Advertisment

ଏସ୍‌ପି ଅଫିସ ଆଗରେ ନିଜକୁ ଜାଳିଦେଲେ ଯୁବକ

ନିଆଁ ଲଗାଇବା ପରେ ସଂପୃକ୍ତ ଯୁବକ ଜଣକ ହୁତହୁତ ହୋଇ ଜଳି ଯାଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
 self-immolation

self-immolation

ଏସ୍‌ପି ଅଫିସ ଆଗରେ ନିଜକୁ ନିଜେ ଜାଳିଦେଲେ ଯୁବକ। ଗଂଜାମ ଏସ୍‌ପି ଅଫିସ ଆଗରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ପେଟ୍ରୋଲ ଢାଳି ନିଜ ଦେହରେ ଯୁବକ ଜଣକ ନିଆଁ ଲଗାଇ ଦେଇଛନ୍ତି। ନିଆଁ ଲଗାଇବା ପରେ ସଂପୃକ୍ତ ଯୁବକ ଜଣକ ହୁତହୁତ ହୋଇ ଜଳି ଯାଇଥିଲେ। ସଂପୃକ୍ତ ଯୁବକ ଛତ୍ରପୁର ବୋରିଗାଁର ବାଦଲ ସାହୁ ହୋଇଥିବା ସୂଚନା ମିଳିଛି।

Advertisment

ବାଦଲ ସାହୁଙ୍କ ସାରା ଶରୀର ଜଳିଯାଇଥିଲା। କାହିଁକି ଏବଂ କେଉଁଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।  ବାଦଲଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। 

Ganjam SP Office
Advertisment
Advertisment