/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710219522.jpg)
12 Board Exam
ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବେବି ଚାଲିଛି । କିଛି ସ୍ଥାନରେ ମଧ୍ୟ ସରିଗଲାଣି । ପରୀକ୍ଷାରେ କେମିତି କପି ନହେବ ବୋର୍ଡ ମଧ୍ୟ ସମସ୍ତ ପ୍ରକାର ପଦକ୍ଷେପ ନେଉଛି । କିଛିଦିନ ପରେ ଫଳାଫଳ ମଧ୍ୟ ଆସିବ । ପିଲାମାନେ ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଆଡମିଶନ୍ ମଧ୍ୟ କରିବେ । କିନ୍ତୁ, ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ପରୀକ୍ଷା ଖାତାରେ ପାଠ ବଦଳରେ ଲେଖୁଛନ୍ତି ଅଜବ କାହାଣୀ...
ଅନେକ ଥର ଛାତ୍ରମାନେ ବୋର୍ଡ ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଜାଣି ମଧ୍ୟ ଭଲ ଭାବରେ ପଢନ୍ତି ନାହିଁ । ଯାହାଫଳରେ ସେମାନେ ପରୀକ୍ଷାରେ ଫେଲ୍ ମଧ୍ୟ ହୁଅନ୍ତି । ଏମିତି କିଛି ପିଲା ଅଛନ୍ତି ପରୀକ୍ଷା ପେପ୍ରରେ ଟଙ୍କା ରଖି ଏପରି ଜିନିଷ ଲେଖନ୍ତି ଯାହା ଶିକ୍ଷକମାନେ ପଢିବା ପରେ ଚକିତ ହୋଇଯାଆନ୍ତି । ନିକଟରେ ଜବଲପୁରର ଜଣେ ମହିଳା ଶିକ୍ଷକ ସୋସିଆଲ ମିଡିଆରେ ଦୁଇଟି କପି ପୋଷ୍ଟ କରିଥିଲେ । ଏଥିରେ ଜଣେ ଛାତ୍ର ଶିକ୍ଷକମାନଙ୍କୁ ପରୀକ୍ଷା ପେପ୍ରରେ ଉତ୍ତର ଦେବା ପରିବର୍ତ୍ତେ ଭାବପ୍ରବଣ ଭାବରେ କିଛି ଲେଖି ପାସ୍ କରିବାକୁ ଅନୁରୋଧ କରିଛନ୍ତି । ଯାହାକୁ ପଢି ଶିକ୍ଷକଜଣକ ମଧ୍ୟ ଚକିତ ହୋଇଯାଇଥିଲେ ।
ଅଧିକ ପଢ଼ନ୍ତୁ: ‘ମୋ ଦେହ ଭାରି ଖରାପ.. ଠିକ୍ରେ ପାଠ ପଢ଼ିନି.. ପ୍ଲିଜ୍ ଭଲ ମାର୍କ ଟିକେ ଦେବେ’
ପାସ୍ କରି ଦିଅନ୍ତୁ ନହେଲେ...
ଛାତ୍ର ଜଣକ ଦ୍ୱାଦଶ ଶ୍ରେଣୀର । ଇଂରାଜୀ ପରୀକ୍ଷାରେ ସେ ଅନୁଭବ କଲେ ଯେ ତାଙ୍କ ପରୀକ୍ଷା ପେପର୍ ଭଲ ହୋଇନାହିଁ । ଯାହାଫଳରେ ସେ ଫେଲ୍ ହୋଇଯିବେ । ଏହି କାରଣରୁ, ସେ ଏକ ପ୍ରବନ୍ଧ ପରିବର୍ତ୍ତେ ଅଜବ କାହାଣୀ ଲେଖି ନିଜକୁ ପାସ୍ କରିବାକୁ ଅନୁରୋଧ କରିଥିଲେ । ସେ ଲେଖିଛନ୍ତି ଯେ ଯଦି ସେ ଫେଲ୍ ହୁଅନ୍ତି, ତେବେ ତାଙ୍କ ବାପା ମା’ ତାଙ୍କୁ ଆଉ ପାଠ ପଢିବାକୁ ଅନୁମତି ଦେବେ ନାହିଁ । ତାଙ୍କୁ ବାହା କରିଦେବେ । ତେଣୁ ତାଙ୍କୁ ପାସ୍ କରିଦେବାକୁ ଛାତ୍ର ଜଣକ ଲେଖିଛନ୍ତି ।
Examଏହିପରି ଜିନିଷ ପରୀକ୍ଷା ଖାତାରେ ଲେଖିବା ସାଧାରଣ କଥା ହୋଇଗଲାଣି । ଗତ କିଛି ବର୍ଷ ମଧ୍ୟରେ ଅନେକ ଛାତ୍ର ଏକ ନୂଆ ଧାରା ଆରମ୍ଭ କରିଛନ୍ତି । ଛାତ୍ରମାନେ ସେମାନଙ୍କର ପରୀକ୍ଷା ଖାତାରେ ଈଶ୍ବରଙ୍କ ନାମ ଲେଖି ଉତ୍ତର ଦେବା ମଧ୍ୟ ଆରମ୍ଭ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)