Advertisment

ନିର୍ବାଚନୀ ବଣ୍ଡ ମାମଲା: ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ସତ୍ୟପାଠ ଦାଖଲ କଲା SBI

ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨୨୧୭ଟି  ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨୦୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI।

author-image
Sonali Ojha
ଅଦ୍ୟତନ ହୋଇଛି
Electoral Bonds Case

Electoral bonds

ସୁପ୍ରିମକୋର୍ଟରେ ତାଗିଦ୍ ପରେ ଚେତିଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ନିର୍ବାଚନ କମିସନଙ୍କ ପାଖରେ ଦାଖଲ କଲା ନିର୍ବାଚନୀ ବଣ୍ଡ ସମ୍ପର୍କୀୟ ଗୁରତ୍ୱପୂର୍ଣ୍ଣ ତଥ୍ୟ । ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଗତକାଲି ନିର୍ବାଚନ କିମିଶନଙ୍କୁ ହସ୍ତାନ୍ତର କରିଛି SBI । ଏହି ନିର୍ବାଚନୀ ବଣ୍ଡ ମାମଲାରେ ଆଜି ସୁପ୍ରମକୋର୍ଟରେ ସତ୍ୟପାଠ ଦାଖଲ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ।

Advertisment

ସତ୍ୟପାଠରେ ଦର୍ଶାଯାଇଥିବା ତଥ୍ୟ ଅନୁୟାୟୀ ଏପ୍ରିଲ ୨୦୧୯ରୁ ୧୫ଫେବ୍ରୁଆରୀ ୨୦୨୪ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୨୨୧୭ଟି  ନିର୍ବାଚନୀ ବଣ୍ଡ ଜାରି କରିଛି। ସେଥିରୁ ୨୨୦୩୦ଟି ବଣ୍ଡ ରିଡିମ୍ ହୋଇଥିବା ସତ୍ୟପାଠରେ ସୂଚନା ଦେଇଛି SBI। ତେବେ ବଳକା ୧୮୭ ବଣ୍ଡରେ ଥିବା ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଜମା କରି ଦିଆଯାଇଛି। ୧ ଏପ୍ରିଲ ୨୦୧୯ରୁ ୧୧ ଏପ୍ରିଲ ୨୦୧୯ ମଧ୍ୟରେ ୩୩୪୬ଟି ନିର୍ବାଚନୀ ବଣ୍ଡ ଜାରି ହୋଇଥିବା ବେଳେ ୧୬୦୯ଟି ବଣ୍ଡ ରିଡିମ ହୋଇଛି ।

ଏସବିଆଇ ସିଏମଡି ଦୀନେଶ ଖାରା ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଛି। ନିର୍ବାଚନ ବଣ୍ଡ କ୍ରୟ ଏବଂ ବିକ୍ରୟ, ଏହାର କ୍ରେତାଙ୍କ ନାମ ସମେତ ସମସ୍ତ ଆନୁସଙ୍ଗିକ ସୂଚନା ସମ୍ବନ୍ଧରେ ଏସବିଆଇ ଏକ ରିପୋର୍ଟ ପ୍ରସ୍ତୁତ କରି ଠିକ ସମୟରେ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯାଇଛି।

Advertisment

ଫେବ୍ରୁଆରୀ୧୫ ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇ କେନ୍ଦ୍ରର ନିର୍ବାଚନୀ ବଣ୍ଡ୍‌ ଯୋଜନାକୁ ରଦ୍ଦ କରି ଏହାକୁ ଅସାମ୍ବିଧାନିକ ବୋଲି କହିଥିଲେ। ନିର୍ବାଚନ ଆୟୋଗଙ୍କୁ ଦାନଦାତା, ଦାତାଙ୍କ ଦ୍ବାରା ଦିଆଯାଇଥିବା ଅର୍ଥରାଶି ଏବଂ ପାଇ‌ଥିବା ରାଜନୈତିକ ଦଳର ନାଁ ର ସମସ୍ତ ତଥ୍ୟ ଦଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବିବରଣୀ ଦେବାପାଇଁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲା SBI । ତେବେ SBI ର ଏହି ଆବେଦନକୁ ଖାରଜ କରି ୧୨ ମାର୍ଚ୍ଚ କାର୍ଯ୍ୟକାଳ ଶେଷ ସୁଦ୍ଧା ତଥ୍ୟ ଦାଖଲ କରିବାକୁ SBIକୁ କଡ଼ା ନିର୍ଦ୍ଦେଶ ଦେଇ‌ଥିଲେ ସୁପ୍ରିମକୋର୍ଟ।

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵ ଗଠିତ ବେଞ୍ଚ ଜଷ୍ଟିସ ସଞ୍ଜୀବ କୁମାର, ବିଆର୍ ଗୱାଇ, ଜେବି ପରଦିୱାଲା ଓ ମନୋଜ ମିଶ୍ର ଏନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ।

Election Commission Supreme Court SBI
Advertisment
Advertisment