Advertisment

ସୁପ୍ରିମକୋର୍ଟଙ୍କ ଛାଟ ପରେ ବଣ୍ଡ୍ ତଥ୍ୟ ପ୍ରଦାନ କଲା SBI

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ।

author-image
Manoranjan Behera
ଅଦ୍ୟତନ ହୋଇଛି
Electoral Bonds

Electoral Bonds

SBI ଦେଲା ନିର୍ବାଚନୀ ବଣ୍ଡ ତଥ୍ୟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଷ୍ଟେଟ୍ ବ୍ୟାଙ୍କ ଇଲେକଟୋରାଲ ବଣ୍ଡ ବାବଦ ସମସ୍ତ ତଥ୍ୟ ନିର୍ବାଚନ କମିଶନରେ ଦାଖଲ କରିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ନିର୍ବାଚନ କମିଶନ ଏହି ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ। ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଆକାରରେ ମିଳିଥିବା ଅର୍ଥର ସମସ୍ତ ତଥ୍ୟ ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ କମିଶନରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଷ୍ଟେଟବ୍ୟାଙ୍କ ଏହି ଅବଧି ବଢାଇ ଜୁନ୍ ଯାଏଁ ସମୟ ମାଗିଥିଲା। ଏସବିଆଇର ଏହି ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ ଦର୍ଶାଇ
ଏହାକୁ ଗତମାସ ରଦ୍ଦ କରିଥିଲେ ସୁପ୍ରିମକୋର୍ଟ।

Advertisment

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵ ଗଠିତ ବେଞ୍ଚ ଜଷ୍ଟିସ ସଞ୍ଜୀବ କୁମାର, ବିଆର୍ ଗୱାଇ, ଜେବି ପରଦିୱାଲା ଓ ମନୋଜ ମିଶ୍ର ଏନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଆଜି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଆଜି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଥିବା ବେଳେ ତଥ୍ୟ ଦାଖଲ କରିଛି ଏସ୍‌ବିଆଇ। ଷ୍ଟେଟ ବ୍ୟାଙ୍କ ଜୁନ ଯାଏ ସମୟ ମାଗିଥିଲା। ଏହାକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମକୋର୍ଟ। ଆଗରୁ ଡେଡ୍ ଲାଇନ ଥିଲା ମାର୍ଚ୍ଚ ୧୩।

Advertisment

ଆଗରୁ ଇଲେକଟୋରାଲ ବଣ୍ଡକୁ ରଦ୍ଦ କରିିଥିଲେ ସୁପ୍ରିମକୋର୍ଟ। ନିର୍ବାଚନୀ ବଣ୍ଡ ବେଆଇନ ବୋଲି କହିଥିଲେ। ଏଥି ପାଇଁ ଷ୍ଟେଟ ବ୍ୟାଙ୍କକୁ କଡ଼ା ପ୍ରଶ୍ନ ପଚାରିଛନ୍ତି ସୁପ୍ରିମକୋର୍ଟ। ୨୬ ଦିନରେ କଣ କରିଛ ବୋଲି ପଚାରିଲେ। ଜୁନ ଯାଏ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ୍। ଏହାକୁ ବିରୋଧ କରିଥିଲେ ଏଡିଆର୍(ADR)।

Election Commission Supreme Court SBI Electoral Bonds
Advertisment
Advertisment