Advertisment

ବାପରେ ବାପ ଏତେ ରାଗ ! ! ! ରାସ୍ତା ମଝିରେ ଗଡ଼ି ଚୁଟି ଝିଙ୍କାଝିଙ୍କି ହେଲେ ଯୁବତୀ, କାଠରେ ପିଟିଲେ...

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତା ମଝିରେ ୩ ଯୁବତୀ ଝଗଡ଼ା ଲାଗୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କ ହାତକୁ ଧରି ଥିବାବେଳେ ଆଉ ଜଣେ ଯୁବତୀ ସମ୍ପୃକ୍ତ ଯୁବତୀଙ୍କୁ କାଠରେ ପିଟି ଚାଲୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Viral Video: 3 Girls Fight In Public

3 Girls Fight In Publicly, Video Goes Viral

ସର୍ବସାଧାରଣ ସ୍ଥାନରେ ପୁଅମାନେ ଝଗଡ଼ା ଲାଗିବା ସାଧାରଣ କଥା। ହେଲେ ଯଦି ଝିଅମାନେ ସର୍ବସାଧାରଣ ସ୍ଥାନରେ ଝଗଡ଼ା ଲାଗନ୍ତି, ତା’ବି ପୁଣି ରାସ୍ତାରେ ଗଡ଼ି ଚୁଟି ଝିଙ୍କାଝିଙ୍କି ହୋଇ...ହଠାତ୍‌ ଏହା ଦେଖିଲେ ଆପଣ କ’ଣ ରିଆକ୍ଟ କରିବେ ? ଅଧିକାଂଶ ଯୁବତୀ ସେମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରି ସର୍ବସାଧାରଣ ସ୍ଥାନରେ ଝଗଡ଼ା ନକରି ପରିସ୍ଥିତିକୁ ସମ୍ଭାଳି ନେଇଥାନ୍ତି। ହେଲେ କିଛି ଯୁବତୀ ସେମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରିନପାରି ଝଗଡ଼ା ଲାଗିଥାନ୍ତି। ଏମିତି ଏକ ଭିଡିଓ ସୋସିଆଲ୍‌ ମିଡିଆ ରେ ଭାଇରାଲ୍‌ ହେଉଛି। ୨ ଯୁବତୀ ରାସ୍ତା ମଝିରେ ଅନ୍ୟ ଜଣେ ଯୁବତୀଙ୍କୁ କାଠରେ ନିଧୂର୍ମ ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି। 

Advertisment

ଅଧିକ ପଢ଼ନ୍ତୁ: ସର୍ବସମ୍ମୁଖରେ ଯୁବକଙ୍କୁ ବିଧା ଗୋଇଠା ମାରି ଚାଲିଲେ ଦୁଇ ମହିଳା

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ରାସ୍ତା ମଝିରେ ୩ ଯୁବତୀ ଝଗଡ଼ା ଲାଗୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କ ହାତକୁ ଧରି ଥିବାବେଳେ ଆଉ ଜଣେ ଯୁବତୀ ସମ୍ପୃକ୍ତ ଯୁବତୀଙ୍କୁ କାଠରେ ପିଟି ଚାଲୁଛନ୍ତି। ଏହାପରେ ୨ ଯୁବତୀ ରାସ୍ତାରେ ଗଡ଼ି ଚୁଟି ଝିଙ୍କାଝିଙ୍କି ହେବା ସହ ପୁଣି ମାର୍‌ପିଟ୍‌ ଲାଗୁଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ଯୁବତୀମାନେ ଏହା ଦେଖି ଦୌଡ଼ି ଆସି ଅଟକାଇବା ପାଇଁ ପ୍ରୟାସ କରିଥିଲେ। ହେଲେ ଆଉ କିଛି ଲୋକ ଏସବୁ ଦେଖି ପୁରା ଚୁପ୍‌ ରହିଥିଲେ।

Advertisment

କାର୍‌ ଯାଉଥିବା ଜଣେ ଯୁବକ ପୁରା ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ। ‘Ghar Ke Kalesh’ ଏହି ଭିଡିଓକୁ ଶେୟାର କରିଛି। ଦାବି ହୋଇଛି ଯେ, IIT ରୁର୍‌କୀ ନିକଟରେ ଏହି ଘଟଣା ଘଟିଥିଲା। 

Viral Video
Advertisment
Advertisment