Advertisment

'ବସ୍‌ରେ ମହିଳାଙ୍କୁ ପ୍ରଥମ ଯାତ୍ରୀଭାବେ ପ୍ରବେଶକୁ କେହି ବାରଣ କରିପାରିବେନି’

ବସ୍‌ କର୍ମଚାରୀଙ୍କ ଅନ୍ଧବିଶ୍ୱାସ ଯୋଗୁଁ ବସ୍‌ ଯାତ୍ରା ଆରମ୍ଭ ବେଳକୁ କୌଣସି ମହିଳା ଯାତ୍ରୀଙ୍କୁ  ପ୍ରଥମେ ବସ୍‌ରେ ଚଢାଇ ଦିଆଯାଏ ନାହିଁ। ଏହି ପରମ୍ପରା ଆଜି ସଭ୍ୟ ଓ ଶିକ୍ଷିତ ସମାଜ ଆଡ଼କୁ ଅଙ୍ଗୁଳି ଦେଖାଇଛି।

ଅଦ୍ୟତନ ହୋଇଛି
Women's Safety In Public Transport

women should be allowed as 1st passenger in buses

Advertisment

ବସ୍‌ରେ ମହିଳାଙ୍କୁ ମିଳୁ ପ୍ରଥମ ଯାତ୍ରୀଭାବେ ସୁଯୋଗ। ଏନେଇ ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଓଡ଼ିଶା ରାଜ୍ୟ ମହିଳା ଆୟୋଗ। ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଅଧିକ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ନିୟମିତ ବସ୍‌ ଯାତ୍ରା କରୁଥିବା ମହିଳାଙ୍କ ଅନେକ ମହିଳା ଅପମାନଜନ ସ୍ଥିତିର ସମ୍ମୁଖୀନ ହେଉଥିବା ସେ ଉଲ୍ଲେଖ କରିଛିନ୍ତି।

Advertisment

ଦେଶର ଅଧିକାଂଶ ସ୍ଥାନରେ ବସ୍‌ରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସିଟ୍‌ ସଂରକ୍ଷିତ ଥାଏ କିନ୍ତୁ ଏପରିକି ଅନେକ ସ୍ଥାନରେ ମହିଳାଙ୍କ ପାଇଁ ମାଗଣା ଯାତ୍ରାର ସୁବିଧା ରହିଛି। ହେଲେ ଓଡ଼ିଶାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ବସ୍‌ ଯାତ୍ରାରେ ମହିଳା ପ୍ରଥମ ଯାତ୍ରୀ ହେଲେ ଅଘଟଣ ହେବା ନେଇ ଅନ୍ଧବିଶ୍ୱାସ ରହିଛି। ସେଥିପାଇଁ ବସ୍‌ କର୍ମଚାରୀଙ୍କ ଏହି ଅନ୍ଧବିଶ୍ୱାସ ଯୋଗୁଁ ବସ୍‌ ଯାତ୍ରା ଆରମ୍ଭ ବେଳକୁ କୌଣସି ମହିଳା ଯାତ୍ରୀଙ୍କୁ  ପ୍ରଥମେ ବସ୍‌ରେ ଚଢାଇ ଦିଆଯାଏ ନାହିଁ। ଏହି ପରମ୍ପରା ଆଜି ସଭ୍ୟ ଓ ଶିକ୍ଷିତ ସମାଜ ଆଡ଼କୁ ଅଙ୍ଗୁଳି ଦେଖାଇଛି। 

ଇତିମଧ୍ୟରେ କଟକରୁସମ୍ବଲପୁର ଯାଉଥିବା ଜନୈକ ମହିଳା, ପ୍ରଥମେ ଯାତ୍ରୀ ଭାବରେ ଯେତେବେଳେ ବସ୍‌ରେ ଚଢିବାକୁ ଉଦ୍ୟମ କଲେ ତାଙ୍କୁ ବାରଣ କରାଯିବାରୁ ସେ ଏହାର ବିରୋଧ କରିଥିଲେ। ଏହାକୁ ନେଇ କଣ୍ଡକ୍ଟର ଓ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏପରିକି କଣ୍ଡକ୍ଟର ଜଣଙ୍କ ମହିଳାଙ୍କ ଟିକଟ ଫେରାଇ ଦେଇଥିଲେ। ଏପରି ଘଟଣା ଆଗରୁ ଅନେକ ସ୍ଥାନରେ ମଧ୍ୟ ଦେଖିବାକୁ ମିଳୁଛି। ଏହାକୁ ଅନ୍ଧବିଶ୍ୱାସ କିମ୍ବା କୁତ୍ସିତ ଭାବନା କୁହାଯାଇପାରେ । 

Advertisment

ଏଭଳି ଘଟଣାକୁ ନେଇ ସାମାଜିକ କର୍ମୀ ଘାସିରାମ ପଣ୍ଡା ଏନେଇ ଏକ ପିଟିସନ ଦାୟର କରିଥିଲେ। ପିଟିସନ୍‌କୁ ଗୁରୁତର ସହ ନେଇ  ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛି ଓଡ଼ିଶା ରାଜ୍ୟ ମହିଳା ଆୟୋଗ। ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଅଧିକ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ ହୋଇଛି। ବସ୍‌ରେ ମହିଳାଙ୍କୁ ପ୍ରଥମ ଯାତ୍ରୀଭାବେ ସୁଯୋଗ ଦେବାପାଇଁ ଉଲ୍ଲେଖ କରାଯାଇଛି।  

Superstition Public Transport In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ