• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାଡ଼ଖଣ୍ଡର ଧାନବାଦରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ୧୪ ମୃତ । ମୃତକଙ୍କ ମଧ୍ୟରେ ୧୦ ମହିଳା ସମେତ ଅନେକ ଶିଶୁ ମଧ୍ୟ ଥିବା ସୂଚନା । ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଧନବାଦ ସହରର ଯୋଡ଼ାଫାଟକସ୍ଥିତ ଆଶୀର୍ବାଦ ଟାୱାରରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଲୋକ ଫଶିଥିବା ସୂଚନା । ଆପାର୍ଟମେଣ୍ଟଟି ୧୦ ଫ୍ଲୋର ବିଶିଷ୍ଟ ହୋଇଥିବା ବେଳେ ସେଥିରେ ୭୦ଟି ଫ୍ଲାଟ୍‌ ରହିଛି ।

ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ୫ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ୧୨ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଗୁରୁତରଙ୍କୁ ତୁରନ୍ତ ମେଡିକାଲରେ ଭତ୍ତି କରାଯାଉଛି । ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ସ୍ଥାନୀୟ ଏସ୍‌ପି ସଞ୍ଜୀବ କୁମାର ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ବିବାହ ଉତ୍ସବରେ ବ୍ୟବହାର କରିଯାଇଥିବା ଗ୍ୟାସ ସିଲିଣ୍ଡର ଫାଟି ଏଭଳି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ଗୋଟିଏ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ବଡ଼ ଅଗ୍ନିକାଣ୍ଡ ।

ଅଧିକ ପଢ଼ନ୍ତୁ: ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବିକଳରେ ଛାତରୁ ଡେଇଁ ୧୦ ଜଣଙ୍କ ମୃତ୍ୟୁ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଅଗ୍ନିକାଣ୍ଡ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଅଗ୍ନିକାଣ୍ଡରେ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ । ଜିଲ୍ଲା ପ୍ରଶାସନ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।