Advertisment

ପୁରୀ ରେଲ୍‌ୱେ ଷ୍ଟେସନରେ ଅଘଟଣ, ଠେଲାପେଲାରେ ମହିଳା ମୃତ

ରେଲ୍‌ୱେ ଷ୍ଟେସନରେ ଅସମ୍ଭାଳ ଭିଡ଼ ଭିତରେ ଠେଲାପେଲା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତଳେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Woman Allegedly Dies In Puri Railway Station

Woman Allegedly Dies In Puri Railway Station

Advertisment

ପୁରୀ ରେଲ୍‌ୱେ ଷ୍ଟେସନରେ ଅଘଟଣ। ଅସମ୍ଭାଳ ଭିଡ଼ ଭିତରେ ଠେଲାପେଲା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ତଳେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ମୃତକ ଡେଲାଙ୍ଗ କଣ୍ଟାପଡାର କୁନିମଣି ନାୟକ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି  କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ପୁରୀ ରେଲ୍‌ୱେ ଷ୍ଟେସନରେ ଅସମ୍ଭାଳ ଭିଡ଼ ହୋଇଥିଲା। ଏତେ ଭିଡ଼ ଯେ, ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ୬ ନମ୍ବର ପ୍ଲାଟଫର୍ମରେ କୁନିମଣି ଖସି ପଡ଼ିଥିଲେ। ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ! ୨୨ ପାହାଚରେ ଠେଲାପେଲା, ୬ ଛାତ୍ରୀ ଅଚେତ୍; ଦେଖନ୍ତୁ ଭିଡିଓ

Advertisment

କୁନିମଣି ଓ ତାଙ୍କ ସମ୍ପର୍କୀୟ ପୁରୀ ଦୁର୍ଗ ଏକ୍ସପ୍ରେସ୍‌ରେ ସମ୍ବଲପୁର ଯାଉଥିଲେ। ହେଲେ ତା’ ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ପଠା ଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଘଟଣାକୁ ନେଇ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। 

ସୂଚନାଥାଉ କି,  ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ୧୦୧ ବର୍ଷ ଆଗମନୀ ଉତ୍ସବରେ ହଜାର ହଜାର ଭକ୍ତ ପୁରୀ ଆସିଥିଲେ। ଏନେଇ ପୁରୀ ରେଲ୍‌ୱେ ଷ୍ଟେସନରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

Advertisment
Railway Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ