Advertisment

ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ ଉମା; କ୍ଷୀର ପିଇବାକୁ କହିଲେ

ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
BJP's Uma Bharti Ties Stray Cows In Front Of Liquor Shop

Uma Bharati

ଭାରତୀୟ ଜନତା ପାର୍ଟିର ନେତ୍ରୀ ଉମା ଭାରତୀଙ୍କ କାର୍ଯ୍ୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ମଦ୍ୟପାନକୁ ବିରୋଧ କରି ଉମା ଏକ ନୂତନ ଧରଣର ଜନ ସଚେତନତା ସୃଷ୍ଟି କରିଛନ୍ତି । ଗତକାଲି ମଧ୍ୟପ୍ରଦେଶର ଓର୍ଚ୍ଚାରେ ବିଜେପି ନେତ୍ରୀ ଉମା ଭାରତୀ ଏପରି ଏକ ଆହ୍ୱାନ ଦେଇଥିବା ଦେଖିବାକୁ ମିଳିଛି ।

Advertisment

କିଛି ଗାଈଙ୍କୁ ଦୋକାନ ସମ୍ମୁଖକୁ ଆଣିବା ସହ ମଦ ଦୋକାନ ଆଗରେ ବାନ୍ଧି କ୍ଷୀର ପିଇବାକୁ ଉମା କହିଛନ୍ତି । ତାଙ୍କର ଏହି ନିଆରା ଜନ ସଚେତନତା କାର୍ଯ୍ୟ ସମୟରେ ଅନେକ ସମର୍ଥକ ମଧ୍ୟ ତାଙ୍କ ସହ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।

ମଧ୍ୟପ୍ରଦେଶ ନିୱାରୀ ଜିଲ୍ଲାର ଓର୍ଚ୍ଚାରେ ଏହି ଭିନ୍ନ ସଚେତନତା କରିଛନ୍ତି ଉମା ଭାରତୀ । ମଦ ଦୋକାନ ଆଗରେ ଉମା ଠିଆହୋଇ ‘ମଦ ନୁହେଁ କ୍ଷୀର ପିଅନ୍ତୁ’ ସ୍ଲୋଗାନ ଦେଇଥିଲେ । ଉମାଙ୍କ ଏପରି ଆହ୍ୱାନ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଅଧିକ ପଢ଼ନ୍ତୁ: ଓଡିଶା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ୧୮ରୁ ୨୫ ବର୍ଷୀୟ ଯୁବ ଭୋଟର୍

ଗତ ବର୍ଷ ଜୁନ୍ ମାସରେ ବିଜେପି ନେତାଙ୍କ ପକ୍ଷରୁ ମଧ୍ୟପ୍ରଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ନେତାମାନେ ମଦ ଦୋକାନ ଉପରକୁ ଗୋବର ଫିଙ୍ଗିଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।

ସେହିପରି ଗତ ମାସରେ ଉମା ଭାରତୀ ଭୋପାଳର ଏକ ମନ୍ଦିରରେ ପହଞ୍ଚିଥିଲେ । ମଦ ନୀତି ଘୋଷଣାକୁ ଅପେକ୍ଷା କରିବା ସହ ଜାନୁଆରୀ ୩୧ ତାରିଖ ଯାଏଁ ସେଠାରେ ଉପସ୍ଥିତ ରହିବେ ବୋଲି ଘୋଷଣା କରିଥିଲେ। ମିଳିଥିବା ସୂଚନା ଅନୁସାରେ ସେଠାରେ ଥିବା ମନ୍ଦିର ଆଗରେ ଏକ ମଦ ଦୋକାନ ରହିଛି ।

Uma Bharti Indian Politics
Advertisment
Advertisment