• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସର୍ବସମ୍ମୁଖରେ ବର୍ଷିଲା ଚାପୁଡ଼ା, ବିଧା, ଗୋଇଠା । ଯୁବକଙ୍କ ମନ ଶାନ୍ତି ହେବା ପର୍ଯ୍ୟନ୍ତ ମାରିଲେ ଦୁଇ ମହିଳା । ଉଦ୍ଧାର ଟଙ୍କା ଫେରାଉ ନଥିବାରୁ ମନଇଚ୍ଛା ସେକି ଦେଇଗଲେ । ମଧ୍ୟପ୍ରଦେଶର ରେୱା ଜିଲ୍ଲାର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇଜଣ ମହିଳା ଜଣେ ଯୁବକଙ୍କୁ ପିଟୁଥିବା ଦେଖି ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିଲେ । ହେଲେ କେହି ଭୟରେ କିଛି ପଚାରି ନଥିଲେ । ନିରବଦ୍ରଷ୍ଟା ସାଜି ତାମସା ଦେଖୁଥିଲେ । ଏବେ ଯୁବକଙ୍କୁ ଚପଲରେ ପିଟିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରେୱା ଜିଲ୍ଲାର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ ଅନ୍ତର୍ଗତ ରିତୁରାଜ ପାର୍କ ଭିତରେ ଏହି ଘଟଣା ଘଟିଛି । ପାରସ୍ପରିକ ବିବାଦ କାରଣରୁ ଏହି କାଣ୍ଡ ହୋଇଥିବା କୁହାଯାଉଛି । ତେବେ ଏହାକୁ ନେଇ କେହି କାହା ବିରୋଧରେ ଅଭିଯୋଗ କରିନାହାଁନ୍ତି । କିଛି ସମୟ ଧରି ଘଟଣା ଘଟିବା ପରେ ହଠାତ୍‌ ଦୁଇ ମହିଳା ଓ ଯୁବକ ଜଣକ ଘଟଣାସ୍ଥଳରୁ ଅଦୃଶ୍ୟ ହୋଇଗଲେ ।

ଅଧିକ ପଢ଼ନ୍ତୁ: ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କୁ ବିଧା, ଗୋଇଠା...ଭାଇରାଲ୍‌ ହେଉଛି ଭିଡିଓ

ସୂଚନା ଅନୁସାରେ, ଟଙ୍କା ନେଇ ଫେରାଉ ନଥିବାରୁ ଯୁବକଙ୍କୁ ମାଡ ମାରିଛନ୍ତି ଦୁଇ ମହିଳା । ଯୁବକ ଜଣକ ଚପଲରେ ମାଡ଼ ଖାଉଥିବା ସମୟରେ ସମସ୍ତେ ଭିଡିଓ ସୁଟ୍ କରୁଥିଲେ, କିନ୍ତୁ ରୋକିବାକୁ କେହି ସାହସ କରିନଥିଲେ । ମାଡ଼ ମାରିବାର କାରଣ ପଚାରିବାକୁ କାହାର ସାହସ ନଥିଲା । ପ୍ରାୟ ଏକ ଘଣ୍ଟା ରାସ୍ତା ମଝିରେ ଚାଲିଲା ଏହି ଡ୍ରାମା । ହେଲେ ସୁଯୋଗ ଦେଖି ଯୁବକ ଜଣକ ଦୁଇ ମହିଳାଙ୍କ କବଳରୁ ଖସିଯାଇଥିଲେ । ତା’ ପରେ ମାମଲା ଶାନ୍ତ ପଡ଼ିଥିଲା ।

ମାମଲା ଥଣ୍ଡା ପଡ଼ିବା ପରେ କେହି ଜଣେ ସାହସ କରି ମହିଳାଙ୍କୁ ପଚାରିଥିଲେ । ଆଉ ମହିଳା ଜଣକ କହିଥିଲେ, ଯୁବକ ଜଣକ ୧୦ ହଜାର ନେଇ ଫେରାଇବାର ନାଁ ନେଉନଥିଲେ । ଆଠ ମାସ ହେଲାଣି ତାଙ୍କର ଦେଖାନଥିଲା । ଆଉ ତାଙ୍କୁ ପାଇବା ପରେ ମହିଳାଙ୍କ ପାରା ଚଢ଼ିଯାଇଥିଲା ।

ଅତିରିକ୍ତ ଏସପି ଅନୀଲ ସୋନକର କହିଛନ୍ତି , ଏହି ମାମଲା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଗଣମାଧ୍ୟମ ଜରିଆରେ ଏହି ଘଟଣା ଦେଖିବାକୁ ମିଳିଛି । ଘଟଣାର ଅନୁସନ୍ଧାନ ପରେ ଏହି ମାମଲାରେ ଉପଯୁକ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।