Advertisment

ମୃତ୍ୟୁ ପରେ ବି ଅମର ! ୬ ଜଣଙ୍କୁ ଜୀବଦାନ ଦେଲେ ଅନମୋଲ

ଜୀବନ ସିନା ଚାଲିଗଲା ହେଲେ ୬ ଜଣଙ୍କୁ ଜୀବନଦାନ ଦେଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Organ Donate After Death

Organ donate after death

ଅନମୋଲଙ୍କ ଇଚ୍ଛା ଥିଲା ଆଗକୁ ଅନେକ କିଛି କରିବେ। ନିଜ ଭବିଷ୍ୟତ ପାଇଁ ଆଉ ନିଜ ପରିବାର ପାଇଁ। ହେଲେ ବୋଧହୁଏ ବିଧିର ବିଧାନ ତାଙ୍କ ପାଇଁ ଆଉ କିଛି ଲେଖିଥିଲା। ଏକ ଦୁର୍ଘଟଣାରେ ଚାଲିଗଲା ଅନମୋଲଙ୍କ ଜୀବନ। ହେଲେ ଯିବା ପୂର୍ବରୁ ବଞ୍ଚାଇଦେଲେ ଛଅ ଛଅ ଜଣଙ୍କ ଜୀବନ।

Advertisment

୨୫ ବର୍ଷିୟ ଯୁବକ ଅନୋମାଲ ଜୈନଙ୍କ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗତ ନଭେମ୍ବର ୧୭ରେ ଏହି ଦୁର୍ଘଟଣାର ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡର ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ଶେଷରେ ଅଙ୍ଗଦାନ ପାଇଁ ଅନମୋଲଙ୍କ ପରିବାର ନିଷ୍ପତ୍ତି ନେଇଥିଲେ।  

ଅଧିକ ପଢ଼ନ୍ତୁ: ଅମର ହୋଇଗଲେ ଦୁଇ ବନ୍ଧୁ : ମୃତ୍ୟୁ ପରେ ଅଙ୍ଗଦାନ କରି ୧୨ ଜଣଙ୍କୁ ନୂଆ ଜୀବନ ଦେଲେ କ୍ରିସ ଓ ମିତ୍

Advertisment

ଜୀବନ ସିନା ଚାଲିଗଲା ହେଲେ ୬ ଜଣଙ୍କୁ ନୂଆ ଜୀବନ ଦେଲେ। ANI ରିପୋର୍ଟ ଅନୁସାରେ ଅନମୋଲର ୬ଟି ଅଙ୍ଗକୁ ଦାନ କରାଯାଇଛି। ସୋମବାର ଅନମୋଲ ତାଙ୍କର ହାର୍ଟ, ଲିଭର୍‌, ଦୁଇଟି କିଡନୀ, ଆଖି ଓ ଚର୍ମ ରୋଗୀଙ୍କୁ ଦାନ କରିଛନ୍ତି। ଭୋପାଳ, ଇନ୍ଦୋର ଓ ଅହମ୍ମଦାବାଦରେ ଅଙ୍ଗ ପ୍ରତିରୋପଣ କରାଯାଇଥିଲା।  

ତାଙ୍କର ଅଙ୍ଗ ୬ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯିବା ନେଇ ଭୋପାଳରେ ଥିବା ସିଦ୍ଧାନ୍ତ ହସ୍ପିଟାଲର ମେଡିକାଲର ମୁଖ୍ୟ ସୁବୋଧ ଭର୍ସେନେ କହିଛନ୍ତି। ୨ ଘଣ୍ଟା ମଧ୍ୟରେ ଡାକ୍ତରୀ ଟିମ୍‌ ରୋଗୀର ହାର୍ଟ, ଲିଭର, କିଡନୀ ଆଦି ପ୍ରତିରୋପଣ କରିଥିଲେ। ଅନମୋଲ ଜଣେ ଉଦୀୟମାନ କ୍ରିକେଟର ଥିଲେ ଓ ସେ ଡିବି ମଲ୍‌ର ଏକ କମ୍ପାନୀରେ କାମ କରୁଥିଲେ। ସେ ଯୁବକ ଥିବାରୁ ତାଙ୍କ ଅଙ୍ଗର ଅବସ୍ଥା ଭଲ ଥିବା କହିଛନ୍ତି ଭୋପାଳ ଅର୍ଗାନ ଡୋନେସନ୍‌ ସୋସାଇଟିର କାଉନସେଲର୍‌।

ସ୍ଥାନୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଅଙ୍ଗ ପ୍ରତିରୋପଣ ପାଇଁ ତିନିଟି ଗ୍ରୀନ୍‌ କରିଡର ବ୍ୟବସ୍ଥା କରାଯାଇଥିଲା। ଅନମୋଲଙ୍କ ଠାରୁ ତିନିଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ କଢାଯିବା ପରେ ଗୁଜରାଟ, ଇନ୍ଦୋର ଓ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା। ସ୍ୱତନ୍ତ୍ର ଗ୍ରୀନ କରିଡରରେ ଅନମୋଲ୍‌ଙ୍କ ହାର୍ଟକୁ ଏୟାରପୋର୍ଟ ନିଆଯାଇଥିଲା, ପରେ ଏହା ଅହମ୍ମଦାବାଦ ନିଆଯାଇଥିଲା। ଆଉ ଏକ କରିଡର କରାଯାଇ ଲିଭର୍‌କୁ ଇନ୍ଦୋର ଏବଂ କିଡନୀକୁ ସ୍ଥାନୀୟ ପ୍ରାଇଭେଟ୍‌ ହସ୍ପିଟାଲକୁ ପଠାଯାଇଥିଲା। 

ଏନେଇ ଅନମୋଲଙ୍କ ଭାଇ ଆଦିତ୍ୟ ଜୈନ କହିଛନ୍ତି, ''ଅଙ୍ଗଦାନ କରିବା ପାଇଁ ଅନମୋଲଙ୍କ ଇଚ୍ଛା ଥିଲା। ବଞ୍ଚିଥିବା ଅବସ୍ଥାରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛି। ଆଉ ମୃତ୍ୟୁ ପରେ ବି ଅନ୍ୟଙ୍କୁ ଜୀବନ ଦେଇଛି। ଏହା ସମାଜ ପାଇଁ ଏକ ଭଲ ବାର୍ତ୍ତା। ଆମେ ଅନମୋଲ ପାଇଁ ଗର୍ବିତ।''

Organ Donation
Advertisment
Advertisment