Advertisment

ବ୍ରିଜ୍‌ ଉପରେ ବାଇକ୍‌ ରଖି ମହାନଦୀକୁ ଡେଇଁଲେ ଯୁବକ, ଖୋଜାଖୋଜି ପରେ...

ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଆଜି ସକାଳୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Suicide Case In Odisha

Youth Jumps Into Mahanadi River From Mundali Bridge In Cuttack

ମାସକ ମଧ୍ୟରେ କଟକ ମୁଣ୍ଡଳୀ ବ୍ରିଜ୍‌ରୁ ୨ ଜଣ ଯୁବକ ନଦୀକୁ ଡେଇଁ ପଡ଼ିଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଜଣେ ଯୁବକ ଡେଇଁ ପଡ଼ିଥିବା ସୂଚନା ମିଳିଛି। ପୂର୍ବରୁ ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ନଦୀକୁ ଡେଇଁବାର ହାଇଡ୍ରାମା କରିଥିଲେ ବୋଲି ଜଣାପଡ଼ିଥିଲା। ତେବେ ଗତକାଲି ରାତିରେ ସ୍ଥାନୀୟ କପାଳେଶ୍ୱର ନୂଆଗଡ଼ ଗାଁର ପ୍ରଦ୍ୟୁମ୍ନ ବାରିକ ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ତେବେ ଆଜି ସକାଳୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ୯ଟାରେ କଟକ କପାଳେଶ୍ୱର ନୂଆଗଡ଼ ଗାଁର ପ୍ରଦ୍ୟୁମ୍ନ ବାରିକ ମୁଣ୍ଡଳୀ ବ୍ରିଜ୍‌ ଉପରେ ବାଇକ୍‌ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ବ୍ରିଜ୍ ଉପରେ ତାଙ୍କ ବାଇକ୍‌ ରଖାଯାଇଥିବା ଦେଖିବାକୁ ମିଳିଥିଲା। ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତି ହେବା ଯୋଗୁ ରେସ୍କ୍ୟୁ ଅପରେସନ୍ ବନ୍ଦ ଥିବାବେଳେ ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। 

ସ୍ଥାନୀୟ ଲୋକେ ମୁଣ୍ଡଳୀରୁ ପ୍ରାୟ ୩ କି.ମି. ଦୂର ଅନନ୍ତପୁରରୁ ପ୍ରଦ୍ୟୁମ୍ନଙ୍କୁ ଉଦ୍ଧାର କରିଥିଲେ। ରାତିସାରା ମହାନଦୀର ଏକ ଟାପୁରେ ରହିବା ପରେ ଆଜି ସକାଳେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପାରିବାରିକ ଅଶାନ୍ତି କାରଣରୁ ପ୍ରଦ୍ୟୁମ୍ନ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ସକାଳୁ ସକାଳୁ ମହାନଦୀ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି, ହେଲମେଟ୍ ଆଉ ଚପଲ ଥୁଆ ହୋଇଥିବା ଲୋକେ ଦେଖିବାକୁ ପାଇଥିଲେ। ଏସବୁ ଲୋକଙ୍କ ନଜରରେ ପଡିବା କ୍ଷଣି କେହି ଜଣେ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଇଥିଲା। ଏହାପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଖୋଳତାଡ଼ ପରେ ଯୁବକ ଜଣକ ଭୁବନେଶ୍ୱର ବରମୁଣ୍ଡାରେ ଥିବା କହିଥିଲେ। ଏହାପରେ ସମ୍ପୃକ୍ତ ଯୁବକଙ୍କ ଥାନାକୁ ଡକାଇ ବ୍ରିଜ୍ ଉପରେ ଗାଡ଼ି ଥୋଇ ହଟଚମଟ ସୃଷ୍ଟି କରିବାର ଉଦ୍ଦେଶ୍ୟ ପୋଲିସ ଓଗାଳିଥିଲା।

ଏହା ପୂର୍ବରୁ ଭୁବନେଶ୍ୱରର ଜଣେ ବ୍ୟକ୍ତି ମୁଣ୍ଡଳୀ ବ୍ରିଜ୍‌ରେ ସ୍କୁଟି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ନଦୀକୁ ଡେଇଁବାର ୨ ଦିନ ପରେ ପାଣିରେ ଭାସିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଉଦ୍ଧାର ପାଇଁ  ଅଗ୍ନିଶମ ବାହିନୀର ୨ଟି ଟିମ୍ ଖୋଜାଖୋଜି ଆରମ୍ଭ କରିଥିଲେ। ମୁଣ୍ଡଳୀ ଠାରୁ ୫ କି.ମି. ଦୂର ଲିଙ୍ଗାପଦା ଗାଁ ନଦୀ କୂଳରୁ ମୃତଦେହ ମିଳିଥିଲା। ମୃତ ଯୁବକ ହେଲେ ଭୂବନେଶ୍ୱର ଶୈଳଶ୍ରୀ ବିହାରର ବିଶ୍ୱଦେବ ଦାସ।। ସେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Mahanadi River Youth Jumps Into Mahanadi River Mundali Bridge
Advertisment
Advertisment