ ଦିନରେ ମୁଁ ମନ ଲଗାଇ ପାଠ ପଢ଼ିବି। ଯିଏ ବି ମୋ ଖାତା ଦେଖୁଛନ୍ତି, ଦୟାକରି ମତେ ଭଲ ନଂ ଦେବେ। ଯେଉଁଥି ପାଇଁ ମୁଁ ଆହୁରି ସାହାସୀ ଛାତ୍ରୀ ପାଲଟିବି।

Advertisment
Answer Sheet(Answer Sheet)

ତେବେ ଛାତ୍ରୀଙ୍କ ଏମିତି ଅଜବ ଗଜବ ଉତ୍ତର ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କେତେଜଣ ଏହାକୁ ପରିହାସ କରିଥିବା ବେଳେ ଅନେକ ଏହାକୁ ନିନ୍ଦା କରିଛନ୍ତି। ବର୍ତ୍ତମାନ ସମୟରେ ପିଲା ଭଲ ପାଠପଢ଼ି ପରୀକ୍ଷା ଦେବା ବଦଳରେ ଖାତାରେ ମିଛ କଥା ଲେଖି ଶିକ୍ଷକଙ୍କୁ ପରିହାସ କରୁଛନ୍ତି।

Viral News Plus Two Exam
Advertisment
Advertisment