• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନାହିଁ... ନାହିଁ... ଆଉ ନାହିଁ... ନାହିଁ ନାହିଁରେ ବିତିଗଲା ଜୀବନର ୮୦ ବର୍ଷ । ହେଲେ ଏବେ ବି ଜୀଇବାକୁ ଚାଲିଛି ସଂଘର୍ଷ । ବୟସର ଅପରାହ୍ଣରେ ବଞ୍ଚିବାକୁ ସଂଗ୍ରାମ କରୁଛନ୍ତି ବିଶ୍ଵନାଥ । ଅଣ୍ଟା ସଳଖି ଛିଡ଼ା ହେବାକୁ ବଳନାହିଁ । ଗୁରୁଣ୍ଡି ଗୁରୁଣ୍ଡି ନିଜର କାମ କରୁଛନ୍ତି । ପେଟର ଭୋକ ମେଣ୍ଟାଇବାକୁ ଏଣୁ ତେଣୁ ରୋଷେଇ କରି ଖାଉଛନ୍ତି ବୃଦ୍ଧ ଜଣକ ।

ରହିବାକୁ ଘର ନାହିଁ । ଜୀବନ କଟୁଛି ଯାତ୍ରୀ ବିଶ୍ରମଗାରାରେ । ବୃଦ୍ଧ ଅବସ୍ଥାରେ ତାଙ୍କର ଯତ୍ନ ନେବାକୁ ନାହାନ୍ତି କେହି । ସିଧା ହୋଇ ଛିଡ଼ା ହେବାକୁ ବଳ ନାହିଁ ସତ ହେଲେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଜୀବନ ଯୁଦ୍ଧରେ ହାରିଯାଇନାହାନ୍ତି ସେ । ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ଭଞ୍ଜନଗର ବ୍ଲକ ତିଲିସିଙ୍ଗି ପଞ୍ଚାୟତର । ବୃଦ୍ଧ ଜଣକ ହେଉଛନ୍ତି ଜଗନ୍ନାଥପ୍ରସାଦ ସମରବନ୍ଧ ଗାଁର ବିଶ୍ଵନାଥ ମହାପାତ୍ର । ବୟସ ଆସି ୮୧ ଛୁଇଁଲାଣି । ହେଲେ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି ବିଶ୍ଵନାଥ ।

ପରିବାର କହିଲେ ଥିଲେ ୫ ଜଣ କୁଟୁମ୍ବ । ଦୁଇପୁଅ ଝିଅ ଓ ପତ୍ନଙ୍କୁ ନେଇ ଚାଲୁଥିଲା ହସଖୁସିର ସଂସାର । ଗତ ୬୦ ବର୍ଷ ଧରି ତିନିଛକିଆ ଠାରେ ଥିବା ଏକ ଶିବ ମନ୍ଦିରରେ ପୂଜାରୀ ଭାବେ କାମ କରୁଥିଲେ ବିଶ୍ଵନାଥ । ହେଲେ ପରିବାରର ସମସ୍ତେ ଆରପାରିକୁ ଚାଲିଯିବା ପରେ ବିଶ୍ଵନାଥ ହୋଇଯାଇଛନ୍ତି ଅସହାୟ ଓ ନିରାଶ୍ରୟ । ସରକାରଙ୍କ ସହାୟତା କହିଲେ ମିଳୁଛି କେବଳ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା । ଏହା ବ୍ୟତୀତ ଅନ୍ୟ କିଛି ସହାୟତା ଯେମିତି ନାହିଁ ତାଙ୍କ ପାଇଁ । ନାଁ ଅଛି ଘର ନାଁ ମିଳୁଛି କିଛି ସାହାଯ୍ୟ । ପରିଣତ ବୟସରେ ସାହାରା ପାଲଟିଛି ଯାତ୍ରୀ ବିଶ୍ରାମଗାରା । ଆଉ ଭିକ୍ଷାବୃତ୍ତି କରି ପୋଟ ପୋଷୁଛନ୍ତି ବିଶ୍ଵନାଥ ।

ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ସେ କୌଣସି ବୃଦ୍ଧାଶ୍ରମରେ ରହି ଶେଷ ଜୀବନଟା ଭଲରେ କାଟିପାରନ୍ତେ ।

  • Reported by:
  • Rajesh Kumar Panda