/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748092962.jpg)
12-Year-Old Suicide
''ମାଆ ମୁଁ ଚୋର ନୁହେଁ । ମୁଁ କୁରକୁରି ଚୋରି କରିନଥିଲି । ମୁଁ ଅଙ୍କଲଙ୍କୁ ଅପେକ୍ଷା କରିଥିଲେ, ହେଲେ ସେ ନଥିଲେ ।'' ସୁଇସାଇଡ୍ ନୋଟରେ ନିଜ ମାଆକୁ ଏଭଳି କେଇ ପଦ କଥା ଲେଖି କୀଟନାଶକ ପିଇ ଆତ୍ମହତ୍ୟା କରିଦେଇଛି ଜଣେ ୧୨ ବର୍ଷର ନାବାଳକ । ସାମାନ୍ୟ କୁରକୁରି ପାଇଁ ମିଥ୍ୟା ଆରୋପ ଓ ଅପମାନକୁ ସହି ନପାରି ଜଣେ କୁନି ପିଲାଟି ଏମିତି ଚରମ ପଦକ୍ଷେପ ନେଇଛି, ଯାହା ଶୁଣିଲେ ଆପଣଙ୍କ ଆଖି ବି ଓଦା ହୋଇଯିବ ।
ଏଭଳି ହୃଦୟ ବିଦାରକ ଘଟଣା ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଜିଲ୍ଲା ପନ୍ସକୁରା ଅଞ୍ଚଳର । ଆତ୍ମହତ୍ୟା କରିଥିବା ନାବାଳକ ୧୨ ବର୍ଷୀୟ କ୍ରିଶେନ୍ଦୁ ଦାସ । ସେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଗତ ଗୁରୁବାର ସନ୍ଧ୍ୟାରେ କ୍ରିଶେନ୍ଦୁ ପାଖ ବଜାରରେ ଥିବା ଏକ ଦୋକାନକୁ ଯାଇଥିଲେ । ସେଠି ସେ ଦୋକାନୀ ଶୁଭଙ୍କର ଦୀକ୍ଷିତକୁ ପାଇନଥିଲେ । କ୍ରିଶେନ୍ଦୁ ଦୋକାନୀକୁ ବଡ଼ ପାଟିରେ ଡାକିଥିଲା ଏବଂ 'ଅଙ୍କଲ ମୁଁ ଚିପ୍ସ କିଣିବାକୁ ଚାହୁଁଛି' ବୋଲି ବାରମ୍ବାର କହିଥିଲା । କିନ୍ତୁ କିଛି ଉତ୍ତର ନମିଳିବାରୁ ସେ ଗୋଟିଏ ଚିପ୍ସ ପ୍ୟାକେଟ ଧରି ଦୋକାନରୁ ଘରକୁ ଫେରିଥିଲା ।
ଅଧିକ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ଜୀବନ ସହ ଖେଳିଥିଲା ପାକିସ୍ତାନ
ଏତିକି ବେଳେ ଦୋକାନୀ ସେଠାକୁ ଆସି ପିଲାଟି ଚିପ୍ସ ଚୋରି କରିନେଇଥିବା କହିଥିଲେ ଏବଂ ବଜାରରେ ସବୁ ଲୋକଙ୍କ ଆଗରେ କ୍ରିଶେନ୍ଦୁକୁ ଚାପୁଡା ମାରିବା ସହ ବସ ଉଠ କରାଇଥିଲେ । ଏମିତିକି ତା'ର ମାଆକୁ ମଧ୍ୟ ଡକାଇଥିଲେ ।
କ୍ରିଶେନ୍ଦୁ ବାରମ୍ବାର କରିଥିଲା କି ସେ ଚୋରି କରିନି । ଚିପ୍ସ ପ୍ୟାକେଟ ତଳେ ପଡିଥିଲା ଏବଂ ସେ ଦୋକାନୀ ଅଙ୍କଲଙ୍କୁ ଚିପ୍ସ କିଣିବାକୁ ଡାକିଥିଲା । କିନ୍ତୁ ସେ ନଶୁଣିବାରୁ ପରେ ତାଙ୍କୁ ପଇସା ଦେବା ଭାବି ଚିପ୍ସ ନେଇ ଆସିଥିଲା ବୋଲି କହିଥିଲା । ହେଲେ କ୍ରିଶେନ୍ଦୁ କେହି ବିଶ୍ୱାସ କରିନଥିଲେ । ତା' ମାଆ ମଧ୍ୟ ସେଠାରେ ପହଞ୍ଚି ତାକୁ ମାଡ଼ ମାରିବା ସହ ଗାଳି ଦେଇଥିଲେ ।
ଏମିତିକି ପିଲାଟି ଚିପ୍ସ ପ୍ୟାକେଟ ଉଠାଇବା ପାଇଁ ଦୋକାନୀକୁ ପଇସା ଦେବାକୁ କହିବା ସହ କ୍ଷମା ମାଗିଥିଲା । ହେଲେ ସେ ମିଛ କହୁଛି କହି ଦୋକାନୀ ତାଙ୍କୁ ଅପମାନିତ କରିଥିଲା । ଏହାପରେ କ୍ରିଶେନ୍ଦୁ ଘରକୁ ଫେରି ଗୋଟିଏ ରୁମରେ ନିଜକୁ ବନ୍ଦ କରିଦେଇଥିଲା । ଅନେକ ସମୟ ଯାଏଁ ରୁମ୍ କବାଟ ନଖୋଲିବାରୁ ମାଆ କିଛି ପଡୋଶୀଙ୍କ ସହ ରୁମ୍ କବାଟ ଭାଙ୍ଗି ପଶିଥିଲେ । କ୍ରିଶେନ୍ଦୁଙ୍କ ପାଟିରୁ ଫେଣ ବାହାରୁଥିବା ଏବଂ ପାଖରେ ଏକ କୀଟନାଶକ ବୋତଲ ପଡିଥିବାର ସେ ଦେଖିବାକୁ ପାଇଥିଲେ ।
ପାଖରେ ଏକ ନୋଟ୍ ପଡିଥିଲା, ଯେଉଁଥିରେ ଲେଖାଥିଲା- ମାଆ ମୁଁ ଚୋର ନୁହେଁ, ମୁଁ ଚୋରି କରିନି । ଅଙ୍କଲ ନଥିଲେ ମୁଁ ତାଙ୍କୁ ଅପେକ୍ଷା କରିଥିଲି । ରାସ୍ତାରେ କୁରକୁରି ପଡିଥିଲା ଏବଂ ଏବଂ ତାକୁ ନେଇ ଆସିଥିଲି । ମୋତେ କୁରକୁରି ଭାରି ଭଲ ଲାଗେ । ଏହା ମୋର ଶେଷ ଶବ୍ଦ ବୋଲି କହିବା ସହ ଆତ୍ମହତ୍ୟା କରିବା ପାଇଁ ନିଜ ମାଆକୁ ନୋଟ୍ରେ ଭୁଲ୍ ମାଗିଥିଲେ କ୍ରିଶେନ୍ଦୁ ।
ଏହାପରେ ସଙ୍ଗେ ସଙ୍ଗେ କ୍ରିଶେନ୍ଦୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ କିଛି ସମୟ ପରେ ତା'ର ମୃତ୍ୟୁ ହୋଇଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)